ଆରମ୍ଭ ହେଲା ମାଟ୍ରିକ ଏଗଜାମ୍‌ , ପରୀକ୍ଷା ଦେଉଛନ୍ତି ପ୍ରାୟ ୬ ଲକ୍ଷ ପରୀକ୍ଷାର୍ଥୀ

ଭୁବନେଶ୍ବର(କେନ୍ୟୁଜ୍) : ସାରା ରାଜ୍ୟରେ ଆରମ୍ଭ ହେଲା ମାଟ୍ରିକ ପରୀକ୍ଷା । ଚଳିତବର୍ଷ ଉଭୟ ରେଗୁଲାର ଓ ଏକ୍ସ-ରେଗୁଲାରରେ ପରୀକ୍ଷା ଦେଉଛନ୍ତି ୬ ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ । ପ୍ରଥମ ଦିନ ସାହିତ୍ୟ ପରୀକ୍ଷା ରହିଛି । ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପରୀକ୍ଷା ପାଇଁ କରାଯାଇଛି ୨ ହଜାର ୮୩୦ଟି ପରୀକ୍ଷା କେନ୍ଦ୍ର । ସୁପରିଚାଳନା ପାଇଁ ପଞ୍ଚସ୍ତରୀୟ ତଦାରଖ ବ୍ୟବସ୍ଥା ହୋଇଛି । ୫୮ଟି ଫ୍ଲାଇଂ ସ୍କ୍ଵାଡ୍‌, ସେଣ୍ଟାଲ ଅଫିସ, ଜୋନାଲ ଅଫିସ ଓ ଜିଲ୍ଲାସ୍ତରରେ ସ୍କ୍ଵାଡ୍‌ ସହ ଗଣ ଶିକ୍ଷା ବିଭାଗ ତରଫରୁ ପ୍ରତି ଜିଲ୍ଲାରେ ଜଣେ ନୋଡାଲ ଅଫିସର ଦାୟିତ୍ୱରେ ରହିଛନ୍ତି । ସେଣ୍ଟର ମଧ୍ୟକୁ କୌଣସି କର୍ମଚାରୀ ସେଲ ଫୋନ ନେଇ ପାରିବେ ନାହିଁ । ସବୁ ପରୀକ୍ଷା କେନ୍ଦ୍ରରେ ସିସିଟିଭି କ୍ୟାମେରା ବ୍ୟବସ୍ଥା କରାଯାଇଛି । ମାଓପ୍ରବଣ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଚଳିତବର୍ଷ କିସ୍‌ର ୧୭୦୩ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି । ଫେବୃଆରୀ ରୁ ୨୨ ତାରିଖରୁ ମାର୍ଚ୍ଚ ୮ ଯାଏଁ ମାଟ୍ରିକ ପରୀକ୍ଷା ଚାଲିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.