ଜୁନ ୨୦୨୧ ପର୍ଯ୍ୟନ୍ତ ଗୁଗୁଲ ବଢ଼ାଇଲା “Work from Home” ଅବଧି, ଇମେଲ ଜରିଆରେ ସିଇଓ ଦେଲେ ସୂଚନା

କରୋନା ସଂକ୍ରମଣକୁ ଆଖି ଆଗରେ ରଖି ଗୁଗୁଲ କମ୍ପାନୀ ଭାରତ ସମେତ ବିଶ୍ୱର ଅନ୍ୟାନ ଦେଶ ମାନଙ୍କରେ ନିଜ କର୍ମଚାରୀ ମାନଙ୍କ ପାଇଁ ଏକ ଜରୁରୀ ଘୋଷଣା କରିଛନ୍ତି । କର୍ମଚାରୀଙ୍କ ସ୍ୱାସ୍ଥ୍ୟ ଦୃଷ୍ଟିରୁ କମ୍ପାନୀ କତ୍ତୃପକ୍ଷ ନିଜ ଘରୁ କାମ କରିବା ଅବଧି ବା “ୱାର୍କ ଫ୍ରମ ହୋମ” ସୁବିଧାକୁ ଆସନ୍ତା ଜୁନ ମାସ ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତି । ସୂଚନା ଦେବା ଯୋଗ୍ୟକି, ଗୁଗୁଲ ଏହାର ପ୍ରତିଷ୍ଠାତା କମ୍ପାନୀ ଆଲଫାବେଟ ଇଙ୍କ କମ୍ପାନୀରେ ବିଶ୍ୱର ବିଭିନ୍ନ ପ୍ରାନ୍ତରୁ ପ୍ରାୟ ୨ ଲକ୍ଷ ରୁ ଅଧିକ ସଂଖ୍ୟକ କର୍ମଚାରୀ ଅଛନ୍ତି । ଭାରତରୁ ହିଁ କେବଳ ୫୦୦୦ କର୍ମଚାରୀ ବି ଏହି କମ୍ପାନୀ ଅଧୀନରେ କାମ କରୁଛନ୍ତି ।

Sundar Pichai supports temporary ban on facial-recognition ...

ଗୁଗୁଲ କମ୍ପାନୀ ସିଇଓ ସୁନ୍ଦର ପିଚାଇ ନିଜର ସମସ୍ତ କର୍ମଚାରୀଙ୍କୁ ଇମେଲ ଜରିଆରେ ଏହି ସୂଚନା ଦେଇଛନ୍ତି । କର୍ମଚାରୀ ମାନଙ୍କ ସ୍ୱାସ୍ଥ୍ୟ ଓ ସୁରକ୍ଷା ଦୃଷ୍ଟିରୁ ଆମେ ଆସନ୍ତା ବର୍ଷ ଜୁନ ୩୦ ତାରିଖ ପର‌୍ୟ୍ୟନ୍ତ “ୱାର୍କ ଫ୍ରମ ହୋମ” ଅବଧି ବଢ଼ାଇ ଦେଇଛୁ ବୋଲି ପିଚାଇ କହିଛନ୍ତି । ଯାହାଦ୍ୱାରା ସେମାନେ ଭୟବିତ ନ ହୋଇ ସୁରକ୍ଷିତ ଭାବେ ଘରୁ କମ୍ପାନୀ ପାଇଁ କାମ କରି ପାରିବେ । ଏହା ଦ୍ୱାରା କରୋନା ସଂକ୍ରମିତ ହେବାର ଆଶଙ୍କା ବି ଯଥେଷ୍ଟ କମ ରହିବ ।

କହିରଖିବା ଉଚିତ ହେବକି, ଗୁଗୁଲ କମ୍ପାନୀର ଭାରତ ଏକ ପ୍ରମୁଖ କେନ୍ଦ୍ର । କମ୍ପାନୀର ଅଧିକାଂଶ କାର‌୍ୟ୍ୟାଳୟ ହାଇଦରାବାଦ ଓ ବାଙ୍ଗାଲୋର ସହରରେ ରହିଛି । ପିଚାଇ ନିକଟରେ ହିଁ ଭାରତରେ ୭୫୦୦୦ କୋଟି ଟଙ୍କା ନିବେଶ କରିବା ନେଇ ଘୋଷଣା କରିଛନ୍ତି । ଏହାସହ ଆସନ୍ତା ୭ ବର୍ଷ ମଧ୍ୟରେ ଭାରତୀୟ ଅର୍ଥବ୍ୟବସ୍ଥାକୁ ଡ଼ିଜିଟାଲ କରାଯିବାର ଯୋଜନା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.