Below header

ତିନି ପୁଅ, ବୋହୂ ଥାଇବି ଅଲୋଡା ହେଲେ ବୃଦ୍ଧ ବାପା ମା’

ସତରେ କଣ ବୟସ ହେଇଗଲେ ଅଲୋଡ଼ା ହୋଇଯାଆନ୍ତି ପିତା ମାତା । ପିଲାମାନଙ୍କ ଆଗରେ କଣ ସେମାନଙ୍କ କୌଣସି ମୂଲ୍ୟ ନଥାଏ । ଜନ୍ମ କଲା ବାପା ମା' ଙ୍କୁ ଅଦରକାରୀ ଭାବି ଘରର ଏଣେ ତେଣେ ଯେମିତି ଫୋପାଡ଼ି ଦିଅନ୍ତି । ଏମିତି ଏକ ଭିଡିଓ ଏବେ ଭାଇରାଲ ହେଉଛି ଯେଉଁଠି ବୃଦ୍ଧ ବାପା, ମା'ଙ୍କୁ ପୁଅ ବୋହୂ ଅବହେଳା କରୁଥିବାରୁ ଶେଷରେ ସେମାନେ ଥାନାର ଦ୍ଵାରସ୍ଥ ହୋଇଛନ୍ତି ।

ଚାନ୍ଦବାଲି(କେନ୍ୟୁଜ) : ସତରେ କଣ ବୟସ ହେଇଗଲେ ଅଲୋଡ଼ା ହୋଇଯାଆନ୍ତି ପିତା ମାତା । ପିଲାମାନଙ୍କ ଆଗରେ କଣ ସେମାନଙ୍କ କୌଣସି ମୂଲ୍ୟ ନଥାଏ । ଜନ୍ମ କଲା ବାପା ମା’ ଙ୍କୁ ଅଦରକାରୀ ଭାବି ଘରର ଏଣେ ତେଣେ ଯେମିତି ଫୋପାଡ଼ି ଦିଅନ୍ତି । ଏମିତି ଏକ ଭିଡିଓ ଏବେ ଭାଇରାଲ ହେଉଛି ଯେଉଁଠି ବୃଦ୍ଧ ବାପା, ମା’ଙ୍କୁ ପୁଅ ବୋହୂ ଅବହେଳା କରୁଥିବାରୁ ଶେଷରେ ସେମାନେ ଥାନାର ଦ୍ଵାରସ୍ଥ ହୋଇଛନ୍ତି ।

ତିନି ତିନିଟା ପୁଅ ଓ  ତିନିଟା ବୋହୂ ଥାଇ ବି କେହି ଗଣ୍ଡେ ଖାଇବାକୁ ଦେଉନାହଁନ୍ତି ବୃଦ୍ଧ ବାପା ଓ ମା’ଙ୍କୁ । ମା’ ପାରାଲିସିସ୍ ରୋଗୀ । ହେଲେ ଔଷଧ କିଣିବାକୁ ଟଙ୍କା ବି ଦେଉନାହାଁନ୍ତି କେହି । ଏମିତି କିଛି ଅଭିଯୋଗ ନେଇ ନିଜର ତିନି ପୁଅ ଓ ତିନି ବୋହୂଙ୍କ ବିରୋଧରେ ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନାରେ ଦ୍ଵାରସ୍ଥ ହୋଇଛନ୍ତି ଜଣେ ବୃଦ୍ଧ ବାପା ମା।

ଅଭିଯୋଗ ଅନୁସାରେ ଚାନ୍ଦବାଲି ଏନଏସି ଅର୍ନ୍ତଗତ ନୟାହାଟ ଗାଁର ବୃଦ୍ଧ ଦୀନବନ୍ଧୁ ନାୟକଙ୍କର ତିନି ପୁଅ । ୨ବର୍ଷ ତଳେ ପୁଅମାନେ ସବୁ ଅଲଗା ହୋଇ ଚଳିଲେ । ସେତେବେଳେ ଗାଁର ଭଦ୍ର ଲୋକ ବସି ଫଇସିଲା କରିଥିଲେ କି ତିନି ପୁଅ ମିଶି ବୃଦ୍ଧ ବାପା ଓ ରୋଗୀଣା ମା’କୁ ଦେଖିବେ । ହେଲେ କିଛି ଦିନ ବାପା , ମା’କୁ ଖାଇବାକୁ ଦେଲେ । ହେଲେ କିଛି ମାସ ହେବ ପୁଅ ଓ ବୋହୂ ବାପା, ମା’କୁ ଅବହେଳା କରିବା ସହ ଅଣଦେଖା କରିଚାଲିଛନ୍ତି ।

ନା ଖାଇବାକୁ ଦେଉଛନ୍ତି ନା ମାଆର ଦେହ ପାଆ କଥା ବୁଝୁଛନ୍ତି । ତେଣୁ କିଛି ଉପାୟ ନପାଇ ଶେଷରେ ବୃଦ୍ଧ ବାପା ଦୀନବନ୍ଧୁ ନାୟକ ଏବଂ ତାଙ୍କର ପତ୍ନୀ ବାସନ୍ତୀ ନାୟକ ଥାନାର ଦ୍ୱାରସ୍ଥ ହୋଇଥିଲେ । ତାହାସହ ପୁଅମାନେ ନିଜର ଭଉଣୀ ଘରକୁ ମଧ୍ୟ ଯାଉନାହାଁନ୍ତି କି ତାଙ୍କୁ ବି ଟିକେ ପଚାରୁନାହାନ୍ତି । ତେଣୁ ନ୍ୟାୟ ଦାବିରେ ଥାନାର ଦ୍ଵାରସ୍ଥ ହୋଇଛନ୍ତି ବାପା, ମା’। ଅନ୍ୟପଟେ ଏଭଳି ଘଟଣାକୁ ନିନ୍ଦା କରିଛନ୍ତି ସେହି ୱାର୍ଡର କାଉଂସିଲର । ତୁରନ୍ତ ପୋଲିସ୍ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ବୃଦ୍ଧ ବାପା, ମା’କୁ ନ୍ୟାୟ ପ୍ରଦାନ କରିବାକୁ ସେ ଦାବି କରିଛନ୍ତି ।

ଫାଭିଓ: ବାପା-ମା’, ଯାହାକୁ ଆମେ କୌଣସି ବି ମୂଲ୍ୟ ଦେଇ କିଣିପାରିବାନି। ଏମାନେ ଅମୂଲ୍ୟ, ଦୁନିଆରେ ସବୁକିଛି ମିଳିପାରିବ ହେଲେ ବାପା ମାଆ ମିଳିପାରିବେନି । ଏ ସ୍ୱାର୍ଥପର ଦୁନିଆରେ କେବଳ ଏହି ଦୁଇ ଜଣ ଯିଏ ବିନା ସ୍ୱାର୍ଥରେ ନିଜ କର୍ତ୍ତବ୍ୟକୁ ତୁଲାଇଥାନ୍ତି । ଦେଖାଯାଉ କେବେ ପୁଅ ବୋହୂ ନିଜ ଭୁଲ୍ କୁ ସ୍ଵୀକାର କରି ନିଜ ଅସହାୟ ବାପା ମା’ଙ୍କ ଦୁଃଖ ବୁଝୁଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.