Below header

ବାଲେଶ୍ୱର : ତ୍ରିବେଣୀ ଘାଟରେ ଗାଧୋଇବା ବେଳେ ବୁଡ଼ିଯିବା ଘଟଣା, ୩ ମୃତ ଦେହ ଉଦ୍ଧାର

କେନ୍ୟୁଜ ବ୍ୟୁରୋ : ୫ ଜଣ ସାଙ୍ଗ ହୋଇ ଘରୁ ଆସିଥିଲେ । ବାଲେଶ୍ୱରରେ ତ୍ରିବେଣୀ ଘାଟରେ ଗାଧୋଇବା ବେଳେ ୩ ଜଣ ବୁଡି ଗଲେ । ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଆଉ ଦୁଇଜଣଙ୍କ ପତ୍ତା ମିଳି ପାରି ନଥିଲା ।  ଆଜି ଅନ୍ୟ ଦୁଇଜଣଙ୍କ ମୃତ ଦେହ ଉଦ୍ଧାର କରାଯାଇଛି ।

ବାଲେଶ୍ୱର ଜିଲ୍ଲା ନୀଳଗିରିର ବିଭିନ୍ନ ଅଂଚଳରୁ ୫ ଜଣ ସାଙ୍ଗ ବୁଢ଼ାବଳଙ୍ଗ, ସୋନ ଓ ଗଙ୍ଗାହାର ନଦୀର ସଙ୍ଗମ ସ୍ଥଳ ତ୍ରିବେଣୀ ଘାଟ ନିକଟକୁ ବୁଲି ଆସିଥିବା ବେଳେ ସେଠାରେ ଗାଧୋଇବାକୁ ଯାଇଥିଲେ । ଏହି ସମୟରେ ତିନି ଜଣ ବୁଡ଼ି ଯାଇଥିଲେ । ଉଦ୍ଧାର ହୋଇଥିବା ଯୁବକଙ୍କ କହିବା ଅନୁସାର ନୀଳଗିରି ଅଞ୍ଚଳର ରଂଜନ କୁମାର ସଲ, ପୀୟୂଷ ନାୟକ, ଅଙ୍କିତ ପତି, ମୃତ୍ୟୁଞ୍ଜୟ ମିଶ୍ର ଓ ଗୋପାଳପୁର ଅଞ୍ଚଳର ଜ୍ୟୋତିର୍ମୟ ଦାସ କାଠସଙ୍ଗଡ଼ା ନଦୀର ତ୍ରିବେଣୀ ସ୍ଥଳକୁ ବୁଲିବାକୁ ଯାଇଥିଲେ ।

ପ୍ରଥମେ ଗ୍ରାମବାସୀଙ୍କ ସହାୟତାରେ ଅଙ୍କିତ ପତିଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ଦୁଇଜଣ ଙ୍କୁ ଖୋଜିବା ପାଇଁ ଘଟଣା ସ୍ଥଳ ରେ ଅଗ୍ନିଶମ ବାହିନୀ ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲା । ଆଜି ଅନ୍ୟ ଦୁଇଜଣଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ପୂର୍ବରୁ ୬ବର୍ଷ ତଳେ ଉକ୍ତ ସ୍ଥାନରେ ୪ଯୁବକ ନିଖୋଜ ପରେ ମୃତାବସ୍ଥାରେ ହୋଇଥିଲେ ଉଦ୍ଧାର କରାଯାଇଥିଲା ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.