Below header

ବାହାର ରାଜ୍ୟ ଫେରନ୍ତାଙ୍କ ପାଇଁ ଇ-ପାସ୍‌ ସେବା ଆରମ୍ଭ, ଆବେଦନକାରୀଙ୍କୁ ଅନ୍‌ଲାଇନ୍‌ରେ ଇ-ପାସ୍‌ ପ୍ରଦାନ କରାଯିବ

କେନ୍ୟୁଜ୍ (ବ୍ୟୁରୋ): ଓଡ଼ିଶାରେ ଫସିଥିବା ଲୋକେ ବାହାର ରାଜ୍ୟକୁ ଫେରିବାକୁ ହେଲେ ସେମାନଙ୍କ ପାଇଁ ଇ-ପାସ୍‌ ବ୍ୟବସ୍ଥା ହୋଇଛି । ସେମାନେ COVID19.ODISHA.GOV.IN ପୋର୍ଟାଲ୍‌ରେ ଲଗ୍‌ଇନ୍‌ କରି ଆବେଦନ କରିପାରିବେ । ଏହାପରେ ଅନ୍‌ଲାଇନ୍‌ ଅନୁମତି ପରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଇ-ପାସ୍‌ ପ୍ରଦାନ କରାଯିବ ।

ଆଜି ୪୨୨୫ ଜଣ ପ୍ରବାସୀ ଓଡ଼ିଶା ଫେରିଛନ୍ତି । ୧୧୩ଟି ପୌରାଞ୍ଚଳରେ ରନ୍ଧା ଖାଦ୍ୟ ପ୍ରଦାନ କରାଯାଇଛି ଓ ଲକ୍‌ଡାଉନ୍‌ ନିୟମ ଉଲ୍ଲଂଘନ ପାଇଁ ୨୫ ମାମଲା ରୁଜୁ ହୋଇଛି ବୋଲି ସୂଚନା ଦେଇଛନ୍ତି ଲୋକସମ୍ପର୍କ ବିଭାଗ ସଚିବ ସଞ୍ଜୟ ସିଂ ।

salini pandit

ସେହିଭଳି  କରୋନା ସମ୍ପର୍କରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏନଏଚଏମ୍‌ ନିର୍ଦ୍ଦେଶିକା ଶାଲିନୀ ପଣ୍ଡିତ୍‌ ସୂଚନା ରଖିଛନ୍ତି । ରାଜ୍ୟରେ ଏବେ ସୁଦ୍ଧା ମୋଟ ୫୦ ହଜାର ୫୧୪ଟି ନମୁନା ପରୀକ୍ଷା ହୋଇଛି । କେବଳ ଆର୍‌ଏମ୍‌ଆର୍‌ସିରେ ଏପର୍ଯ୍ୟନ୍ତ ୨୫ ହଜାର ନମୁନା ପରୀକ୍ଷା କରାଯାଇଛି । ରାଜ୍ୟରେ ଏବେ ଦିନକୁ ୩ ହଜାର ଟେଷ୍ଟିଂ ହେଉଛି । ରାଜ୍ୟର ୮ଟି ଲ୍ୟାବ୍‌ କରୋନା ଟେଷ୍ଟିଂ କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.