ଫ୍ଲାଇଟରେ ହଠାତ ନିଶ୍ୱାସ ନେଇ ପାରିଲାନି ଶିଶୁ, ଦେବଦୂତ ସାଜିଲେ ଡାକ୍ତର

ରାଞ୍ଚିରୁ ଦିଲ୍ଲୀକୁ ଯାତ୍ରା କରୁଥିବା ଇଣ୍ଡିଗୋ ଫ୍ଲାଇଟରେ ହଠାତ୍ ଏକ ନବଜାତ ଶିଶୁର ନିଶ୍ୱାସ ନେବାରେ ଅସୁବିଧା ହୋଇଥିଲା । ଏହା ପରେ ଇଣ୍ଡିଗୋ ବିମାନର କ୍ରୁ ସଦସ୍ୟମାନେ ସେହି ବିମାନରେ କେହି ଡାକ୍ତର ଉପସ୍ଥିତ ଅଛନ୍ତି ବୋଲି ଆନାଉନ୍ସ କରିଥିଲେ ।

୩୦ ହଜାର ଫୁଟ ଉପରେ ଉଡ଼ୁଥିଲା ଫ୍ଲାଇଟ । ହଠାତ ଏହି ଫ୍ଲାଇଟ ଭିତରେ ଏକ ଶିଶୁକୁ ନିଶ୍ୱାସ ନେବାରେ ସମସ୍ୟା ହେଲା । ବାପା ମା’ କଣ କରିବେ କିଛି ବୁଝି ପାରିଲେନି । ଫ୍ଲାଇଟ ହଠାତ ଲ୍ୟାଣ୍ଡ ହେବା ସମ୍ଭବ ବି ନଥିଲା । ବାପା ମା’ ବ୍ୟସ୍ତ ହୋଇ ପଡ଼ୁଥିଲେ । ଠିକ୍‌ ଏହି ସମୟରେ ଦେବଦୂତ ସାଜିଥିଲେ ଫ୍ଲାଇଟରେ ଯାତ୍ରା କରୁଥିବା ଦୁଇ ଜଣ ଡାକ୍ତର । ୬ ମାସର ଶିଶୁକୁ ବଞ୍ଚାଇବା ଡାକ୍ତର ଆରମ୍ଭ କରିଥିଲେ ସଂଘର୍ଷ । ଦୀର୍ଘ ସମୟ ଚେଷ୍ଟା କରିବା ପରେ ଶିଶୁଟିର ଜୀବନ ବଞ୍ଚାଇବାରେ ସକ୍ଷମ ହୋଇଥିଲେ ଉଭୟ ଡାକ୍ତର ।

ସୂଚନା ଅନୂସାରେ ରାଞ୍ଚିରୁ ଦିଲ୍ଲୀକୁ ଯାତ୍ରା କରୁଥିବା ଇଣ୍ଡିଗୋ ଫ୍ଲାଇଟରେ ହଠାତ୍ ଏକ ନବଜାତ ଶିଶୁର ନିଶ୍ୱାସ ନେବାରେ ଅସୁବିଧା ହୋଇଥିଲା । ଏହା ପରେ ଇଣ୍ଡିଗୋ ବିମାନର କ୍ରୁ ସଦସ୍ୟମାନେ ସେହି ବିମାନରେ କେହି ଡାକ୍ତର ଉପସ୍ଥିତ ଅଛନ୍ତି ବୋଲି ଆନାଉନ୍ସ କରିଥିଲେ । ଭାଗ୍ୟକୁ ସେହି ଫ୍ଲାଇଟରେ ଆଇଏଏସ ଅଧିକାରୀ ତଥା ପ୍ରଶିକ୍ଷଣ ପ୍ରାପ୍ତ ଡାକ୍ତର ନିତିନ କୁଲକର୍ଣ୍ଣି ଏବଂ ରାଞ୍ଚି ସଦର ଡାକ୍ତରଖାନାର ଜଣେ ଡାକ୍ତର ଉପସ୍ଥିତ ଥିଲେ। ଏହି ଦୁଇ ଜଣ ଡାକ୍ତର ପିଲାକୁ ବଞ୍ଚାଇବା ପାଇଁ ଆଗେଇ ଆସିଥିଲେ । ଉଭୟ ଡାକ୍ତର ଜରୁରୀକାଳୀନ ଚିକିତ୍ସା କରିବା ପାଇଁ ମାସ୍କ ଏବଂ କିଛି ଔଷଧ ବ୍ୟବହାର କରି ଶିଶୁକୁ ଅକ୍ସିଜେନ ଦେବାକୁ ଚେଷ୍ଟା କରିଥିଲେ ।

ଏକ ଘଣ୍ଟା ପରେ ଫ୍ଲାଇଟ ଲ୍ୟାଣ୍ଡ କରିଥିଲା ପରେ ମେଡିକାଲ ଟିମ୍‌ ଶିଶୁକୁ ନେଇ ଅକ୍ସିଜେନ ସପୋର୍ଟ ଦେଇଥିଲେ । ଶିଶୁର ହୃଦରୋଗର ଚିକିତ୍ସା ପାଇଁ ତାର ବାପା ମା’ ଶିଶୁକୁ ଦିଲ୍ଲୀ AIIMSକୁ ନେଉଥିଲେ । ତେବେ ଇଣ୍ଡିଗୋ ଫ୍ଲାଇଟ ଉଡ଼ାଣର ୨୦ ମିନିଟ ପରେ କ୍ରୁ ମେମ୍ବର୍ସମାନେ ଏହି ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଥିଲେ ଏବଂ ଶିଶୁର ଚିକିତ୍ସା ପାଇଁ ସାହାଯ୍ୟ ମାଗିଥିଲେ ।

ଡାକ୍ତର କୁଲକର୍ଣ୍ଣିଙ୍କ କହିବା ଅନୁସାରେ ପିଲାଟିକୁ ନିଶ୍ୱାସ ପ୍ରଶ୍ୱାସ ନେବାରେ ସମସ୍ୟା ହେଉଥିଲା ଯେଉଁଥିପାଇଁ ଶିଶୁର ମା’ କାନ୍ଦୁଥିଲେ । କୁଲ୍ଲକର୍ଣ୍ଣି ଏବଂ ଡାକ୍ତର ମୋଜାମିଲ ଶିଶୁର ଯତ୍ନ ନେଉଥିଲେ । ଶିଶୁ ମାସ୍କ କିମ୍ବା କ୍ୟାନୁଲା ଉପଲବ୍ଧ ନ ଥିବାରୁ ବୟସ୍କ ମାସ୍କ ମାଧ୍ୟମରେ ଶିଶୁକୁ ଅକ୍ସିଜେନ ଯୋଗାଇ ଦିଆଯାଇଥିଲା । ଡାକ୍ତର କୁଲକର୍ଣ୍ଣି କହିଛନ୍ତି, ସେମାନେ ମେଡିକାଲ ରେକର୍ଡ ଯାଞ୍ଚ କରିଥିଲେ । ପରେ ପିଲାଟି ଜନ୍ମଗତ ହୃଦରୋଗ, ପେଟେଣ୍ଟ ଡକ୍ଟସ ଆର୍ଟେରିୟୋସସ (PDA)ରେ ପୀଡିତ ଥିଲା ବୋଲି ଜଣା ପଡ଼ିଥିଲା । ଯେଉଁଥିପାଇଁ ପୂରା ପରିବାର AIIMS ଯାଉଥିଲେ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଇଞ୍ଜେକ୍ସନ ଏବଂ ଅକ୍ସିଜେନ ଦେବା ପରେ ଶିଶୁ ସ୍ୱାସ୍ଥ୍ୟରେ ଉନ୍ନତି ଦେଖାଯାଇଥିଲା ଏବଂ ଷ୍ଟେଥୋସ୍କୋପ ଦ୍ୱାରା ଶିଶୁର ହୃଦସ୍ପନ୍ଦନ ଉପରେ ନଜର ରଖାଯାଇଥିଲା । ପ୍ରଥମ ୧୫-୨୦ ମିନିଟ୍ ଅତ୍ୟନ୍ତ ଗୁରୁତ୍ତ୍ୱପୂର୍ଣ୍ଣ ଥିଲା କିନ୍ତୁ ଶେଷରେ ଶିଶୁ ସ୍ୱାଭାବିକ ଅବସ୍ଥାକୁ ଫେରି ଆସିଥିଲା । ତେବେ ଏହି ଅସୁବିଧା ସମୟରେ କ୍ୟାବିନ କର୍ମଚାରୀମାନେ ବହୁତ ସାହାଯ୍ୟ କରିଥିଲେ । ଶିଶୁର ପରିବାର ସଦସ୍ୟ ସେମାନଙ୍କ ସହ ଡେକ୍ସୋନା ଇଞ୍ଜେକ୍ସନ ନେଉଥିଲେ ଯାହା ଶିଶୁ ଚିକିତ୍ସାରେ ଅତ୍ୟନ୍ତ ସହାୟକ ହୋଇଥିଲା । ଇଞ୍ଜେକ୍ସନ୍ ଏବଂ ଅମ୍ଳଜାନ ପରେ ପିଲାଟି ଠିକ୍‌ ହୋଇଥିଲା । ତେବେ ଡାକ୍ତରଙ୍କ ଉପସ୍ଥିତି ଶିଶୁର ଜୀବନ ବଞ୍ଚାଇଥିଲା । ଡାକ୍ତରଙ୍କ ସମସ୍ତ ଚେଷ୍ଟା ସଫଳ ହୋଇଥିବାରୁ ଫ୍ଲାଇଟରେ ଯାତ୍ରା କରୁଥିବା ସମସ୍ତ ଯାତ୍ରୀ ଡାକ୍ତରଙ୍କୁ ଅଭିନନ୍ଦନ ଜଣାଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.