ମେଣ୍ଟ ନେଇ କଂଗ୍ରେସର ଆଲୋଚନା, ଭୁବନେଶ୍ୱର ଲୋକସଭା ଆସନ ଛାଡ଼ିବ ସିପିଏମକୁ

ଭୁବନେଶ୍ବର : ସିପିଆଇ ପରେ ସିପିଏମ । ଆଗାମୀ ନିର୍ବାଚନରେ ଭୁବନେଶ୍ୱର ଲୋକସଭା ଆସନକୁ ଲଢ଼ିବା ପାଇଁ ସିପିଏମକୁ ଛାଡିବା କଂଗ୍ରେସ । ଏହି ଆସନରୁ ସିପିଏମ ନେତା ଜନାର୍ଦ୍ଦନ ପତି ପ୍ରାର୍ଥୀ ହେବେ । ସେହିପରି ସିପିଏମ ୭ଟି ବିଧାନସଭା ଆସନ ବଣେଇ, ରେମୁଣା, ମୋରଡ଼ା, ରଣପୁର,ନିଳଗିରି, ବ୍ରହ୍ମଗିରି, ପାଲଲହଡ଼ାରେ ଲଢ଼ିବା ପାଇଁ ଚାହୁଁଛି । ଏହା ଉପରେ ପୁଣି କଂଗ୍ରେସ ସହ ଦଳ ଆଲୋଚନା କରିବ ।

ଏପଟେ ବିରୋଧୀ ଦଳ ନେତା ନରସିଂହ ମିଶ୍ର ନିର୍ବାଚନ ଲଢ଼ିବେ ନା ନାହିଁ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ପୂର୍ବରୁ ନରସିଂହ ଗଣମାଧ୍ୟମକୁ କହିଥିଲେ ସେ ୧୯’ ନିର୍ବାଚନ ଲଢ଼ିବେ ନାହିଁ । ହେଲେ ଆଜି କହିଛନ୍ତି ଦଳ ଯଦି ଚାହିଁବ ତାହେଲେ ଲଢ଼ିବେ । ଦଳୀୟ ନିଷ୍ପତ୍ତି ଊର୍ଦ୍ଧ୍ୱରେ ସେ ନୁହନ୍ତି ।

ନିକଟରେ ସିପିଆଇ ସହ ଆସନ ବୁଝାମଣା ନେଇ ପିସିସି ନେତୃତ୍ୱ ଆଲୋଚନା କରିଥିଲେ । ଏବେ ଲୋକସଭା ସିଟ୍‌ ନେଇ ସିପିଏମ ସହ ଦଳର ଆଲୋଚନା ହୋଇଛି । ସେହିପରି ମେଣ୍ଟ ବାବଦରେ ମଧ୍ୟ ଜେଏମଏମ ସହ କଂଗ୍ରେସ ଆଲେଚନା କରିବ ।

Leave A Reply

Your email address will not be published.