କାମ କଲା ବେଳେ ଛାତରୁ ଖସି ପଡ଼ି ଶ୍ରମିକର ମୃତ୍ୟୁ

ଯାଜପୁର ଟାଉନ୍ : ଛତରୁ ଖସି ଶ୍ରମିକର ମୃତ୍ୟୁ । ଯାଜପୁର ଜିଲ୍ଲା କୁଆଖିଆ ଥାନା ନରସିଂହପୁର ଗାଁରେ ଅଘଟଣ । ଗାଁର ସୁଶାନ୍ତ ପାତ୍ରଙ୍କ ଘର କାମ କରୁଥିବା ଶ୍ରମିକ ଛାତରୁ ଖସିପଡି ମୃତ୍ୟୁବରଣ କରିଥିବା ଜଣାପଡିଛି । ମୃତକ ହେଲେ ଗୌରଶ୍ୟାମ ପାଟଣା ଗାଁର ବାବୁଲି ସାହୁ । ବାବୁଲି ଛାତ ଉପରେ କାମ କରୁଥିବା ବେଳେ ଅସାବଧନତା ବଶତଃ ତଳକୁ ଖସି ପଡିଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ଯାଜପୁର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.