ଚାଣକ୍ୟ ନୀତି : ସଙ୍କଟ ଏବଂ ଅସୁବିଧା ସମୟରେ କାମରେ ଆସିଥାଏ ଏହିସବୁ ନୀତି

ଜୀବନରେ ସୁଖ ସହିତ ଅନେକ ଦୁଃଖର ମଧ୍ୟ ସାମ୍ନା କରିବାକୁ ପଡିଥାଏ। ଏଥିପାଇଁ ମଣିଷ ପ୍ରତିଟି ମୂହୁର୍ତ୍ତରେ ପ୍ରସ୍ତୁତ ରହିବା ଆବଶ୍ୟକ। ସଙ୍କଟ ସମୟରେ ହଡବଡାଇବା ପରିବର୍ତ୍ତେ ଧୈର୍ଯ୍ୟର ସହିତ କାମ କରିବା ଜରୁରୀ। ଚାଣକ୍ୟ ନୀତି ଅନୁସାରେ ମଣିଷ ହତାଶ କିମ୍ବା ନିରାଶ ନ ହୋଇ ବୁଝିବିଚାରି କାମ କରିବା ଆବଶ୍ୟକ। ଖରାପ ସମୟରେ ଧୈର୍ଯ୍ୟର ସହିତ କାମ କରିବା ଉଚିତ।

ଚାଣକ୍ୟ ନୀତି ଅନୁସାରେ, କୌଣସି ବ୍ୟକ୍ତି ରାଗରେ ଏମିତି କିଛି କାର୍ଯ୍ୟ ନ କରୁ, ଯାହା ପାଇଁ ପଛରେ ଅନୁତପ୍ତ କରିବାକୁ ପଡିପାରେ। ସଙ୍କଟ ସମୟରେ ଧୈର୍ଯ୍ୟର ସହିତ ଗମ୍ଭୀରତା ଭାବେ ସବୁ କଥାର ସାମ୍ନା କରିବାକୁ ପଡିବ।

ଚାଣକ୍ୟ ନୀତି ଅନୁଯାୟୀ, ଜୀବନରେ ଧନ ସଂଚୟ କରିବା ନିତାନ୍ତ ଜରୁରୀ। ଏଥିପାଇଁ ପ୍ରତ୍ୟେକ ବ୍ୟକ୍ତି ସଙ୍କଟ ସମୟରେ ସେହି ପଇସାକୁ ଉପଯୋଗ କରିପାରିବ। ଆର୍ଥିକ ସମସ୍ୟା ସମୟରେ ଏହି ସଂଚିତ ଧନ ଆପଣଙ୍କର ସମସ୍ତ ସମସ୍ୟାର ସମାଧାନ ହୋଇଥାଏ।

cha

ଚାଣକ୍ୟ ନୀତି ଅନୁଯାୟୀ, କେବେ ବି ଖରାପ ବ୍ୟବହାର କରୁଥିବା ବନ୍ଧୁ ଉପରେ ବିଲକୁଲ ବିଶ୍ୱାସ କରିବା ଉଚିତ ନୁହେଁ। ଏହାଛଡା କୌଣସି ଭଲ ବନ୍ଧୁ ସହିତ ମଧ୍ୟ ସଂପୂର୍ଣ୍ଣ ଭାବେ ଭରସା କରି ସବୁକିଛି କହିବା ଉଚିତ ନୁହେଁ। ଭବିଷ୍ୟତରେ କୌଣସି କାରଣ ଯୋଗୁଁ ଏହି ଉତ୍ତମ ବନ୍ଧୁ ଆପଣଙ୍କର ସବୁ ରହସ୍ୟ ଦରକାର ପଡିଲେ ପଦାରେ ପକାଇ ଦେବ।

କୌଣସି ବ୍ୟକ୍ତି ଆମ ସାମ୍ନାରେ ମିଠା ମିଠା କଥା କହି ପଛରେ ଷଡଯନ୍ତ୍ର କରେ, ତାହା ସହିତ ବନ୍ଧୁତା ରଖିବା ଉଚିତ ନୁହେଁ। ତା’ ସହିତ ଆପଣଙ୍କ ସମସ୍ତ ସମୟ ବରବାଦ ଯାଇଥାଏ। ସେମାନେ ହିଁ ସଙ୍କଟ ସମୟରେ ଆପଣଙ୍କୁ ଅସୁବିଧାରେ ପକାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.