ଆଜି ରାଜ୍ୟରେ ସୁସ୍ଥ ହେଲେ ୧୩୧୫ ଜଣ କରୋନା ଆକ୍ରାନ୍ତ, ମୋଟ ସୁସ୍ଥ ସଂଖ୍ୟା ୩୦୦୪୭୪

ଭୁବନେଶ୍ୱର(କେନ୍ୟୁଜ୍‌) : ଆଜି ମଙ୍ଗଳବାର ରାଜ୍ୟରେ ମୋଟ୍‌ ୧୩୧୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କଟକରୁ ସର୍ବାଧିକ ୧୪୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ମୋଟ ସୁସ୍ଥ ସଂଖ୍ୟା ୩ ଲକ୍ଷ ଟପିଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ଵିଟରରୁ ପ୍ରକାଶ ପାଇଛି ।
ସେହିପରି ଖୋର୍ଦ୍ଧାରୁ ୧୪୩ ଜଣ, ସୁନ୍ଦରଗଡ଼ ୧୧୬, ମୟୁରଭଞ୍ଜ ୮୭, ପୁରୀ ୭୭, ଜଗତ୍‌ସିଂହପୁର ୭୪, ବରଗଡ ୬୨, ଯାଜପୁର ୫୫, କେନ୍ଦ୍ରାପଡା ୫୪, ବାଲେଶ୍ୱର ୫୩, ଅନୁଗୁଳ ୪୪, ବଲାଙ୍ଗିର ଓ କେନ୍ଦୁଝରରୁ ୪୨ ଲେଖାଏଁ, ଓ ନୂଆପଡ଼ାରୁ ୪୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ସେହିପରି ସମ୍ବଲପୁରରୁ ୩୭, କଳାହାଣ୍ଡି ୩୫, କୋରାପୁଟ ୩୧, ଭଦ୍ରକ ଓ ନୟାଗଡ଼ରୁ ୨୩ ଜଣ ଲେଖାଏଁ, ସୋନପୁର ୧୯, ଢ଼େଙ୍କାନାଳ ଓ ମାଲ୍‌କାନଗିରିରୁ ୧୬ ଲେଖାଏଁ, ନବରଙ୍ଗପୁର ୧୪ ଓ ଗଞ୍ଜମରୁ ୧୨ ଜଣ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ଏଥିସହ କନ୍ଧମାଳରୁ ୦୯ ଜଣ,ଝାରସୁଗଡ଼ାରୁ ୦୮, ବୈାଦ୍ଧ ୦୫, ରାୟଗଡା ୦୩, ଦେଓଗଡ ୦୨, ଗଜପତି ୦୧ ଓ ରାଜ୍ୟ ପୁଲ୍‌ରୁ ୨୭ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି । ଆଜିର ସୁସ୍ଥଙ୍କୁ ମିଶାଇ ରାଜ୍ୟର ମୋଟ ସୁସ୍ଥ ସଂଖ୍ୟା ୩୦୦୪୭୪ ରେ ପହଞ୍ଚିଥିବା ଜଣାଯାଇଛି ।

 

Leave A Reply

Your email address will not be published.