Below header

ଆଜିଠୁ ଆରମ୍ଭ ହେଲା ସପ୍ତଦଶ ଲୋକସଭାର ପ୍ରଥମ ଅଧିବେଶନ : ଓଡ଼ିଆରେ ଓଡ଼ିଶା ସାଂସଦ ଏବଂ ସଂସ୍କୃତରେ ଶପଥପାଠ କଲେ ପ୍ରତାପ ଷଡ଼ଙ୍ଗୀ

ଆଜିଠୁ ଆରମ୍ଭ ହୋଇଛି ସପ୍ତଦଶ ଲୋକସଭାର ପ୍ରଥମ ଅଧିବେଶନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମେ ପଦ ଓ ଗୋପନୀୟତାର ଶପଥ ନେଇଥିଲେ। ଏହାପରେ ଅନ୍ୟମାନଙ୍କୁ ଶପଥ ପାଠ କରାଇଥିଲେ କାମଚଳା ବାଚସ୍ପତି। ଓଡ଼ିଆରେ ପଦ ଓ ଗୋପନୀୟତାର ଶପଥ ପାଠ କରିଛନ୍ତି ଓଡ଼ିଶାର ସାଂସଦ। ଓଡ଼ିଶାରୁ ସାଂସଦ ଭାବରେ ପ୍ରଥମେ ସୁନ୍ଦରଗଡ଼ ସାଂସଦ ଜୁଏଲ୍‌ ଓରାମ୍‌। ତାଙ୍କ ପରେ କେନ୍ଦୁଝର ସାଂସଦ ଚନ୍ଦ୍ରାଣୀ ମୁର୍ମୁ ସାନ୍ତାଳି ଭାଷାରେ ଶପଥ ପାଠ କରିଥିଲେ। ଏହାପରେ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ, ଯାଜପୁର ସାଂସଦ ଶର୍ମିଷ୍ଠା ସେଠୀ, ଢ଼େଙ୍କାନାଳ ସାଂସଦ ମହେଶ ସାହୁ, କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା, ନବରଙ୍ଗପୁର ସାଂସଦ ରମେଶ ମାଝୀ ଶପଥ ଗ୍ରହଣ କରିଥିଲେ। କନ୍ଧମାଳ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ ଶପଥ ନେଇଥିଲେ। ତାଙ୍କ ପରେ ଜଗତସିଂହପୁର ସାଂସଦ ଡାକ୍ତର ରାଜଶ୍ରୀ ମଲ୍ଲିକ, ପୁରୀ ସାଂସଦ ପିନାକୀ ମିଶ୍ର, ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ, ଆସିକା ସାଂସଦ ପ୍ରମିଳା ବିଶୋୟୀ, ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଓ କୋରାପୁଟ ସାଂସଦ ଶପ୍ତଗିରି ଉଲ୍ଲାକା ଶପଥ ନେଇଥିଲେ। ଇଂରାଜୀରେ ଶପଥ ପାଠ କରିଥିଲେ ଶପ୍ତଗିରି ଉଲ୍ଲାକା। ଆଜି ପ୍ରଥମ ଦିନରେ ଓଡ଼ିଶାର ୧୬ ଜଣ ସାଂସଦ ଶପଥ ଗ୍ରହଣ କରିଛନ୍ତି। ଲୋକସଭାରେ ବିଜେଡିର ୧୨ ଜଣ, ବିଜେପିର ୮ ଓ କଂଗ୍ରେସର ଜଣେ ସାଂସଦ ଅଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.