Below header

ଅଟୋ ଦୁର୍ଘଟଣାରେ ଜଣେ ମୃତ, ୫ ଆହତ

ପାତ୍ରପୁର ବ୍ଲକ ଗୁଡାରି - ଖାରିଆନାଳ ମଧ୍ୟରେ ଅଟୋ ଦୁର୍ଘଟଣା ଘଟି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଆହତ ହୋଇଛନ୍ତି ।

ବ୍ରହ୍ମପୁର(କେନ୍ୟୁଜ୍‌) : ପାତ୍ରପୁର ବ୍ଲକ ଗୁଡାରି – ଖାରିଆନାଳ ମଧ୍ୟରେ ଅଟୋ ଦୁର୍ଘଟଣା ଘଟି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଆହତ ହୋଇଛନ୍ତି । ମୃତକ ହେଲେ ସସ୍ମିତା ସାହୁ। ଦୁର୍ଘଟଣାର ଶିକାର ହୋଇଥିବା ବ୍ୟକ୍ତିମାନେ ସମସ୍ତେ ଶ୍ରମିକ ଶ୍ରେଣୀର ।

ସେମାନେ କାମ ସାରି ଅଟୋରେ ଫେରୁଥିବା ବେଳେ ଦୁର୍ଘଟଣା ଘଟିଥିଲା । ଆହତମାନଙ୍କୁ ପାତ୍ରପୁର ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିବା ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.