ଏଥର ରାକ୍ଷୀ ବାନ୍ଧିବା ଆଗରୁ ପକାନ୍ତୁ ୩ଟି ଗଣ୍ଠି ସୂତ୍ର, ତ୍ରିଦେବଙ୍କର କୃପା ମିଳିବା ସହିତ ପୂରଣ ହେବ ଆପଣଙ୍କର ସବୁ ଇଚ୍ଛା

ରାକ୍ଷୀରେ ତିନୋଟି ଗଣ୍ଠି ବାନ୍ଧିବାର ମହତ୍ତ୍ୱ ରହିଛି। ପୌରାଣିକ ମତ ଅନୁଯାୟୀ ରକ୍ଷାବନ୍ଧନ ଦିନ ଯେତେବେଳେ ଭଉଣୀ ତାଙ୍କ ଭାଇଙ୍କ ହାତରେ ରାକ୍ଷୀ ବାନ୍ଧିଥାଏ, ସେତେବେଳେ ସେ ରକ୍ଷା ସୂତ୍ର ଉପରେ ତିନୋଟି ଗଣ୍ଠି କରନ୍ତି ।ଧାର୍ମିକ ବିଶ୍ୱାସ ଅନୁଯାୟୀ, ରାକ୍ଷୀ ବାନ୍ଧିବାବେଳେ ତିନୋଟି ଗଣ୍ଠି ବାନ୍ଧିବା ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ ।

ସମ୍ପର୍କର ପ୍ରତୀକ ରାକ୍ଷୀ । ସମ୍ପର୍କର ରେଶମ ଡୋରୀକୁ ଭାଇ ହାତରେ ବାନ୍ଧିଥାଏ ଉଭଣୀ। ଭାଇ-ଭଉଣୀଙ୍କ ସମ୍ପର୍କକୁ ଆହୁରି ଦୃଢ କରିଦେଇଥାଏ ଏହି ରାକ୍ଷୀ । ଆଗକୁ ଆସୁଛି ଗହ୍ମା ପୂର୍ଣ୍ଣିମା ଅର୍ଥାତ ରାକ୍ଷୀ ପୂର୍ଣ୍ଣିମା । ସଭିଏଁ ଏହି ଦିନକୁ ଆଗ୍ରହ ସହ ଅପେକ୍ଷା କରିଥାନ୍ତି । ଏହି ଦିନରେ ସବୁ ଭଉଣୀ ନିଜ ଭାଇ ହାତରେ ରକ୍ଷାସୂତ୍ର ବାନ୍ଧିଥାଏ। ଆଉ ଭାଇ ବି ଭଉଣୀକୁ ତାର ରକ୍ଷା କରିବାକୁ ବଚନ ଦେଇଥାଏ। ଏହି ପର୍ବରେ ଦୁହେଁ ଦୁହିଁଙ୍କ ପ୍ରତି ଥିବା ସ୍ନେହ ଏବଂ ଭଲପାଇବାକୁ ଦେଖାଇଥାନ୍ତି।

ରକ୍ଷାବନ୍ଧନ ହେଉଛି ଭାଇ ଓ ଭଉଣୀଙ୍କ ମଧ୍ୟରେ ଥିବା ପବିତ୍ର ସମ୍ପର୍କର ସବୁଠାରୁ ବଡ ପର୍ବ । ପ୍ରାଚୀନ ଯୁଗରୁ ରକ୍ଷା ବନ୍ଧନର ପରମ୍ପରା ରହିଆସିଛି। ଏହା ପ୍ରତିବର୍ଷ ଶ୍ରାବଣ ମାସର ଶୁକ୍ଲ ପକ୍ଷର ପୂର୍ଣ୍ଣିମା ଦିନ ପାଳନ କରାଯାଏ । ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ, ଶ୍ରାବଣ ମାାସର ଦ୍ୱିତୀୟ ପର୍ଣ୍ଣିମା ୩୦ ଅଗଷ୍ଟ ପଡ଼ିବ। ଏହାର ସକାଳ ୧୦.୫୮ ରୁ ଆରମ୍ଭ ହୋଇ ଗୁରୁବାର ିସକାଳ ୭.୦୫ ଯାଏ ରହିବ। ତେଣୁ ପୂର୍ଣ୍ଣିମା ବ୍ରତ ୩୦ ରେ ହେଲେ ବି ୩୧ ରେ ଦାନ ପାଳନ କରିପାରିବେ। ଏହିଦିନ ଭଦ୍ରା କାଳ ଆରମ୍ଭ ହୋଇଯିବ। ଶାସ୍ତ୍ରରେ ଭଦ୍ରା କାଳରେ ଶ୍ରାବଣୀ ପର୍ବ ପାଳନ କରାଯିବା ନିଷେଦ୍ଧ। ୩୦ ଅଗଷ୍ଟରେ ଭଦ୍ରା କାଳ ରାତି ୯ଟା ୨ ମିନିଟ ଯାଏ ରହିବ। ଏହିସମୟ ପରେ ରାକ୍ଷୀ ବନ୍ଧନ ପର୍ବ ପାଳନ କରାଯାଇପାରିବ। ରାକ୍ଷୀ ବନ୍ଧନ ଦିନ ସମୟରେ କଲେ ଶୁଭ ମନାଯାଏ। ତେଣୁ ଏମିିତିରେ ୩୧ ଅଗଷ୍ଟରେ ଆପଣ ଦିନ ସମୟରେ ଏହି ପର୍ବକୁ ପାଳନ କରିପାରିବେ।

ରାକ୍ଷୀରେ ତିନୋଟି ଗଣ୍ଠି ବାନ୍ଧିବାର ମହତ୍ତ୍ୱ ରହିଛି। ପୌରାଣିକ ମତ ଅନୁଯାୟୀ ରକ୍ଷାବନ୍ଧନ ଦିନ ଯେତେବେଳେ ଭଉଣୀ ତାଙ୍କ ଭାଇଙ୍କ ହାତରେ ରାକ୍ଷୀ ବାନ୍ଧିଥାଏ, ସେତେବେଳେ ସେ ରକ୍ଷା ସୂତ୍ର ଉପରେ ତିନୋଟି ଗଣ୍ଠି କରନ୍ତି ।ଧାର୍ମିକ ବିଶ୍ୱାସ ଅନୁଯାୟୀ, ରାକ୍ଷୀ ବାନ୍ଧିବାବେଳେ ତିନୋଟି ଗଣ୍ଠି ବାନ୍ଧିବା ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ । କାରଣ ତିନୋଟି ଗଣ୍ଠି ତ୍ରିଦେବ ଯଥା ବ୍ରହ୍ମା, ବିଷ୍ଣୁ ଏବଂ ମହେଶ ସହିତ ଜଡିତ ।

ରାକ୍ଷୀର ପ୍ରଥମ ଗଣ୍ଠି :-
ରାକ୍ଷୀର ପ୍ରଥମ ଗଣ୍ଠି ଭାଇଙ୍କ ଜୀବନ ପାଇଁ ବନ୍ଧାଯାଏ । କୁହାଯାଏ ଭାଇଙ୍କ ଆୟୁ ଲମ୍ବା ହୋଇଥାଏ ।

ରାକ୍ଷୀର ଦ୍ୱିତୀୟ ଗଣ୍ଠି :-
ରାକ୍ଷୀର ଦ୍ୱିତୀୟ ଗଣ୍ଠି ଭଉଣୀର ଦୀର୍ଘ ଜୀବନ ପାଇଁ ବିବେଚନା କରାଯାଏ । ଯେତେବେଳେ ଭଉଣୀମାନେ ଭାଇକୁ ରାକ୍ଷୀ ବାନ୍ଧନ୍ତି, ସେତେବେଳେ ରାକ୍ଷୀର ଦ୍ୱିତୀୟ ଗଣ୍ଠି ନିଜ ବୟସ ପାଇଁ ବିବେଚନା କରାଯାଏ । ଏହା ସହିତ ତ୍ରିଦେବଙ୍କ କୃପା ମଧ୍ୟ ମିଳିଥାଏ ।

ରାକ୍ଷୀର ତୃତୀୟ ଗଣ୍ଠି :-
ରାକ୍ଷୀର ତୃତୀୟ ଗଣ୍ଠି ଭାଇ ଏବଂ ଭଉଣୀଙ୍କ ମଧ୍ୟରେ ମଧୁରତା ଏବଂ ସୁରକ୍ଷା ଆଣିବ ବୋଲି ବିଶ୍ୱାସ କରାଯାଏ । ଏହା ଉଭୟଙ୍କ ପବିତ୍ର ସମ୍ପର୍କକୁ ମଜଭୁତ୍ ରଖେ ।

ତେଣୁ ଆପଣ ମାନେ ଯଦି ଏହା ସମ୍ପର୍କରେ ଜାଣି ନାହାନ୍ତି ତେବେ ଆମ ଭିଡିଓ ଦଖି ବୁଝିଯାଆନ୍ତୁ । ଆଉ ଏଥର ଆପଣ ମଧ୍ୟ ନିଜ ଭାଇ ପାଇଁ ରାକ୍ଷୀ ଆଣିଲେ ତିନୋଟି ଗଣ୍ଠି ପକାଇ ଭାଇ ର ଶୁଭ ମନାସୀ ତାଙ୍କୁ ରାକ୍ଷୀ ପିନ୍ଧନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.