Below header

ଭୁବନେଶ୍ବରରେ ସାଧାରଣତନ୍ତ୍ର ଦିବସ ସଜବାଜ: ଏବର୍ଷ କେବଳ ବନ୍ଧୁକଧାରୀ ପୋଲିସ ପରେଡରେ ଅଂଶଗ୍ରହଣ କରିବେ

କେନ୍ୟୁଜ୍(ବ୍ୟୁରୋ):  ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି କମିଶନରେଟ ପୋଲିସ । ଲୋୟର ପିଏମଜିରେ ଅନୁଷ୍ଠିତ ହେବ ସାଧାରଣତନ୍ତ୍ର ଉତ୍ସବ । କେବଳ ବନ୍ଧୁକଧାରୀ ପୋଲିସ ପରେଡରେ ଅଂଶଗ୍ରହଣ କରିବେ। ସ୍କୁଲ ଛାତ୍ରଛାତ୍ରୀ କିମ୍ବା ଏନସିସି କ୍ୟାଡେଟ ମାନେ ପରେଡରେ ଭାଗ ନେଇପାରିବ ନାହିଁ ।

ଉତ୍ସବରେ କୌଣସି ସାଂସ୍କୃତିକ କାଯ୍ୟର୍କ୍ରମ ହେବ ନାହିଁ ବୋଲି ସୂଚନା ଦେଇଛନ୍ତି ପୋଲିସ କମିଶନର। ସେହିଭଳି ଜନସାଧାରଣଙ୍କ ପାଇଁ ରହିଛି କଟକଣା। ଗାନ୍ଧୀମାର୍ଗରେ ଉତ୍ସବ ଦେଖିବା ପାଇଁ ଦର୍ଶକଙ୍କୁ ଅନୁମତି ଦିଆଯିବ ନାହିଁ । ରାଜ୍ୟ ସରକାରଙ୍କ କୋଭିଡ ଗାଇଡଲାଇନ୍‌ ଅନୁସାରେ ଉତ୍ସବ ପାଳନ ହେବ ବୋଲି କହିଛନ୍ତି ପୋଲିସ କମିଶନର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.