Below header

କରୋନା ନେଲା ଆଉ ୭ ଜୀବନ, ଭୁବନେଶ୍ୱରର ୫ ବର୍ଷର ଶିଶୁ ମୃତ

ଭୁବନେଶ୍ୱର: ରାଜ୍ୟରେ କରୋନା ନେଇଛି ଆଉ ୭ ଜୀବନ । ଏହାକୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୧୫୪କୁ ବୃଦ୍ଧି ପାଇଛି । ଏନେଇ ଟ୍ୱିଟ ଜରିଆରେ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ବିଭାଗ ଦ୍ୱାରା ଜାରି ହୋଇଥିବା ସୂଚନା ଅନୁଯାୟୀ ଏହି ୭ ଜଣଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ସେମାନେ କୋଭିଡ ହସ୍ପିଟାଲରେ ରହି ଚିକିତ୍ସିତ ହେଉଥିଲେ । ଏମଧ୍ୟରୁ ଗଂଜାମର ୩ ଜଣ ଥିବା ବେଳେ ରାୟଗଡାରୁ ୨ ଜଣ, ଭୁବନେଶ୍ୱରରୁ ଜଣେ, କଟକର ଜଣେ ଲେଖାଏଁ ଅଛନ୍ତି ।

– ଗଞ୍ଜାମ ଜିଲ୍ଲାର ଜଣେ ୫୫ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି ।

– ରାୟଗଡାର ଜଣେ ୭୨ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ବେଳେ ସେ ମଧୁମେହ ରୋଗରେ ଆକ୍ରାନ୍ତ ଥିବା ଜଣାଯାଇଛି । ଆଜିର ମୃତକଙ୍କ ମଧ୍ୟରୁ ସେ ହେଉଛନ୍ତି ସବୁଠୁ ବୟସ୍କ ବ୍ୟକ୍ତି ।

– ରାୟଗଡାର ଜଣେ ୩୧ ବର୍ଷୀୟ ଯୁବକଙ୍କର ମଧ୍ୟ କରୋନାରେ ମୃତ୍ୟୁ ହୋଇଥିବା ନେଇ ରିପୋର୍ଟ ଆସିଛି ।

– ସେପଟେ ଗଞ୍ଜାମର ଜଣେ ୫୬ ବର୍ଷୀୟ ବ୍ୟକ୍ତିଙ୍କର ମଧ୍ୟ କରୋନାରେ ମୃତ୍ୟୁ ହୋଇଛି ।

– କଟକର ଜଣେ ୪୫ ବର୍ଷୀୟ ବ୍ୟକ୍ତି ଆଜି ପ୍ରାଣ ହରାଇଥିବା ବେଳେ ସେ ପୂର୍ବରୁ ବ୍ରୋଙ୍କିଆଲ ଆସ୍ଥମା ଓ ଡାଇବେଟିସ ରୋଗରେ ପୀଡିତ ଥିଲେ ।

– ଏହା ବାଦ ଗଞ୍ଜାମର ଜଣେ ୩୯ ବର୍ଷୀୟ ବ୍ୟକ୍ତିଙ୍କର ମଧ୍ୟ ମାରାତ୍ମକ କରୋନାରେ ମୃତ୍ୟୁ ଘଟିଛି ଜ୍ଝ ପଜିଟିଭ ଚିହ୍ନଟ ହେବା ପରେ ସେ କୋଭିଡ ହସ୍ପିଟାଲରେ ରହି ଚିକିତ୍ସିତ ହେଉଥିଲେ ।

– ଆଉ ସବୁଠୁ ଦୁଃଖକର କଥା ହେଉଛି, ରାଜଧାନୀର ଏକ ୫ ବର୍ଷୀୟ ବାଳକର ମଧ୍ୟ ଜୀବନ ନେଇଛି ଏହି ମାରାତ୍ମକ ଭାଇରସ । ଶିଶୁଟି ପୂର୍ବରୁ ସେରିବ୍ରାଲ ପାଲ୍ସି ଓ ସିଜର ଡିସରଡ଼ର ରୋଗରେ ପୀଡିତ ଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.