ପୁଣି ଗଞ୍ଜାମରୁ ୪୨, ଯାଜପୁରରୁ ୧୭ ଓ ଭଦ୍ରକରୁ ୯ ପଜିଟିଭ୍‌ ଚିହ୍ନଟ, ମୋଟ ସଂକ୍ରମିତଙ୍କ ସଂଖ୍ୟା ୬୧୧କୁ ବୃଦ୍ଧି

କେନ୍ୟୁଜ: ଆଜି ରାଜ୍ୟରେ ଆଉ ୭୩ ପଜିଟିଭ୍‌ ଚିହ୍ନଟ, ମୋଟ ସଂକ୍ରମିତଙ୍କ ସଂଖ୍ୟା ୬୧୧କୁ ବୃଦ୍ଧି। ଗତକାଲି ୧୦୧ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ଆଜି ପୁଣି ୭୩ଟି ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସୂଚନା ମୁତାବକ ରାଜ୍ୟରେ ୪୬୫ ଚିକିତ୍ସିତ, ୧୪୩ ସୁସ୍ଥଥିବା ବେଳେ ୩ ଜଣଙ୍କର ମୃତ୍ୟୁ ହୋଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା।

ରିପୋର୍ଟ ଅନୁଯାୟୀ ଗଞ୍ଜାମରୁ ୪୨, ଯାଜପୁରରୁ ୧୭, ଭଦ୍ରକ ୯, ଖୋର୍ଦ୍ଧା ୩, ସୁନ୍ଦରଗଡରେ ୨ ଜଣଙ୍କ ପଜିଟିଭ୍‌ କେସ୍‌ ଆସିଛି। ଗଞ୍ଜାମ ଜିଲ୍ଲାର ୪୨ ସଂକ୍ରମିତ ସୁରତ ଫେରନ୍ତା ସମସ୍ତେ କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ଥିଲେ । ଯାଜପୁରର ୧୭ ସଂକ୍ରମିତ ବି କୋଲକାତା ଫେରନ୍ତା । ଭଦ୍ରକର ୯ରୁ ୫ ସଂକ୍ରମିତ ସୁରତ ଫେରନ୍ତା, ଅନ୍ୟ ୩ ପଶ୍ଚିମବଙ୍ଗ ଓ ଜଣେ କର୍ଣ୍ଣାଟକ ଫେରନ୍ତା । ଖୋର୍ଦ୍ଧାର ୩ ସଂକ୍ରମିତ ସୁରତ ଫେରନ୍ତା । ସମସ୍ତ ସଂକ୍ରମିତ କ୍ୱାରେଣ୍ଟାଇନ୍‌ରେ ଥିଲେ । ସେହିପରି ସୁନ୍ଦରଗଡ଼ର କଣ୍ଟେନ୍‌ମେଣ୍ଟ ଜୋନ୍‌ରୁ ୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.