Below header

ଭାଇରାଲ୍‌ ହେଉଛି ସଲମାନଙ୍କ ରେସିପି ଭିଡିଓ, ଆପଣ ବି ଦେଖନ୍ତୁ କେମିତି ଝଟପଟ କରୁଛନ୍ତି ଆଚାର ପ୍ରସ୍ତୁତ

ସଲମାନ ଖାନ୍‌ ସବୁ ଗୁଣରେ ପାରଙ୍ଗମ, ଏହା ସମସ୍ତେ ଜାଣନ୍ତି। ସେ ଜଣେ ବହୁତ ଭଲ ଆକ୍ଟର ହେବା ସହିତ ଭଲ ସିଙ୍ଗର ମଧ୍ୟ। କେବଳ ଏତିକି ନୁହେଁ ସେ କାହାଣୀ ରାଇଟର ସହିତ ପ୍ରଡ୍ୟୁସର ମଧ୍ୟ। ଜଣେ ବହୁତ ଭଲ ବିଜନେସ୍‌ ମ୍ୟାନ ବି। ଏନଜିଓ ବି ଚଲାଉଛନ୍ତି। ତେବେ ଏହି ସବୁ ଭିତରେ ଆଉ ଏକ କଥା ଅଛି ଖୋଲାଖୋଲି ବାହାରକୁ ଆସିଯାଇଛି ତାହା ହେଉଛି ସେ ଜଣେ ସାନଦାର୍‌ ସେଫ।

କିଛି ଦିନ ପୂର୍ବରୁ ତାଙ୍କ ଅନସ୍କ୍ରିନ୍‌ ମାଆ ରହିଥିବା ବିନା କାକ୍‌ ତାଙ୍କର ଏହି ଟ୍ୟାଲେଣ୍ଟକୁ ସମସ୍ତଙ୍କ ନଜରକୁ ଆଣିଛନ୍ତି। କିଛି ଦିନ ପୂର୍ବରୁ ବିନା କାକ ସଲମାନ୍‌ ଖାନଙ୍କ ଏକ ଭିଡିଓକୁ ସେୟାର କରିଥିଲେ, ଯେଉଁଥିରେ ସେ ଏକ ଡିସ୍‌ ବନାଉଥିବା ଦେଖିବାକୁ ମିଳିଥିଲା। ଏହି ଭିଡିଓରେ ସେ କଞ୍ଚା ପିଆଜର ଆଚାର ବନାଉଥିବା ଦେଖିବାକୁ ମିଳୁଛି।

 

View this post on Instagram

 

A post shared by Bina Kak (@kakbina)


ସଲମାନ୍‌ ଖାନଙ୍କ ‘ମେନେ ପ୍ୟାର କ୍ୟୁଁ କିଆ’ରେ ତାଙ୍କ ମମ୍ମି ଭୂମିକାରେ ଅଭିନୟ କରିଥିବା ଆକ୍ଟ୍ରେସ ବିନା କାକ୍‌ ଭାଇଜାନଙ୍କ ଭିଡିଓକୁ ସେୟାର କରିଛନ୍ତି। ତେବେ ଏହି ଭିଡିଓରେ ବି ଦେଖିବାକୁ ମିଳୁଛି ଯେ ସଲମାନ୍‌ ମାତ୍ର କିଛି ସେକେଣ୍ଡ ଭିତରେ ପିଆଜ ଆଚାର ପ୍ରସ୍ତୁତ କରିଦେଉଛନ୍ତି।

ଏଥିରେ ସେ ୨୫୦ ଗ୍ରାମ ପିଆଜ, ଏକ ଚାମଚ ପାନମଧୁରୀ, ଏକ ଚାମଚ କଳା ଜୀରା, ଲୁଣ ସ୍ୱାଦାନୁସାରେ ଏବଂ ଦୁଇ ଚାମଚ ସୋରିଷ ତେଲ ପକାଇଛନ୍ତି। ଏହାକୁ ଭଲଭାବେ ଚାମଚରେ ମିଶାଇ ସେ ଏହାକୁ ବନାଇ ନିଜେ ଚାଖି ବି ଦେଉଛନ୍ତି। ତେବେ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.