ଗୁଗଲ ତରଫରୁ ଆପଣଙ୍କ ପାଇଁ ସୂଚନା, ନିଶ୍ଚୟ ପଢନ୍ତୁ ଆଉ ଜାଣନ୍ତୁ କେମିତି ପାସୱାର୍ଡ ରଖିଲେ ହ୍ୟାକର୍ସ ବି ମାନିବେ ହାର

ଆଜିର ଦୁନିଆରେ ହ୍ୟାକିଙ୍ଗ ମାମଲା ଅଧିକ ବଢ଼ିବାରେ ଲାଗିଛି। ଏମିତିରେ ବହୁତ ଜରୁରୀ ଅଟେ ଷ୍ଟ୍ରଙ୍ଗ ପାସୱାର୍ଡ଼। ଅର୍ଥାତ ପାସୱାର୍ଡ ଏମିତି ହୋଇଥିବା ଦରକାର ଯେ ଯାହାକୁ ସହଜରେ କେହି ହ୍ୟାକ କରିପାରିବେ ନାହିଁ। ଅଧିକାଂଶ ଲୋକ ଏମିତି ଅକ୍ଷର ଏବଂ ନମ୍ବର ବ୍ୟବହାର କରନ୍ତି, ଯାହା ସହଜରେ ମନେ ରହିଯାଏ ଯେମିତିକି ତାଙ୍କ ଜନ୍ମ ତାରିଖ। ପ୍ରତି ବର୍ଷ ମେ ପ୍ରଥମ ସପ୍ତାହରେ ୱାର୍ଲଡ଼ ପାସୱାର୍ଡ ଡେ ଭାବରେ ପାଳନ କରାଯାଏ। ଆଜିର ଏହି ମୌକାରେ Google ଆପଣଙ୍କୁ ୫ଟି ଟିପ୍ସ ଜଣାଇଛି ଯାହାକୁ ୟୁଜର୍ସ ପାସୱାର୍ଡ ରଖିବା ସମୟରେ ଧ୍ୟାନରେ ରଖିବା ଜରୁରୀ।

pasword

  1. ଗୁଗଲ କହିବାନୁଯାୟୀ ପାସୱାର୍ଡ ଅତି କମରେ 8 ଡିଜିଟ ହୋଇଥିବା ଦରକାର। ପାସୱାର୍ଡକୁ ଷ୍ଟ୍ରଙ୍ଗ ବନାଇବା ପାଇଁ ଏଥିରେ ବଡ଼ ଏବଂ ଛୋଟ ଅକ୍ଷର, ନମ୍ବର କିମ୍ବା ସିମ୍ବଲସ୍ ବ୍ୟବହାର କରିବା ଉଚିତ।
  2. ଗୁଗଲ ଜଣାଇଛି ଯେ ୟୁଜର୍ସଙ୍କୁ ନିଜର ପ୍ରତି ଗୁରୁତ୍ୱପୂର୍ଣ୍ଣ ଆକାଉଣ୍ଟ ପାଇଁ ଅଲଗା ଅଲଗା ପାସୱାର୍ଡ ବ୍ୟବହାର କରିବା ଜରୁରୀ। ଆପଣଙ୍କୁ ଗୋଟିଏ ପାସୱାର୍ଡକୁ ସବୁ ଆକାଉଣ୍ଟରେ ବ୍ୟବହାର କରିବା ଅନୁଚିତ।
  3. ଅନେକ ୟୁଜର୍ସ ବହୁତ ଇଜି ଜିନିସକୁ ନେଇ ନିଜ ପାସୱାର୍ଡ ରଖିଦିଅନ୍ତି। ଯେମିତିକି ତାଙ୍କ ନିକ ନେମ, ସ୍କୁଲ ନାମ, ପସନ୍ଦର ସ୍ପୋର୍ଟସ୍ ଟିମ ଏବଂ password ଆଦି ଶବ୍ଦ। କିନ୍ତୁ ପାସୱାର୍ଡ ଏମିତି ହେବା ଦରକାର ଯାହାକୁ ଜଣେ ଚାହିଁଲେ ବି ଖୋଲି ପାରିବ ନାହିଁ।
  4. ଗୁଗଲ ଜଣାଇଛି ଯେ ୟୁଜର୍ସଙ୍କୁ ନିଜର ପର୍ସନାଲ ଡାଟା ଯେମିତି କି ନାମ, ଠିକଣା, ଫୋନ ନମ୍ବର, ଇମେଲ ଆଦିକୁ ପାସୱାର୍ଡରେ ସାମିଲ କରିବା ଅନୁଚିତ।
  5. ସେହିପରି ସମୟ ସମୟରେ ପାସୱାର୍ଡ ବଦଳାଇବା ଉଚିତ। ଯଦି କୌଣସି କାରଣରୁ ଆପଣ କାହାକୁ ନିଜ ପାସୱାର୍ଡ ଜଣାଇଛନ୍ତି ତେବେ ତୁରନ୍ତ ବଦଳାଇବା ହିଁ ଆପଣଙ୍କ ପାଇଁ ଲାଭଦାୟକ ହେବ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.