Below header

ମାଲକାନଗିରି : ମାଟ୍ରିକ ପରୀକ୍ଷା OMR ସିଟ୍‌ ଗାଏବ ଘଟଣା, ୩ ଶିକ୍ଷକ ଗିରଫ

ମାଲକାନଗିରି : ମାଲକାନଗିରି ପଡ଼ିଆ ବ୍ଲକ SSD ହାଇସ୍କୁଲରୁ ମାଟ୍ରିକ ପରୀକ୍ଷା OMR ସିଟ୍‌ ଗାଏବ ଘଟଣାରେ କାର୍ଯ୍ୟାନୁଷ୍ଠାନ । ଆଜି ୩ ଶିକ୍ଷକଙ୍କୁ ଗିରଫ କରିଛି ପଡ଼ିଆ ପୋଲିସ । ଉପ ଅଧୀକ୍ଷକ ଶତ୍ରୁଘ୍ନ ସ୍ୱାଇଁ, ଗୋପୀନାଥ ସ୍କୁଲର ପ୍ରଧାନ ଶିକ୍ଷକ ଜଳନ୍ଧର ବେହେରା ଏବଂ ଅନ୍ୟ ଜଣେ ଶିକ୍ଷକ ସନ୍ଦୀପ ସାହୁକୁ ଗିରଫ କରିଛି ପୋଲିସ । ଅନ୍ୟ ୨ ଶିକ୍ଷକଙ୍କୁ ଅଟକ ରଖିଛି ପୋଲିସ । ଏଥିସହ ଏହି ଘଟଣାରେ ୫ ଜଣଙ୍କୁ ନିଲମ୍ବିତ କରାଯାଇଛି । ଦୁଇ ଦିନ ତଳେ ପଡିଆ ଏସ୍‌ଏସ୍‌ଡି ହାଇସ୍କୁଲ ପରୀକ୍ଷା କେନ୍ଦ୍ରରୁ ଗଣିତ ମାଟ୍ରିକ ଗଣିତ ପରୀକ୍ଷାରେ ୧୦୮ଟି ଓଏମ୍‌ଆର୍‌ ସିଟି ଗାଏବ ହୋଇଯାଇଥିଲା । ଗତ ଶନିବାର ସେହି ସ୍କୁଲର ୧୦୮ ପିଲା ପରୀକ୍ଷା ଦେଇଥିଲେ। କିନ୍ତୁ ରବିବାର ସକାଳେ ଓଏମ୍‌ଆର୍‌ ସିଟ୍‌ ମିଳିନଥିଲା। ସେପଟେ ଓଏମ୍‌ଆର୍‌ ସିଟ୍‌ ଗାଏବ ପରେ ୧୦୮ ପରୀକ୍ଷାର୍ଥୀଙ୍କ ଭାଗ୍ୟ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। .

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.