Below header

ବାଲେଶ୍ୱର: ଖୁବ ଶୀଘ୍ର ଆରମ୍ଭ ହେବ ପ୍ଲାଜମା କଲେକ୍‌ସନ, ଦାନ ପାଇଁ ୩୭୧ ଜଣ ଆଗ୍ରହୀ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲାରେ ଖୁବ ଶୀଘ୍ର ଆରମ୍ଭ ହେବାକୁ ଯାଉଛି ପ୍ଲାଜମା କଲେକ୍‌ସନ । ଜିଲ୍ଲାରୁ ୩୭୧ଜଣ ପ୍ଲାଜମା ଦାନ ପାଇଁ ଆଗ୍ରହୀ ଥିବା ଜଣାପଡିଛି। ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଏନେଇ ବାଲେଶ୍ୱର ସର୍କିଟ ହାଉସ ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଏଥିରେ ବାଲେଶ୍ୱର ଜିଲ୍ଲାପାଳଙ୍କ ସମେତ ବିଧାୟକ, ପୂର୍ବତନ ସ୍ଥାନୀୟ ବିଧାୟକ ମଧ୍ୟ ଯୋଗ ଦେଇଥିଲେ। ଆଗାମୀ ଦିନରେ କିଭଳି ଅଧିକ ସଂଖ୍ୟାରେ ପ୍ଲାଜମା ଦାନ ପାଇଁ ଲୋକମାନେ ଆଗ୍ରହ ପ୍ରକାଶ କରିବେ ସେନେଇ ବୈଠକରେ ଆଲୋଚନା କରାଯାଇଥିଲା । ଏହା କରୋନା ମୁକାବିଲା ପାଇଁ ପ୍ଲାଜମା ଖୁବ ଫଳପ୍ରଦ ସାବ୍ୟସ୍ତ ହୋଇଥିବା କହିଛନ୍ତି ମନ୍ତ୍ରୀ ଜ୍ୟୋତି ପାଣିଗ୍ରାହୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.