Below header

ପାଣ୍ଡ୍ୟା ଓ ପନ୍ତଙ୍କ ସୁପର ସୋ : ଇଂଲଣ୍ଡ ୧୬୧ ରନରେ ଅଲ୍ଆଉଟ୍

ପାଣ୍ଡ୍ୟା ଓ ପନ୍ତଙ୍କୁ ପାଞ୍ଚ ପାଞ୍ଚ

ନଟିଂହାମ୍ : ୩ୟ ଟେଷ୍ଟକୁ ନିଜ ନିୟନ୍ତ୍ରଣକୁ ନେଇଛି ଟିମ୍ ଇଣ୍ଡିଆ । ଘରୋଇ ଇଂଲଣ୍ଡ ଦଳକୁ ୧୬୧ ରନରେ ଅଲଆଉଟ୍ କରି ପ୍ରଥମ ପାଳିରେ ଆଗୁଆ ରହିଛି ବିରାଟ ବାହିନୀ । ହିରୋ ସାଜିଛନ୍ତି ଯୁବ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା । ସେ ୫ଟି ୱିକେଟ୍ ଦଖଲ କରିଛନ୍ତି । ଇଶାନ୍ତ ୨ ଏବଂ ବୁମରା ୨ ଓ ସାମି ଗୋଟିଏ ଲେଖାଏଁ ୱିକେଟ୍ ନେଇଛନ୍ତି । ତେବେ ଆଜି ଖେଳରେ ସୁପର ସୋ ଥିଲା ପାଣ୍ଡ୍ୟା ଓ ଋଷଭ ପନ୍ତଙ୍କର । ପାଣ୍ଡ୍ୟା ୫ ୱିକେଟ୍ ନେଇଥିବା ବେଳେ ୱିକେଟ୍ କିପର ପନ୍ତ ୫ଟି କ୍ୟାଚ୍ ଧରିଥିଲେ । ଏହି ଯୁବ ଖେଳାଳିଙ୍କ ସଫଳତା ପାଇଁ ପ୍ରଥମ ପାଳିରେ ଭାରତ ୧୬୮ ରନରେ ଆଗୁଆ ରହିଛି ।

ଆରମ୍ଭ କରିଥିଲେ ଇଶାନ୍ତ
ଆଜି ଦ୍ବିତୀୟ ଦିନର ଭୋଜନ ବିରତି ପରେ ଇଂଲଣ୍ଡର ପ୍ରମୁଖ ଭାଗ ବ୍ୟାଟ୍ସମ୍ୟାନମାନଙ୍କୁ ନୟାନ୍ତ କରିଦେଇଥିଲେ ଭାରତୀୟ ବୋଲର୍ । ବିରତି ପର୍ୟନ୍ତ ବିନା ଓ୍ୱିକେଟରେ ୪୬ ରନ୍ କରିଥିବା ଘରୋଇ ଦଳ ଲଗାତର ଭାବେ ୱିକେଟ୍ ହରାଇ ଚାଲିଥିଲା ।
ବୋଲରଙ୍କୁ ସହଯୋଗ ଦେଇ ୱିକେଟ୍ ପଛରେ ୫ ଜଣଙ୍କର କ୍ୟାଚ୍ ଧରିଥିଲେ ପ୍ରଥମ ଟେଷ୍ଟ ମ୍ୟାଚ୍ ଖେଳୁଥିବା ଋଷଭ ପନ୍ତ । ସେହିପରି ଲୋକେଶ ରାହୁଲ ସ୍ଲିପରେ ଧରିଥିଲେ ୩ଟି କ୍ୟାଚ୍ । ଫଳରେ ଇଂଲଣ୍ଡ ୩୮.୨ ଓଭରରେ ଅଲ୍ଆଉଟ୍ ହୋଇଯାଇଥିଲା ।

ପୂର୍ବରୁ ଭାରତ ୩୨୯ ରନ୍ କରି ଅଲ୍ଆଉଟ୍ ହୋଇଥିଲା । ବର୍ଷା ଯୋଗୁଁ ଆଜି ଖେଳ ଆରମ୍ଭ ହେବାରେ ବିଳମ୍ବ ହୋଇଥିଲା । ୬ ୱିକେଟରେ ୩୦୭ ରନରୁ ବ୍ୟାଟିଂ ଆରମ୍ଭ କରିଥିବା ଭ୍ରମଣକାରୀ ଦଳ ଆଉ ମାତ୍ର ୨୨ ରନ୍ ଯୋଡ଼ି ବାକି ୪ଟି ୱିକେଟ୍ ହରାଇଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.