Below header

ବଙ୍ଗୋପସାଗରରେ ଦାନା ବାନ୍ଧୁଛି ବାତ୍ୟା, ୧୬ ସୁଦ୍ଧା ସାମୁଦ୍ରିକ ଝଡର ରୂପ ନେଇପାରେ ଲଘୁଚାପ

କେନ୍ୟୁଜ: ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସାଇକ୍ଲୋନିକ୍‌ ଷ୍ଟର୍ମ ଧିରେ ଧିରେ ଘନିଭୂତ ହେଉଛି । ଗତ ୨୪ ଘଣ୍ଟା ମଧ୍ୟରେ ଲଘୁଚାପ କ୍ଷେତ୍ର ଜଟିଳ ସ୍ଥିତିରେ ରହିଛି। ଏହା ଚଳିତ ବର୍ଷର ପ୍ରଥମ ସାଇକ୍ଲୋନିକ୍‌ ଷ୍ଟର୍ମ ଆମ୍ଫନର ରୂପ ନେବାରେ ଲାଗିଛି । ଏହାର ପ୍ରଭାବରେ ଦକ୍ଷିଣ ପୂର୍ବ ବଙ୍ଗୋପ ସାଗର ଏବଂ ଦକ୍ଷିଣ ଆଣ୍ଡାମାନ ସାଗରରେ ବାତ୍ୟା ପାଇଁ ସ୍ଥିତି ଅନୁକୂଳ ହେବାରେ ଲାଗିଛି । ଆସନ୍ତା ୨୪ରୁ ୪୮ ଘଣ୍ଟା ମଧ୍ୟରେ ଏହା ଡିପ୍ରେସନର ରୂପ ନେବାର ସମ୍ଭାବନା ରହିଛି । ପାଣିପାଗ ସଂସ୍ଥା ସ୍କାଏମେଟ୍‌ର ପୂର୍ବାନୁମାନ ଅନୁସାରେ ଏହା ଉତ୍ତର ଏବଂ ଉତ୍ତର ପଶ୍ଚିମ ଦିଗ ଆଗକୁ ବଢିବ । ଆସନ୍ତାକାଲି ଡିପ ଡ୍ରିପେସନ ଏବଂ ମଇ ୧୭ ତାରିଖରେ ଏହା ସାଇକ୍ଲୋନିକ୍‌ ଷ୍ଟର୍ମର ରୂପ ନେବ ।

weather-ସୂଚନା ମୁତାବକ ୧୭ ମଇରେ ଏହାର ମୋଡେଲ ଦୁଇ ପ୍ରକାର ଟ୍ରାକ ଦେଖାଯାଉଛି । ଗୋଟିଏ ଟ୍ରାକରେ ଏହା ଉତ୍ତର-ପୂର୍ବ ଆଡକୁ ମୁହାଁଇବା ଅନୁମାନ କରାଯାଉଛି । ଅନ୍ୟ ଟ୍ରାକ ଅନୁସାରେ ଏହା ରିକର୍ଭ କରିବ । ଗୋଟିଏ ଟ୍ରାକ ଅନୁସାରେ ଏହା ବାଲାଂଦେଶ ଏବଂ ପଶ୍ଚିମବଙ୍ଗ ଆଉକୁ ମୁହାଁଇବ । ଦ୍ୱିତୀୟ ଟ୍ରାକ ଅନୁସାରେ ବାଂଲାଦେଶ ଏବଂ ମିଆଁମାର ଆଡକୁ ମୁହାଁଇବ । ଏପଟେ ଏହା ଆହୁରି ଘନୀଭୂତ ହୋଇ ୧୬ ତାରିଖ ଦିନ ଦକ୍ଷିଣ-ପଶ୍ଚିମ ଏବଂ ପଶ୍ଚିମ-କେନ୍ଦ୍ର ବଙ୍ଗୋପ ସାଗରରେ ସାମୁଦ୍ରିକ ଝଡ଼ର ରୂପ ନେବ। ଏହି ଝଡ଼ ୧୭ ତାରିଖ ଯାଏ ଉତ୍ତର ପଶ୍ଚିମ ଦିଗକୁ ଗତି କରିବ। ଏହାପରେ ରିକର୍ଭ ହୋଇ ଉତ୍ତର-ଉତ୍ତର ପୂର୍ବ ଦିଗକୁ ଗତି କରିବା ନେଇ ପାଣିପାଗ ବିଭାଗ ଅନୁମାନ କରିଛି । ଆଗାମୀ ୫ ଦିନ ପାଇଁ ଓଡ଼ିଶା ପ୍ରତି କୌଣସି ବିପଦ ନାହିଁ। ଲଘୁଚାପ ଅବପାତ ରୂପ ନେବା ପରେ ବାତ୍ୟାର ଶକ୍ତି ଓ ଗତି ସମ୍ପର୍କରେ ଅନୁମାନ କରି ହେବ ବୋଲି ଆଇଏମ୍‌ଡି ଡିଜି କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.