Below header

ପ୍ରବାସୀ ଓଡ଼ିଆଙ୍କୁ ନେଇ ଆସୁଥିବା ବସ ନାସିକ ରାସ୍ତାରେ ଦୁର୍ଘଟଣା ଗ୍ରସ୍ତ, ୮ଶ୍ରମିକ ଆହତ

କେନ୍ୟୁଜ: ପ୍ରବାସୀ ଓଡ଼ିଆ ଗାଡି ଦୁର୍ଘଟଣାଗ୍ରସ୍ତ। ମହାରାଷ୍ଟ୍ର ଦିମୁଣ୍ଡିରୁ ଟ୍ରକ ଯୋଗେ ୫୨ଜଣ ପ୍ରବାସୀ ଶ୍ରମିକଙ୍କୁ ନେଇ ଫେରୁଥିବାବେଳେ ନାସିକ ନିକଟରେ ଓଲଟି ପଡିଥିଲା। ଫଳରେ ୮ଜଣ ଆହତ ହୋଇଛନ୍ତି। ବସ୍‌ରେ ଗଞ୍ଜାମ, ବାଲେଶ୍ୱର ଓ ଖୋର୍ଦ୍ଧାର ଯାତ୍ରୀ ଥିଲେ। ପ୍ରବାସୀ ଓଡ଼ିଆଙ୍କୁ ନେଇ ଆସୁଥିବା ବସ ନାସିକ ରାସ୍ତାରେ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଦୁର୍ଘଟଣାର କ୍ଷୟକ୍ଷତି ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିପାରିନାହିଁ । ପୂର୍ବରୁ ମଧ୍ୟ ପ୍ରବାସୀଙ୍କୁ ନେଇ ଆସୁଥିବା ବସ ଅନେକ ଥର ଦୁର୍ଘଟଣା ଗ୍ରସ୍ତ ହୋଇଥିବା ବେଳେ ଅନେକ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା । ଓଡିଶାର କଳିଙ୍ଗା ଘାଟିରେ ମଧ୍ୟ ବସ ଦୁର୍ଘଟଣା ହୋଇ ଏକାଧିକ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.