ସଫଳତାର ୧୦ ମନ୍ତ୍ର : ଶିଖନ୍ତୁ ମ୍ୟାନେଜମେଣ୍ଟ ଗୁରୁ ଭଗବାନ ଶ୍ରୀ କୃଷ୍ଣଙ୍କଠାରୁ

ମ୍ୟାନେଜମେଂଟ୍ ଗୁରୁ ଭଗବାନ୍ ଶ୍ରୀକୃଷ୍ଣ । ଯାହାଙ୍କ ଶିକ୍ଷା ଆଜିର ଯୁବପୀଢି ପାଇଁ ମଧ୍ୟ ସେତିକି ଗୁରୁତ୍ବପୂର୍ଣ୍ଣ ଯେତିକି ଅର୍ଜୁନଙ୍କ ପାଇଁ ଥିଲା । ଶ୍ରୀକୃଷ୍ଣଙ୍କର ବ୍ୟାବହାରିକ ଜ୍ଞାନ ଆଜି ବି ଦିଏ ସଫଳତାର ଗ୍ୟାରେଂଟି । ମହାଭାରତର ସବୁଠାରୁ ବଡ଼ ଯୋଦ୍ଧା ନା କେବଳ ନିଜ ଗୁରୁଙ୍କଠାରୁ ଶିକ୍ଷା ନେଲେ ବରଂ ନିଜ ଅନୁଭବରୁ ମଧ୍ୟ ସବୁବେଳେ କିଛି ନା କିଛି ଶିଖୁଥିଲେ । ଆଜି ଆମେ ଆପଣଙ୍କୁ ବତାଇବୁ ଭଗବାନ ଶ୍ରୀ କୃଷ୍ଣଙ୍କର ୧୦ଟି ଶିକ୍ଷା ଯାହା ମ୍ୟାନେଜମେଂଟ୍ ପାଠ ପଢାଇବା ସହ ସଫଳତା ମଧ୍ୟ ଦେଇଥାଏ ।

– ଭଲ କର୍ମ କରନ୍ତୁ । ଅଯଥା କଥାରେ ନିଜ ସମୟ ନଷ୍ଟ କରନ୍ତୁ ନାହିଁ କିମ୍ବା କାହାକୁ ବିନା କାରଣରେ ଡରନ୍ତୁ ନାହିଁ ।

– ଯେତେବେଳେ ବିରୋଧୀଙ୍କ ପଲା ଭାରି ରହୁଛି ତେବେ ବିଜୟ ପାଇବା ପାଇଁ କୂଟନୀତିର ରାସ୍ତା ଆପଣାନ୍ତୁ ।

– ବନ୍ଧୁ ମାନଙ୍କ ମଧ୍ୟରେ କେବେ ଧନୀ କି ଗରିବ ଦେଖନ୍ତୁ ନାହିଁ । ସତ୍ୟତା ଏବଂ ବିଶ୍ବସନୀୟତାର ସହ ବନ୍ଧୁତ୍ବ କରନ୍ତୁ ।

ଏହା ସହ ପଢନ୍ତୁ ଆପଣ ଜାଣିଛନ୍ତି କି , କାହିଁକି ଏବଂ କାହା ପାଇଁ ଏଟିଏମର ପାସୱାଡ଼ ହୋଇଥାଏ ୪ଅଙ୍କ ବିଶିଷ୍ଟ

– ଅଯଥା ଚିନ୍ତା ନକରି ଭବିଷ୍ୟତ ପରିବର୍ତ୍ତେ ବର୍ତ୍ତମାନରେ ବଂଚିବା ଶିଖନ୍ତୁ ।

– ସମସ୍ୟା କିମ୍ବା ସଫଳତା ନମିଳିଲେ ଧର୍ୟ୍ୟ ହାରନ୍ତୁ ନାହିଁ । ସମସ୍ୟାକୁ ସାହସର ସହ ସମ୍ନା କରନ୍ତୁ ।

– ମଣିଷକୁ ଦୂରଦର୍ଶୀ ହେବା ସହ ପରିସ୍ଥିତିର ଆକଳନ କରିପାରୁଥିବା ଆବଶ୍ୟକ ।

– କାହାର ବିଚାରର ବନ୍ଧନରେ ନିଜକୁ ବାନ୍ଧନ୍ତୁ ନାହିଁ । ନିଜର ବିଚାରକୁ ବିକଶିତ କରନ୍ତୁ ।

– କୌଣସି କାମ କିମ୍ବା ପ୍ରତିଯୋଗୀତା ପୂର୍ବରୁ ତାର ରଣନୀତି ତିଆରି କରିବା ଜରୁରୀ ।

– ଗୁରୁଙ୍କଠାରୁ ଅଧିକ ଶିକ୍ଷା ନିଜ ଅନୁଭବରୁ ମିଳିଥାଏ । ଭୁଲ୍ ଏବଂ ଅସଫଳତା ଆପଣଙ୍କ ବହୁତ୍ କିଛି ଶଖାଇଥାଏ ।

– ସେହି ବନ୍ଧୁମାନେ ଭଲ ହୋଇଥାନ୍ତି ଯେଉଁମାନେ ସମସ୍ତ ପ୍ରକାର ପରିସ୍ଥିତିରେ ଆପଣଙ୍କ ସାଥ୍ ଦେଇଥାନ୍ତି । ବନ୍ଧୁତ୍ବରେ ସର୍ତ୍ତର କୌଣସି ସ୍ଥାନ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.