Below header

ଭୁବନ : ମଇଁଷି ଚରାଇବାକୁ ବିଲକୁ ଯାଇଥିବା ବେଳେ ବଜ୍ରପାତରେ ଚାଲିଗଲା ଜୀବନ

କାମାକ୍ଷାନଗର : ଆଜି ବିଲକୁ ମଇଁଷି ଚରାଇବାକୁ ଯାଇଥିବା ବେଳେ ବଜ୍ରପାତରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ  ଢ଼େଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ଗୋବିନ୍ଦପୁର ଗାଁର ବିରବର ଦାସ । ସେ ଆଦିପୁରା ଗାଁକୁ ମଇଁଷି ଚରାଇବାକୁ ଯାଇଥିଲେ ।

ହଠାତ୍‌ ଝଡ଼ବର୍ଷା ଆସି ବଜ୍ରପାତ ଘଟିଥିଲା । ସେ ବିଲ ମଝିରେ ମଇଁଷି ଚରାଉଥିବା ବେଳେ ବଜ୍ରପାତରେ ତାଙ୍କର ମୃତ୍ୟୁ ହୋଇଯାଇଥିବା ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.