Below header

ନୂଆପଡ଼ା : ନୂଆଖାଇ ପାଇଁ ପ୍ରସ୍ତୁତି ଜୋରଦାର

ନୂଆପଡ଼ା (କେନ୍ୟୁଜ୍) : ନୂଆଖାଇ ପାଇଁ ନୂଆପଡ଼ାରେ ପ୍ରସ୍ତୁତି ଜୋରଦାର। ଆସନ୍ତା ୧୪ତାରିଖରେ ୧୧ଟା ୪୫ରୁ ୧୨ଟା ୪୫ ମିନିଟ୍ ମଧ୍ୟରେ ନବାନ୍ନ ଭକ୍ଷଣ ପାଇଁ ନୀତି ନିର୍ଘଣ୍ଟ ହୋଇଛି। ଲୋକମାନେ ଘରଦ୍ୱାର ସଫାସୁତରା କରିବା ଠାରୁ ଆରମ୍ଭ କରି ନୂଆ ଲୁଗା କିଣାକିଣି କରୁଛନ୍ତି। ବିଭିନ୍ନ ଦେବାଦେବୀ ପୀଠ ମାନଙ୍କୁ ରଙ୍ଗାଯିବା ସହ ସଜ୍ଜା ଯାଉଛି। ନୂଆଖାଇ ପର୍ବ ଦିନ ବର୍ଷର ପ୍ରଥମ ଅନ୍ନକୁ ଖଡିଆଳର ଇଷ୍ଟଦେବୀ ମାଆ ସମଲେଶ୍ୱରୀ ଓ ରକ୍ତାମ୍ବରୀଙ୍କ ନିକଟରେ ରାଜପରିବାର ପକ୍ଷରୁ ଅର୍ପଣ କରାଯାଇଥାଏ। ଏହାପରେ ନିଜ ନିଜ ପରିବାର ସହ ସମସ୍ତେ ବସି ଏକାଠି ଖାଇଥାନ୍ତି। ଏହାପରେ ସାନ ମାନେ ବଡ ମାନଙ୍କଠାରୁ ଆର୍ଶୀବାଦ ନେଇଥାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.