Below header

ଚନ୍ଦ୍ରପୃଷ୍ଠର ଏହି ଭାଗରେ ରହିଛି ବିକ୍ରମ ଲ୍ୟାଣ୍ଡର, ଦକ୍ଷିଣ ମେରୁର ସବୁ ତଥ୍ୟ ଦେବା ପାଇଁ ବୁଲୁଛି ରୋଭର ପ୍ରଜ୍ଞାନ

ଚନ୍ଦ୍ରର ଦକ୍ଷିଣ ମେରୁରେ ଏମିତି କିଛି ଅଞ୍ଚଳ ଅଛି ଯେଉଁଠି କୋଟି କୋଟି ବର୍ଷ ହେବ ସୂର୍ଯ୍ୟକିରଣ ପଡ଼ିନି । ସେଠାରେ ତାପମାତ୍ରା ମାଇନସ୍ ୨୪୮ ଡିଗ୍ରୀ ସେଲସିୟସ୍ ଯାଏ ତାପମାତ୍ରା ଖସିଯାଏ । ବରଫ ଆକାରରେ ସେଠାରେ ପାଣି ମହଜୁଦ ଥିବା ବୈଜ୍ଞାନିକ ଅନୁମାନ କରୁଛନ୍ତି । ୨୦୦୮ରେ ଚନ୍ଦ୍ରରେ ପାଣିର ସଙ୍କେତ ଦେଇଥିଲା ଚନ୍ଦ୍ରଯାନ-୧ । ଏହାର ସତ୍ୟତା ଜାଣିବା ପାଇଁ ଇସ୍ରୋ ଚାହୁଁଛି ।

ଜହ୍ନରେ ନାଁ ଲେଖିଲା ଭାରତ । ମହାକାଶ ଗବେଷଣାରେ ଇସ୍ରୋ ହାସଲ କଲା ସ୍ବର୍ଣ୍ଣିମ ସଫଳତା । ଗତ କାଲି ଚନ୍ଦ୍ରପୃଷ୍ଠରେ ଅବତରଣ କରିଛି ଚନ୍ଦ୍ରଯାନ 3 । ଆଉ ତାହା ଥିଲା ସେହି ଐତିହାସିକ ମୁହୂର୍ତ୍ତ , ଯାହାକୁ ସାରା ଦେଶ ଓ ବିଶ୍ବ ଅପେକ୍ଷା କରିଥିଲା । ଚନ୍ଦ୍ରପୃଷ୍ଠକୁ ସଫ୍ଟ ଲାଣ୍ଡିଙ୍ଗ କରିଥିଲା ବିକ୍ରମ ଲ୍ୟାଣ୍ଡର । ଆଉ ଏହାପରେ ସମସ୍ତେ ଅପେକ୍ଷା କରିଥିଲେ ଲ୍ୟାଣ୍ଡର ରୁ ରୋଭର କେତେବେଳ ଅଲଗା ହେବ। ଆଉ ଚନ୍ଦ୍ର ପୃଷ୍ଠର ସବୁ ତଥ୍ୟ ଦେବ । ସୂଚନା ଅନୁସାରେ ବିକ୍ରମ ଲ୍ୟାଣ୍ଡରର ସଫ୍ଟ ଲାଣ୍ଡିଙ୍ଗ ପରେ ପ୍ରାୟ ସାଢ଼େ ତିନି ଘଣ୍ଟା ଅପେକ୍ଷା କରାଯାଇଥିଲା । ଏହି ସମୟ ପରେ ରୋଭର ପ୍ରଜ୍ଞାନ ବାହାରକୁ ବାହାରିଥିଲା । ତେବେ ଆମେ ଏହା ଜାଣିଛେ ଯେ ଚନ୍ଦ୍ର କୁ ଆଗରୁ ବି ଅନେକ ଦେଶ ପହଁଚିଛି । ଆଉ ଚନ୍ଦ୍ରରେ ମହକାଶ ଚାରି ନିଲ ଅର୍ମଷ୍ଟ୍ରଙ୍ଗ ଙ୍କ ପ୍ରଥମ ପାଦ ପଡିଥିଲା । ଆମେ ଭଡ଼ିଓ ମାଧ୍ୟମରେ ଏସବୁ ମହକାଶ ଯାନ କୁ ଦେଖିଛେ ସତ । କିନ୍ତୁ ପ୍ରକ୍ରୁତରେ ଏହା ପହଂଚିବା ପରେ କଣ କାମ କରେ ତାହା ବିଷୟରେ କିଛି ସୂଚନା ହୁଏତ କାହାକୁ ଜଣାନଥିବ। ଯେମିତିକି ଏବେ ବିକ୍ରମ ଲ୍ୟାଣ୍ଡର ପହଁଚିବା ପରେ ରୋଭର ର କାମ କଣ ରହିବ ? ଏହାକୁ କିଏ ଅପରେଟ କରିଥାନ୍ତି ? କଣ ଚନ୍ଦ୍ର ପୃଷ୍ଠରେ ଥିବା ଏହି ଯାନକୁ ପୃଥିବୀରୁ କଣ୍ଟ୍ରୋଲ କରଯାଏ ? ଏହା କେଉଁ ସବୁ ତଥ୍ୟ ସଂଗ୍ରହ କରିଥାଏ ? କଣ ଏହା ପୁଣି ଥରେ ଫେରି ଆସେ କି ? ଆଜି ଜାଣନ୍ତୁ ଏସବୁ ପ୍ରଶ୍ନର ଉତ୍ତର।

ସଫ୍ଟ ଲାଣ୍ଡିଙ୍ଗର କିଛି ନିର୍ଦିଷ୍ଟ ସମୟ ପରେ ଲ୍ୟାଣ୍ଡର ବିକ୍ରମରୁ ଅଲଗା ହୋଇଛି ରୋଭର ପ୍ରଜ୍ଞାନ । ବିକ୍ରମଠାରୁ ଅଲଗା ହେବା ପରେ ଚନ୍ଦ୍ରପୃଷ୍ଠରେ ବୁଲିଥିଲା ପ୍ରଜ୍ଞାନ । ବାହାରକୁ ଆସିବା ପରେ ଚନ୍ଦ୍ରପୃଷ୍ଠରେ ଧୀରେ ଧୀରେ ତଥ୍ୟ ସଂଗ୍ରହ କରିଚାଲିବ ରୋଭର ପ୍ରଜ୍ଞାନ । ଏନେଇ ଇସ୍ରୋ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି ।

ହେଲିକପ୍ଟର ଲାଣ୍ଡ କଲା ବେଳେ ଯେତିକି ଧୂଳି ଉଡିଥାଏ, ତାଠାରୁ କାହିଁ କେତେ ଗୁଣ ଅଧିକ ଧୂଳି ଲ୍ୟାଣ୍ଡର ଚନ୍ଦ୍ରପୃଷ୍ଠରେ ଅବତରଣ ବେଳେ ଉଡିଥିଲା । ଆଉ ଏହି ଧୂଳି କଣା ଚନ୍ଦ୍ରପୃଷ୍ଠରେ ଜମା ହେବା ପାଇଁ କିଛି ଘଣ୍ଟା ସମୟ ନେଇଥିଲା । ରୋଭର ପ୍ରଜ୍ଞାନରେ ଯେହେତୁ ଅନେକ ଗୁରୁତ୍ୱପୂର୍ଣ୍ଣ ଯନ୍ତ୍ରାଶ ଲାଗିଛି, ତେଣୁ ଏସବୁ ଧୂଳିକଣା ସଂସ୍ପର୍ଶରେ ନଆସିବା ପାଇଁ ସଫା ହେବା ପର୍ଯ୍ୟନ୍ତ ଅପେକ୍ଷା କରାଯାଇଥିଲା ।

ଚନ୍ଦ୍ରରେ ଗୋଟିଏ ଦିନ ପୃଥିବୀରେ ୧୪ ଦିନ ସହ ସମାନ । ଚନ୍ଦ୍ରର କକ୍ଷପଥରେ ଚନ୍ଦ୍ରଯାନ ପହଞ୍ଚିବା ପରେ ସେଠାରେ ରାତି ଥିଲା । ଆଜିଠାରୁ ସେଠାରେ ଦିନ ହୋଇଛି । ସୂର୍ଯ୍ୟ କିରଣ ପଡ଼ିଛି । ମୁନ୍ ମିଶନ ସଫଳ କରିବା ପାଇଁ ସୂର୍ଯ୍ୟ କିରଣ ଆବଶ୍ୟକ ହେବ । ଆଜିଠାରୁ ସେପ୍ଟେମ୍ବର ୫ ତାରିଖ ଯାଏ ଦକ୍ଷିଣ ମେରୁରେ ସୂର୍ଯ୍ୟକିରଣ ପଡ଼ିବ । ଫଳରେ ଚନ୍ଦ୍ରଯାନର ରୋଭର ଚାର୍ଜ ହେବ । ମିଶନ ସଫଳ କରିବା ଦିଗରେ ଶକ୍ତି ମିଳିବ । ଦକ୍ଷିଣ ମେରୁରେ ସମତଳ ଅଞ୍ଚଳ ନାହିଁ । ଆବଡାଖାବଡ଼ା ଓ ଗଭୀର ଗାତ ଅଛି । ଏଥିପାଇଁ ଇସ୍ରୋ ୪/୨.୪ କିଲୋମିଟର ଅଞ୍ଚଳକୁ ଚିହ୍ନଟ କରାଥିଲା । ଯାହାକୁ ଲ୍ୟାଣ୍ଡିଂ ସାଇଟ୍ କୁହାଯାଉଛି । ଏହାକୁ ଅଲଗା ଅଲଗା ୨୪ ମିଟରରେ ଭାଗ କରାଯାଇଥିଲା । ସେଥିରୁ ଗୋଟିଏ ସ୍ଥାନରେ ଅବତରଣ କରିଥିଲା ଲ୍ୟାଣ୍ଡର ।

ଚନ୍ଦ୍ରର ଦକ୍ଷିଣ ମେରୁରେ ଏମିତି କିଛି ଅଞ୍ଚଳ ଅଛି ଯେଉଁଠି କୋଟି କୋଟି ବର୍ଷ ହେବ ସୂର୍ଯ୍ୟକିରଣ ପଡ଼ିନି । ସେଠାରେ ତାପମାତ୍ରା ମାଇନସ୍ ୨୪୮ ଡିଗ୍ରୀ ସେଲସିୟସ୍ ଯାଏ ତାପମାତ୍ରା ଖସିଯାଏ । ବରଫ ଆକାରରେ ସେଠାରେ ପାଣି ମହଜୁଦ ଥିବା ବୈଜ୍ଞାନିକ ଅନୁମାନ କରୁଛନ୍ତି । ୨୦୦୮ରେ ଚନ୍ଦ୍ରରେ ପାଣିର ସଙ୍କେତ ଦେଇଥିଲା ଚନ୍ଦ୍ରଯାନ-୧ । ଏହାର ସତ୍ୟତା ଜାଣିବା ପାଇଁ ଇସ୍ରୋ ଚାହୁଁଛି ।

ଏବେ ସଂକ୍ଷେପରେ ଜାଣନ୍ତୁ ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡର ବିକ୍ରମ ଓ ରୋଭର ପ୍ରଜ୍ଞାନ କ’ଣ କରିବେ:-

ଲ୍ୟାଣ୍ଡର ‘ବିକ୍ରମ’ ର କାମ :
– ଲ୍ୟାଣ୍ଡରରେ ୪ଟି ପେ-ଲୋଡ୍ ରହିଛି। ତାହା ହେଉଛି ରମ୍ଭା, ଚାଷ୍ଟେ, ଇଲ୍ସା ଓ ଲେଜର ରେଟ୍ରୋଫ୍ଲେକ୍ଟର ଆରେ।
– ରମ୍ଭା ଚନ୍ଦ୍ରପୃଷ୍ଠରେ ସୂର୍ଯ୍ୟଠାରୁ ଆସିବାକୁ ଥିବା ପ୍ଲାଜ୍ମାର ଓଜନ , ମାତ୍ରା ଓ ପରିବର୍ତ୍ତନକୁ ଯାଞ୍ଚ କରିବ
– ଚାଷ୍ଟେ ଚନ୍ଦ୍ରପୃଷ୍ଠରେ ତାପମାତ୍ରା ଦେଖିବ
– ଇଲ୍ସା ଲ୍ୟାଣ୍ଡିଂ ସାଇଟ୍ ର ପାଶ୍ୱବର୍ତ୍ତୀ ଭୂକମ୍ପୀୟ ଗତିବିଧି ଯାଞ୍ଚ କରିବ
– ଲେଜର ରେଟ୍ରୋଫ୍ଲେକ୍ଟର ଆରେ ଚନ୍ଦ୍ରର ଡାଏନୋମିକ୍ସକୁ ବୁଝିବ

ରୋଭର ‘ପ୍ରଜ୍ଞାନ’ ର କାମ :
– ରୋଭର ପ୍ରଜ୍ଞାନର ୨ଟି ପେ-ଲୋଡ୍ ରହିଛି।ତାହା ହେଉଛି ଲେଜର ଇଣ୍ଡ୍ୟୁସ୍ଡ ବ୍ରେକ୍ଡାଉନ୍ ସ୍ପେକ୍ଟ୍ରୋସ୍କୋପ୍ ଓ ଆଲ୍ଫା ପ୍ରାକ୍ଟିକଲ ଏକ୍ସ-ରେ ସ୍ପେକ୍ଟ୍ରୋମିଟର
– ଚନ୍ଦ୍ରପୃଷ୍ଠରେ ଥିବା ରାସାୟନିକ ପଦାର୍ଥର ମାତ୍ରା ଓ ଗୁଣାବତ୍ତାର ଯାଞ୍ଚ କରିବ
– ଚନ୍ଦ୍ରପୃଷ୍ଠରେ ମହଜୁଦ ଥିବା ଖଣିଜ ପଦାର୍ଥର ଅନୁସନ୍ଧାନ କରିବ
– ଚନ୍ଦ୍ରପୃଷ୍ଠରେ କେଉଁ ଉପାଦାନ ରହିଛି ତାର ଅନୁସନ୍ଧାନ କରିବ
– ମାଗ୍ନେସିୟମ, ଆଲୁମିନିୟମ, ସିଲିକନ, ପୋଟାସିୟମ, କ୍ୟାଲସିୟମ, ଟିନ୍, ଲୌହର ସନ୍ଧାନ କରିବ

ଦର୍ଶକବଂଧୁ ଜାଣି ରଖନ୍ତୁ ଯେ ଚନ୍ଦ୍ରଯାନ-୩ରେ ୬୧୫ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଚନ୍ଦ୍ରଯାନ-୨ର ବଜେଟ୍ ଆକାର ଥିଲା ୯୭୮ କୋଟି ଟଙ୍କା । ଏଥିରୁ ୬୦୩ କୋଟି ଅର୍ବିଟର, ଲ୍ୟାଣ୍ଡର, ରୋଭର ନିର୍ମାଣରେ ଖର୍ଚ୍ଚ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.