ବିନା ସରକାରୀ ସହାୟତାରେ ଛତୁ ଚାଷ କରି ପରିବାରକୁ ଖୁସିରେ ଚଳାଉଛନ୍ତି ସୀତା

ଇଚ୍ଛା ଆଉ ଧର୍ଯ୍ୟ ଶକ୍ତି ଥିଲେ ହାରିବା ବାଜି ଵି ଜଣେ ଜିତି ପାରିବl ଦିନେ ଘରର ଆର୍ଥିକ ସ୍ଥିତି ଭଲନଥିଲା l ଦିଓଳି ମୁଠାଏ ଖାଇବା ପାଁଇ କଷ୍ଟ ହେଉଥିଲା l ଆର୍ଥିକ ସଙ୍କଟ ଯୋଗୁଁ ନିଜେ ପାଠ ପଢିପାରି ନଥିଲେ l କିନ୍ତୁ ଏବେ ପରିବାର ସୁରୁଖୁରୁରେ ଚାଲୁଛି ସେ ବି ଛତୁ ଚାଷ କରି l ତାଙ୍କ ଠାରୁ ପ୍ରେରଣା ପାଇଁ ଗାଁ ର ଅନେକ ମହିଳା ଏବେ ଛତୁ ଚାଷ କରି ବେଶ ଦୁଇ ପଇସା ରୋଜଗାର କରୁଛନ୍ତି l ଏଭଳି ଏକ ପ୍ରେରଣା ଦାୟୀ କାହାଣୀ ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ ସାଇବେର୍ଣ୍ଣେ ଗାଁରେ ଦେଖିବାକୁ ମିଳିଛି l

ଚେଷ୍ଟା ଯେବେ ସଫଳତାର ରୂପ ନିଏ ସେ ଖୁସି ଆତ୍ମତୃପ୍ତି କରାଇଥାଏl ଯାହାକି ଏବେ ସୀତାଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି l ସାଇବେର୍ଣ୍ଣେ ଗାଁର ସୀତା, ନିଜ ପରିବାର ଭରଣ ପୋଷଣ ପାଇଁ ଦିନେ ଆରମ୍ଭ କରିଥିଲେ ଛତୁ ଚାଷ l ଶେଷରେ ସଫଳ ମଧ୍ୟ ହେଲେ l କାହାଣୀ କିଛି ଏପରି ଥିଲା ..ପାଞ୍ଚ ବର୍ଷ ତଳେ ନିଜର ବାପା ମା’ଙ୍କୁ ହରାଇବା ପରେ ନିଜର ପରିବାର ଭରଣ ପୋଷଣ ପାଇଁ ଚିନ୍ତାରେ ଭାଙ୍ଗି ପଡ଼ିଥିଲେ ସୀତା l ପରେ ଗାଁ ରେ ସ୍ୱୟଂ ସହାୟକ ଗୋଷ୍ଠୀ ର ସଦସ୍ୟ ହୋଇଥିଲେ l ପଞ୍ଚୟତ ସମିତି ପକ୍ଷରୁ ଛତୁ ଚାଷ ର ତାଲିମ ନେବାପାରେ ବିନା କୌଣସି ସରକାରୀ ସାହାଯ୍ୟ ବିନା ନିଜେ କିଛି ଅର୍ଥ ସଂଚୟ ନିଜ ଖର୍ଚ୍ଚ ରେ ଛତୁ ଚାଷ ଆରମ୍ଭ କରିଥିଲେ l ଆରମ୍ଭ ରୁ ଅଳ୍ପ ପରିମାଣ ରେ କରିଥିଲେ ସୁଦ୍ଧା ଏବେ ୧୫୦ ବେଡ଼ ରେ ଛତୁ ଚାଷ କରି ମାସକୁ ୨୦ ହଜାର ଟଙ୍କା ପାଉଥିବା କୁହନ୍ତି ସୀତା l ନିଜେ ବାହା ହୋଇନଥିଲେ ଵି ନିଜ ଭାଇ ର ପୁଅ ଝିଅ ମାନଙ୍କୁ ଆପଣେଇ ନେଇ ପାଠ ପଢ଼ା, ଟିଉସନ ର ସମସ୍ତ ଖର୍ଚ୍ଚ ବହନ କରନ୍ତି l ଚାଷ କାମ କରି ନିଜର ପରିବାର ଚାଲିବାରେ ବହୁତ କଷ୍ଟ ହେଉଥିବାରୁ ସୀତା ଉପରେ ନିର୍ଭର କରି ଚଳିଥାଆନ୍ତି ସୀତାଙ୍କ ଭାଇ l ଏହି ଚାଷରେ ମଧ୍ୟ ସହଯୋଗ କରିଥାନ୍ତି l

ଛତୁ ଚାଷ କରି ସୀତା କେବଳ ନିଜେ ଆତ୍ମନିର୍ଭରଶୀଳ ତାହା ନୁହେଁ, ନିଜ ଗାଁର ଅନେକ ମହିଳା ମାନଙ୍କୁ ମଧ୍ୟ ସ୍ୱାବଲମ୍ବୀ ହେବା ପାଇଁ ପ୍ରେରଣା ଦେଇଛନ୍ତି l ତାଙ୍କୁ ଅନୁସରଣ କରି ଗାଁ ର ଅନେକ ମହିଳା ଏବେ ଛତୁ ଚାଷ କରୁଛନ୍ତି l ସକାଳ ହେଲେ ଫୁଟି ଥିବା ସବୁ ଛତୁ କୁ ଏକତ୍ରିତ କରି ନିକଟସ୍ଥ ସହର ରେଢ଼ାଖୋଲ, ବିରରମହାରାଜପୁର ଅଂଚଳ କୁ ବିକିବା ପାଁଇ ନେଇଥାନ୍ତି l ଏହି ସବୁ କାର୍ଯ୍ୟ ପାଇଁ ପରିବାରର ଅନ୍ୟ ଲୋକ ମାନେ ମଧ୍ୟ ମହିଳା ମାନଙ୍କୁ ସହଯୋଗ କରିଥାନ୍ତି l ସରକାର ମିଶନ ଶକ୍ତି ମାଧ୍ୟମରେ କିଛି ଆର୍ଥିକ ସହଯୋଗ ଯୋଗାଇ ଦେଲେ ଆଉ ଅଧିକ ଛତୁ ଉତ୍ପାଦନ କରି ହୁଅନ୍ତା ବୋଲି ସେ କହିଛନ୍ତି l

ନିଜ ଖର୍ଚ୍ଚରେ, ନିଜ ପରିଶ୍ରମ ରେ ନିଜର ଉଦ୍ୟମ ଦ୍ୱାରା ଏଭଳି ଛତୁ ଚାଷ କରି ଅଂଚଳ ରେ ଅନେକ ପ୍ରଶଂସା ପାଉଛନ୍ତି ସୀତା l ସରକାର ସାହାଯ୍ୟ କଲେ ସୀତାଙ୍କ ସହ ଗାଁ ର ଅନେକ ମହିଳା ନିଶ୍ଚିତ ଭାବରେ ଉପକୃତ ହେବେ l

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.