ନବରଙ୍ଗପୁର: କୋଡିଙ୍ଗା ହାଜତ ମୃତ୍ୟୁ ଅଭିଯୋଗ ମାମଲା, ବିଧାୟକ ଓ ତହସିଲଦାରଙ୍କ ପ୍ରତିଶୃତି ପରେ ହେଲା ମୃତକଙ୍କ ଶବସତ୍କାର

ନବରଙ୍ଗପୁରରେ ହାଜତ ମୃତ୍ୟୁ ଅଭିଯୋଗ ଘଟଣା । ବିଧାୟକ ଓ ତହସିଲଦାରଙ୍କ ପ୍ରତିଶୃତି ପରେ ମୃତକଙ୍କ ଶବ ସତ୍କାର କଲେ ପରିବାର ଲୋକେ ଓ ଗ୍ରାମବାସୀ । ମାଡ଼ ମାରିଥିବା ପୋଲିସ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ମୃତ ଦେହ ନେଉନଥିଲେ ପରିବାର ଲୋକେ। ବହୁ ସମୟ ଧରି ମହାପ୍ରୟାଣ ଗାଡ଼ିରେ ମୃତ ଦେହ ପଡିରହିଥିଲା। ଡାବୁଗାଁ ବିଧାୟକ ମନୋହର ରନ୍ଧାରୀଙ୍କ ପ୍ରତିଶୃତି ପରେ ମୃତ ଗୋବର୍ଦ୍ଧନଙ୍କ ଶବ ସତ୍କାର କରାଯାଇଛି । ପାପଡାହାଣ୍ଡି ତହସିଲଦାର ଓ ବିଧାୟକ ମନୋହର ରନ୍ଧାରୀ ପହଞ୍ଚି ୨୦ ହଜାର ଟଙ୍କା ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଯୋଗାଇଦେବାକୁ ପ୍ରତିଶୃତି ଦେବାପରେ ଶବ ସତ୍କାର ହୋଇଥିଲା ।

ପୋଲିସ ବିରୋଧରେ ମୃତକଙ୍କ ଝିଅ ଡୁମୁଣୀ ବିନ୍ଧାଣୀ ସଙ୍ଗୀନ ଅଭିଯୋଗ ଆଣି କହିଥିଲେ ଗୋବର୍ଦ୍ଧନଙ୍କୁ ପୋଲିସ ହେପାଜତରେ ପିଟି ପିଟି ମାରି ଦିଆଯାଇଛି । ଲୋକଙ୍କୁ ଭୁଆଁ ବୁଲାଇବା ପାଇଁ ଚିକିତ୍ସା ନାଁରେ ତାଙ୍କ ବାପାଙ୍କୁ ବିଶାଖାପାଟଣା ନିଆଯାଇଥିବା ସେ ଅଭିଯୋଗ କରିଛନ୍ତି । ପୋଲିସ ଜୋର ଜବରଦସ୍ତି ରାତି ୨ଟାରେ ତାଙ୍କୁ, ତାଙ୍କ ମାଆ ଓ ଜଣେ ସଂପର୍କୀୟ ଭାଇଙ୍କୁ ନିଦରୁ ଉଠାଇ ଗୋବର୍ଦ୍ଧନଙ୍କୁ ଚିକିତ୍ସା ପାଇଁ ବିଶାଖାପାଟଣା ନିଆଯାଉଥିବା କହି ଉଠାଇନେଇଥିଲେ । ଗତକାଲି ସଂଧ୍ୟାରେ ପହଞ୍ଚିଥିଲା ଗୋବର୍ଦ୍ଧନଙ୍କ ମୃତ ଦେହ । ପରିସ୍ଥିତିକୁ ଦୃଷ୍ଟିରେ ରଖି ବ୍ୟବଚ୍ଛେଦ ପାଇଁ ବ୍ୟପାକ ବ୍ୟବସ୍ଥା କରାଯାଇଥିଲା । ଶବ ବ୍ୟବଚ୍ଛେଦ ଗୃହରେ ଜେନେରେଟର ଲଗାଯାଇଥିଲା । ବ୍ୟାପକ ପୋଲିସ ମୁତୟନ କରାଯାଇ ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ, ଡିଆରଡିଏ ଓ ଏସ୍‌ପିଙ୍କ ଉପସ୍ଥିତିରେ ଶବ ବ୍ୟବଚ୍ଛେଦ ହୋଇଥିଲା ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.