ସମୁଦ୍ରରେ ପୁଣି ଥରେ ଅଘଟଣ: ଗାଧୋଇବା ବେଳେ ପାଣିରେ ବୁଡି ଦୁଇ ପର୍ଯ୍ୟଟକଙ୍କ ମୃତ୍ୟୁ

ମୃତ ପର୍ଯ୍ଯଟକ ପଶ୍ଚିମବଙ୍ଗ ହୁଗୁଳି ଜିଲ୍ଲାର ଅରିନ୍ଦମ ଦାସ। ନିଖୋଜ ପର୍ଯ୍ଯଟକଙ୍କୁ ଲାଇଫଗାର୍ଡ ଖୋଜାଖୋଜି କରୁଛନ୍ତି। ଗତକାଲି ମଧ୍ୟ ସମୁଦ୍ରରେ ସ୍ନାନ ବେଳେ ବାପା,ପୁଅଙ୍କ ମୃତ୍ୟୁ ଘଟିବା ସହ ଅନ୍ଯ ଜଣେ ଗୁରୁତର ଆହତ ହୋଇଥିଲେ।

ପୁରୀ(କେନ୍ୟୁଜ୍): ପୁରୀ ସମୁଦ୍ରରେ ପୁଣିଥରେ ଅଘଟଣ ଘଟିଛି।ଆଜି ଅପରାହ୍ନରେ ସ୍ବର୍ଗଦ୍ୱାର ନିକଟ ୧୩ ନମ୍ବର ସେକ୍ଟର ସମୁଦ୍ରରେ ସ୍ନାନ ବେଳେ ଜଣେ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି। ଅନ୍ଯ ଜଣେ ସମୁଦ୍ରରେ ନିଖୋଜ ଅଛନ୍ତି। ମୃତ ପର୍ଯ୍ଯଟକ ପଶ୍ଚିମବଙ୍ଗ ହୁଗୁଳି ଜିଲ୍ଲାର ଅରିନ୍ଦମ ଦାସ। ନିଖୋଜ ପର୍ଯ୍ୟଟକଙ୍କୁ ଲାଇଫଗାର୍ଡ ଖୋଜାଖୋଜି କରୁଛନ୍ତି। ଗତକାଲି ମଧ୍ୟ ସମୁଦ୍ରରେ ସ୍ନାନ ବେଳେ ବାପା,ପୁଅଙ୍କ ମୃତ୍ୟୁ ଘଟିବା ସହ  ଅନ୍ୟ ଜଣେ ଗୁରୁତର ଆହତ ହୋଇଥିଲେ।