ଅକ୍ସଫୋର୍ଡ ଆଷ୍ଟ୍ରାଜେନିକା ପ୍ରସ୍ତୁତ ଟିକାର ହେବ ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ, ସଫଳ ହେଲେ ପୃଥିବୀକୁ ମିଳିବ କରୋନା ବିରୋଧରେ ପ୍ରଥମ ଅସ୍ତ୍ର

ନୂଆଦିଲ୍ଲୀ: ଅକ୍ସଫୋର୍ଡ ଆଷ୍ଟ୍ରାଜେନିକା ପ୍ରସ୍ତୁତ ଟିକାର ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ । ମାନବ ପରୀକ୍ଷଣ ପାଇଁ ଭାରତର ୫ଟି ସ୍ଥାନ ଚିହ୍ନଟ କରାଯାଇଥିବା ନେଇ କେନ୍ଦ୍ର ବାୟୋଟେକ୍‌ନୋଲୋଜି ବିଭାଗର ସଚିବ ରେଣୁ ସ୍ୱରୂପ ସୂଚନା ଦେଇଛନ୍ତି । ହଜାର ହଜାର ଲୋକଙ୍କଠାରେ ଏହାର ପରୀକ୍ଷଣ କରାଯିବ । ପରୀକ୍ଷଣ ପାଇଁ ଅକ୍ସଫୋର୍ଡ ଓ ଆଷ୍ଟ୍ରାଜେନିକା ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି ।

ଏହାର ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ସଫଳ ହୋଇଛି । ଚଳିତ ବର୍ଷ ଶେଷ ସୁଦ୍ଧା ଟିକା ଆସିବ ବୋଲି ଆଶା ରଖିଛି ଅକ୍ସଫୋର୍ଡ । ଶେଷ ପର୍ଯ୍ୟାୟ ଟ୍ରାଏଲର ଫଳଫଳ ଉପରେ ଏହା ନିର୍ଭର କରୁଛି ବୋଲି ଅକ୍ସଫୋର୍ଡ ବୈଜ୍ଞାନିକ କହିଛନ୍ତି । ସଫଳ ହେଲେ ପୃଥିବୀକୁ ମିଳିବ କରୋନା ବିରୋଧରେ ପ୍ରଥମ ଅସ୍ତ୍ର । ଆସନ୍ତା ସେପଟେମ୍ବର ସୁଦ୍ଧା ୧୦ ଲକ୍ଷ ଟିକା ଉତ୍ପାଦନ ପାଇଁ ଲକ୍ଷ୍ୟ ରଖିଛି ଅକ୍ସଫୋର୍ଡ । ଆଷ୍ଟ୍ରା ଜେନେକାକୁ ଉତ୍ପାଦନ ଲାଇସେନ୍‌ସ ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.