Below header

ବନ୍ୟା ପ୍ରପୀଡ଼ିତ କେରଳକୁ ଆଉ ୫ କୋଟି ଟଙ୍କାର ଆର୍ଥିକ ସହାୟତା ଦେବ ଓଡ଼ିଶା

ବନ୍ୟା ପ୍ରପୀଡ଼ିତ କେରଳକୁ ଆଉ ୫ କୋଟି ଟଙ୍କାର ଆର୍ଥିକ ସହାୟତା ଦେବ ଓଡ଼ିଶା । ଆଜି ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡରୁ ଏହି ଅର୍ଥ ପ୍ରଦାନ କରାଯିବ । ଏହାସହ ୮ କୋଟି ଟଙ୍କାରେ ୫ ଶହ ଟନ୍‌ ପଲିଥିନ୍‌ କେରଳ ପଠାଇବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ପୂର୍ବରୁ କେରଳକୁ ୫ କୋଟି ଟଙ୍କାର ଆର୍ଥିକ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ନବୀନ କହିଛନ୍ତି, ଏଭଳି ଦୁର୍ଦ୍ଦିନରେ ବନ୍ୟା ପ୍ରଭାବିତ କେରଳ ଲୋକଙ୍କ ସହ ସାରା ଓଡ଼ିଶାବାସୀ ଅଛନ୍ତି । ସେହିପରି କେରଳରେ ଫସି ରହିଥିବା ଓଡ଼ିଆଙ୍କୁ ଉଦ୍ଧାର ଓ ସହାୟତା କରିବା ପାଇଁ ସେଠାକୁ ଯାଇଥିବା ଅଧିକାରୀଙ୍କ ସହ ଯୋଗାଯୋଗରେ ରହିବା ପାଇଁ ସ୍ୱତନ୍ତ୍ର ରିଲିଫ କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.