ଆଉ କୁସ୍ତି ଲଢିପାରିବେନି ଭାରତୀୟ ଯୋଦ୍ଧା, ଭାରତର କୁସ୍ତି ସଂଘର ସଦସ୍ୟତା ରଦ୍ଦ କଲା ବିଶ୍ୱ କୁସ୍ତି ମହାସଂଘ

ଭାରତର କୁସ୍ତି ସଂଘର ସଦସ୍ୟତା ରଦ୍ଦ କଲା ବିଶ୍ୱ କୁସ୍ତି ମହାସଂଘ । ଆଉ କୁସ୍ତି ଲଢିପାରିବେନି ଭାରତୀୟ ଯୋଦ୍ଧା । ନିର୍ବାଚନ ନ ହେବାରୁ ସଦସ୍ୟତା ପଦ ଛଡାଇନେଲା ବିଶ୍ୱ କୁସ୍ତି ମହାସଂଘ ।

ଭାରତୀୟ କୁସ୍ତିଯୋଦ୍ଧାଙ୍କୁ ବଡ ଝଟକା । ବିଶ୍ୱ କୁସ୍ତି ମହାସଂଘ ତରଫରୁ ଭାରତର କୁସ୍ତି ସଂଘର ସଦସ୍ୟତାକୁ ରଦ୍ଦ କରି ଦିଆଯାଇଛି । ସଂଘରେ ନିର୍ବାଚନ ନ ହେବାରୁ ଏହି ନିଜର କୁସ୍ତି ସଦସ୍ୟତା ହରାଇଛି ଭାରତ । ତେବେ ଚେତାବନୀ ପରେ ମଧ୍ୟ ଭାରତୀୟ ସଂଘର ନିର୍ବାଚନ କରାଇ ନଥିଲା । ଯାହା ଫଳରେ ଆଜି ମହାସଂଘ ଭାରତର ସଦସ୍ୟତା ଛଡାଇ ନେଇଛି । ଭାରତୀୟ କୁସ୍ତି ସଂଘର ନିର୍ବାଚନ ୧୨ ଅଗଷ୍ଟରେ ହେବାକୁ ଥିଲା । କିନ୍ତୁ ପଞ୍ଜାବ-ହରିୟାଣା ହାଇକୋର୍ଟ ଭୋଟିଂର ଗୋଟେ ଦିନ ପୂର୍ବରୁ ନିର୍ବାଚନ ଉପରେ ରୋକ୍‌ ଲାଗିଥିଲେ । ବିଶ୍ୱ କୁସ୍ତି ମହାସଂଘ ତରଫରୁ ୪୫ ଦିନରେ ନିର୍ବାଚନ କରିବା ପାଇଁ ଭାରତୀୟ କୁସ୍ତିସଂଘକୁ କହିଥିଲା । କିନ୍ତୁ ନିର୍ବାଚନ ହୋଇପାରିଲା ନାହିଁ ।

ନିର୍ବାଚନ କରାଇବା ପାଇଁ ପୂର୍ବରୁ ବିଶ୍ୱ କୁସ୍ତି ମହାସଂଘ ବା ଡବ୍ଲୁଏଫଆଇ ପକ୍ଷରୁ ଭାରତୀୟ କୁସ୍ତି ସଂଘକୁ ଏକ ଚିଠି ମାଧ୍ୟମରେ ସୂଚନା ଦିଆଯାଇଥିଲା । କିନ୍ତୁ ଭାରତ ଏଥିରେ ଖିଲାପ କରି ନିର୍ବାଚନ କରିନାହିଁ । ସଂଘର ନିର୍ବାଚନ କରିବା ପାଇଁ ମହାସଂଘ ତରଫରୁ ଜୁଲାଇ ୧୫ ତାରିଖ ପର୍ଯ୍ୟନ୍ତ ସମୟ ଦିଆଯାଇଥିଲା । କିନ୍ତୁ ଆଜି ପର୍ଯ୍ୟନ୍ତ ନିର୍ବାଚନ କରିବାରେ ଭାରତୀୟ ସଂଘ ବିଫଳ ହେବାରୁ ଏହି ବଡ଼ ପଦକ୍ଷେପ ନେଇଛି ବିଶ୍ୱ କୁସ୍ତି ମହାସଂଘ । କୁସ୍ତି ସଂଘର ତାଲିକାରୁ ଭାରତକୁ ହଟାଇ ଏହାର ସଦସ୍ୟତା ରଦ୍ଦ କରିଛି ବିଶ୍ୱ କୁସ୍ତି ମହାସଂଘ ।

ଭାରତୀୟ କୁସ୍ତିଯୋଦ୍ଧା ଏବଂ ସଂଘ ମଧ୍ୟରେ ଗତ କିଛି ମାସ ହେଲାଣି ବିବାଦ ଦେଖାଦେଇଥିଲା । ବିନେଶ ଫାଗୋଟ, ସାକ୍ଷୀ ମଲ୍ଲିକ, ବଜରଙ୍ଗ ପୁନିଆ ସହିତ ଅନ୍ୟ କୁସ୍ତିଯୋଦ୍ଧା ତତ୍‌କାଳୀନ ଅଧ୍ୟକ୍ଷ ବ୍ରିଜଭୂଷଣ ସଂହଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ କରିଥିଲେ । କିଛିଦିନ ଧରି କୁସ୍ତିଯୋଦ୍ଧା ଧାରଣା ମଧ୍ୟ ଦେଇଥିଲେ । ଏହାପରେ ଖେଳ ମନ୍ତ୍ରଣାଳୟ ପକ୍ଷରୁ ଫେଡେରେସନର ପଦାଧିକାରୀଙ୍କୁ ସସପେଣ୍ଡ କରାଯାଇଥିଲା । ପଦାଧିକାରୀଙ୍କୁ ସସ୍‌ପେଣ୍‌ଡ କରିବା ପରେ ଆଡହକ୍‌ କମିଟି କାମ ସମ୍ଭାଳୁଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.