Below header

କରୋନା ସଂକ୍ରମଣରେ ନୂଆଦିଲ୍ଲୀରେ ପ୍ରାଣ ହରାଇଲେ ଓଡ଼ିଆ ଯୁବ ଡାକ୍ତର

ନୂଆଦିଲ୍ଲୀ: ନୂଆଦିଲ୍ଲୀରେ କରୋନା ଜନିତ ସଂକ୍ରମଣରେ ଜଣେ ଓଡ଼ିଆ ଡାକ୍ତର ପ୍ରାଣ ହରାଇଛନ୍ତି । ନୂଆଦିଲ୍ଲୀର ସଂକେତ ନଗରରେ ରହୁଥିବା ଏହି ଓଡ଼ିଆ ଡାକ୍ତର ଜଣଙ୍କ ହେଉଛନ୍ତି ଅଶ୍ୱିନୀ କୁମାର ପ୍ରତାପ । ତାଙ୍କ ବୟସ ୪୦ ବର୍ଷ ବୋଲି ମଧ୍ୟ ଜଣାଯାଇଛି । ନୂଆଦିଲ୍ଲୀର ନ୍ୟାସନ୍ୟାଲ ଇନଷ୍ଟିଟ୍ୟୁଟ ଅଫ ହେଲ୍ଥ ଆଣ୍ଡ ଫ୍ୟାମିଲି ୱେଲ ଫେୟାର ବା ଏନଆଇଏଚଏଫରେ କାର୍ଯ୍ୟରତ ଡାକ୍ତର ପ୍ରତାପ ଗତ ୧୩ ତାରିଖରେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଚିହ୍ନଟ ହେବା ପରେ ତାଙ୍କୁ ରାଜୀବ ଗାନ୍ଧୀ ସୁପର ସ୍ପେସାଲିଟି ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ସେଠାରେ ରହି ଚିକିତ୍ସିତ ହେଉଥିବା ସମୟରେ ହିଁ ଆଜି ସେଠାରେ ପ୍ରାଣ ହରାଇଛନ୍ତି ।

ଅନ୍ୟପକ୍ଷରେ ତାଙ୍କ ପତ୍ନୀ ସମେତ ଦୁଇ ଯାଁଆଳା ଝିଅ ଛୋଟ ଝିଅ ବି କରୋନାରେ ସଂକ୍ରମିତ ଥିବା ଜଣାପଡିଛି । ସେମାନେ କିଛି ଦିନ ତଳେ ନୂଆ ଦିଲ୍ଲୀରୁ ଓଡିଶା ଫେରିଥିବା ବେଳେ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ରହି ଚିକିତ୍ସିତ ହେଉଥିବା ଜଣାଯାଇଛି । ମୃତ ଡାକ୍ତର ପ୍ରତାପ କଟକ ଜିଲ୍ଲା ଡମପଡା ବ୍ଲକ ସିମିଲିପୁର ଅଂଚଳର ମୂଳ ବାସିନ୍ଦା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.