Below header

ଆଜି ରାଜ୍ୟରେ ୨୮ ଜିଲ୍ଲାରୁ ୧୨୧୫ ପଜିଟିଭ, ୨୮୧୦୭ ଛୁଇଁଲା ମୋଟ ସଂଖ୍ୟା

ଭୁବନେଶ୍ୱର:  ଆଜି ରାଜ୍ୟରେ ୨୮ ଜିଲ୍ଲାରୁ ୧୨୧୫ ଜଣ ନୂଆ ପଜିଟିଭ ଚିନ୍ହଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ୨୮,୧୦୭କୁ ବୃଦ୍ଧି ପାଇଛି । ଆଜିର ଚିହ୍ନଟଙ୍କ ମଧ୍ୟରୁ ସର୍ବାଧିକ ଗଂଜାମ ଜିଲ୍ଲାର ୩୩୨ ଜଣ ଥିବା ବେଳେ ୩୧୨ ପଜିଟିଭ ସହ ଦ୍ଵିତୀୟ ସ୍ଥାନରେ ଅଛି ଖୋର୍ଦ୍ଧା । ଆଉ ୮୯ ଜଣ ନୂଆ ଆକ୍ରାନ୍ତଙ୍କ ସହ ତୃତୀୟ ସ୍ଥାନରେ ଅଛି ଗଜପତି । ଏଯାବତ ରାଜ୍ୟରେ ୪୭,୬୫୬୦ ଜଣଙ୍କ ଟେଷ୍ଟ ହୋଇଥିବା ବେଳେ ସେମଧ୍ୟରୁ ୨୮୧୦୭ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି ।

କହିରଖିବା ଉଚିତ ହେବକି ଏଯାବତ ରାଜ୍ୟରେ ୧୦୫୪୫ ଟି ଆକ୍ଟିଭ କେଶ ରହିଛି । ଯେବେକି ୧୭,୩୭୩ ଜଣ ସୁସ୍ଥ ହୋଇଥିବା ବେଳେ ୫୮୧ ଜଣ ସଦ୍ୟ ଆରୋଗ୍ୟ ଲାଭ କରିଛନ୍ତି । ଏହାବାଦ କେଉଁଝରର ୭୭ ଜଣ, କଟକର ୬୦ ଜଣ, ଜଗତସିଂହପୁର ଜିଲ୍ଲାର ୪୭ ଜଣ ଥିବା ଜଣାଯାଇଛି । ସେପଟେ ଅନୁଗୁଳରୁ ୧୧ଜଣ, ବାଲେଶ୍ଵରରୁ ୨୯ ଜଣ, ବରଗଡର ୧୦ ଜଣ, ଭଦ୍ରକର ୨ ଜଣ, ବଲାଙ୍ଗୀରର ୨୧ ଜଣ, ବୋୖଦ୍ଧର ୨ଜଣ,

ଦେବଗଡର ଜଣେ, ଢେଙ୍କାନାଳର ଜଣେ, ଯାଜପୁରର ୨୦ଜଣ, ଝାରସୁଗୁଡାର ୨ ଜଣ, କଳାହାଣ୍ଡିର ୮ ଜଣ, କନ୍ଧମାଳର ୧୪
ଜଣ, କେନ୍ଦ୍ରାପଡ଼ାର ୧୪ ଜଣ, କୋରାପୁଟର ୭୩ ଜଣ, ମାଲକାନଗିରିର ୧୪ ଜଣ ଅଛନ୍ତି । ଏହା ବାଦ ମୟୁରଭଞ୍ଜର ୨୨ ଜଣ, ନୟାଗଡର ୭ ଜଣ, ନୂଆପଡାର ୮ ଜଣ, ପୁରୀର ୧୧ ଜଣ, ରାୟଗଡାର ୨୪ ଜଣ ଓ ସୋନପୁର ଓ ସୁନ୍ଦରଗଡରୁ ୨ ଜଣ ଲେଖାଏଁ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.