Below header

ଚଣ୍ଡିଖୋଲ-ପାରାଦ୍ୱୀପ ଜାତୀୟ ରାଜପଥରେ ଦୁର୍ଘଟଣା, ଜଣେ ମୃତ

ଅଜଣା ଗାଡି ଧକ୍କାରେ ଜଣଙ୍କର ମୃତ୍ୟୁ। ଘଟଣା ଘଟିଛି ଯାଜପୁର ଜିଲ୍ଲା ଚଣ୍ଡିଖୋଲ- ପାରାଦ୍ବୀପ ଜାତୀୟ ରାଜପଥର କଣ୍ଟିଗଡିଆ ଛକ ନିକଟରେ।

ଯାଜପୁର : ଅଜଣା ଗାଡି ଧକ୍କାରେ ଜଣଙ୍କର ମୃତ୍ୟୁ। ଘଟଣା ଘଟିଛି ଯାଜପୁର ଜିଲ୍ଲା ଚଣ୍ଡିଖୋଲ- ପାରାଦ୍ବୀପ ଜାତୀୟ ରାଜପଥର କଣ୍ଟିଗଡିଆ ଛକ ନିକଟରେ। ସୂଚନା ମୁତାବକ, ଗତକାଲି ରାତିରେ ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଥିବା ବେଳେ ମୃତକ ଜଣକ ବିହାର ଅଞ୍ଚଳର ଡ୍ରାଇଭର ଜିତେନ୍ଦ୍ର ରାୟ ବୋଲି ସୂଚନା ମିଳିଛି।

ସେ ଗତକାଲି ରାତିରେ ରାସ୍ତା ପାର୍ଶ୍ବରେ ତେଲ ଟ୍ୟାଙ୍କର ରଖି ବିଶ୍ରାମ ନେଇଥିଲେ। ତେବେ ରାତିରେ କୌଣସି କାରଣରୁ ସେ ଗାଡିରୁ ବାହାରକୁ ଆସି ରାସ୍ତା ପାରି ହେଉଥିବା ସମୟରେ କୌଣସି ଏକ ଅଜଣା ଗାଡି ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ଆଜି ସକାଳ ସମୟରେ ସ୍ଥାନୀୟ ଲୋକେ ଏହା ଦେଖି ପୁଲିସକୁ ଖବର ଦେବା ସହ ଆମ୍ବୁଲାନସ ଯୋଗେ ତାଙ୍କୁ ସ୍ଥାନୀୟ ଡାକ୍ତରଖାନାକୁ ପଠାଇ ଦିଆଯାଇଛି। ଧର୍ମଶାଳା ପୋଲିସ ମୃତଦେହକୁ ଜବତ କରି ବ୍ୟବଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଚଳାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.