Below header

ଆଦିତ୍ୟ ଦାସ ମୃତ୍ୟୁ ମାମଲା: ବିଦ୍ୟାଶ୍ରୀ ଓ ବାପା ମାଙ୍କ ପକ୍ଷରୁ ରୁଜୁ ମାମଲାରେ ଷ୍ଟାଟସ ରିପୋର୍ଟ ଦାଖଲ ପାଇଁ ସମୟ ନେଲା କ୍ରାଇମବ୍ରାଞ୍ଚ

କେନ୍ୟୁଜ୍(ବ୍ୟୁରୋ):  ମାନବ ପ୍ରେମୀ ଆଦିତ୍ୟ ଦାସ ମୃତ୍ୟୁ ମାମଲାର ବିଚାର ବିଭାଗୀୟ ତଦନ୍ତ ଆବେଦନ କରି ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀ ଓ ବାପା ମାଙ୍କ ପକ୍ଷରୁ ରୁଜୁ ମାମଲାରେ ଷ୍ଟାଟସ ରିପୋର୍ଟ ଦାଖଲ କରିବାକୁ ସମୟ ନେଲା ଓଡିଶା କ୍ରାଇମବ୍ରାଞ୍ଚ। ପ୍ରଥମେ ରେଳବାଇ ପୋଲିସ ଓ ପରେ କ୍ରାଇମବ୍ରାଞ୍ଚ ଆଦିତ୍ୟ ଦାସଙ୍କ ମୃତ୍ୟୁ ମାମଲାର ତଦନ୍ତ କରୁଥିବାବେଳେ ତଦନ୍ତକାରୀ ସଂସ୍ଥା କ୍ରାଇମବ୍ରାଞ୍ଚ ଅପଡେଟ୍‌ ଷ୍ଟାଟସ ରିପୋର୍ଟ ଦେବାକୁ ପୂର୍ବ ଶୁଣାଣି ବେଳେ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ।

ତେବେ ଷ୍ଟାଟସ ରିପୋର୍ଟ କ୍ରାଇମବ୍ରାଞ୍ଚ ଓକିଲଙ୍କ ନିକଟରେ ପହଁଚି ସାରିଥିବା କିନ୍ତୁ ସମୟ ଅଭାବରୁ ଏହା ଅଦାଲତରେ ଦାଖଲ ହୋଇପାରି ନଥିବା ହାଇକୋର୍ଟଙ୍କୁ ଅବଗତ କରିଥିଲେ କ୍ରାଇମବ୍ରାଞ୍ଚ ଓକିଲ। ତେବେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୧୧ ତାରିଖରେ ହେବ । ଏହାମଧ୍ୟରେ କ୍ରାଇମବ୍ରାଞ୍ଚ ଅପଡେଟ୍‌ ଷ୍ଟାଟସ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.