Below header

ଗୋଟିଏ ମେସେଜ ପାଇଁ ଆଉ ଖୋଜିବାକୁ ପଡ଼ିବନି ପୂରା ଇନବକ୍ସ, ଅନେକ ଦିନ ପରେ ମେସେଜରେ ଆସିଲା ନୂଆ ଅପଡେଟ

ଗୁଗୁଲ୍ ଏହାର ଆଣ୍ଡ୍ରଏଡ୍ ମେସେଜିଂ ଆପ୍ ଗୁଗୁଲ୍ ମେସେଜ୍ ର ଏକ ନୂଆ ଅପଡେଟ ଜାରି କରିଛି । ନୂଆ ଅପଡେଟ ପରେ ମେସେଜଗୁଡ଼ିକୁ କାଟାଗୋରିରେ ବିଭକ୍ତ କରାଯିବ । ଉଦାହରଣ ସ୍ୱରୂପ OTP ବାଲା ସମସ୍ତ ମେସେଜ ଗୋଟିଏ ସ୍ଥାନରେ ଏବଂ ଟ୍ରାଞ୍ଜାକ୍ସନ ମେସେଜ ଗୋଟିଏ ଜାଗାରେ ଦେଖାଯିବ । ଗୁଗୁଲ୍ ଏହି ମେସେଜିଂ ଫିଚର କୁ ଦୀର୍ଘ ସମୟ ଧରି ଟେଷ୍ଟିଙ୍ଗ କରୁଥିଲା ଏବଂ ବର୍ତ୍ତମାନ ଅନେକ ଉପଭୋକ୍ତା ନୂଆ ଅପଡେଟ ପାଇଛନ୍ତି । ସୂଚନା ଅନୁଯାୟୀ ଏହି ଫିଚର ପ୍ରଥମେ ସାମସଙ୍ଗ ଦ୍ୱାରା ଜାରି କରାଯାଇଥିଲା । ଏହା ପରେ, ଏହି ଫିଚର iOS 14ରେ ମଧ୍ୟ ଉପଲବ୍ଧ ।

ନୂଆ ଅପଡେଟ ପରେ, ଆଣ୍ଡ୍ରଏଡ୍ ମେସେଜିଂ ଆପ୍ ପର୍ସନାଲ, ଟ୍ରାଞ୍ଜାକ୍ସନ, OTP, ଅଫର୍ ଏବଂ ଟ୍ରାଭେଲ୍ ଭଳି ଅନେକ କାଟାଗୋରିରେ ମିଳିବ । ଯଦିଓ ନୂଆ ଅପଡେଟ ପରେ ମଧ୍ୟ ଏହି ଫିଚର ମେସେଜିଂ ଆପରେ ଡିଫଲ୍ଟ ଭାବରେ ଅନ ରହିବ ନାହିଁ । ମେନୁ ସେଟିଂରୁ ଆପଣ ଗୁଗୁଲ୍ ମେସେଜ୍ ଆପ୍ ରେ ଏହାକୁ ଅନ୍ ଏବଂ ଅଫ୍ କରିପାରିବେ । ରିପୋର୍ଟ ଅନୁଯାୟୀ, ଅପଡେଟ୍ ପରେ ଗୁଗୁଲ୍ ମେସେଜ୍ ଆପ୍ ର ସବୁଠାରୁ ଉପରେ କାଟାଗୋରିରେ ମେନୁ ଦେଖାଯିବ । ଯଦିଓ ୟୁଜର୍ସମାନଙ୍କ ପାଖରେ କାଟାଗୋରି ବଦଳାଇବାର ସୁବିଧା ମଧ୍ୟ ରହିବ । ଏବେ ଆସନ୍ତୁ ଜାଣିବା ନୂଆ ଅପଡେଟର ଲାଭ କ’ଣ ହେବ ?

Google Messages Testing Categories for Better SMS Filtering: Reports | Technology News

ଫୋନରେ ସବୁଠାରୁ ଦ୍ୱନ୍ଦ୍ୱପୂର୍ଣ୍ଣ ଆପ ହେଉଛି ମେସେଜିଂ ଆପ୍, କାରଣ ଆପଣଙ୍କର ଅନ୍ୟ ଆପ୍ ଉପରେ କଣ୍ଟ୍ରୋଲ ଥାଏ କିନ୍ତୁ ମେସେଜିଂ ଉପରେ ନୁହେଁ । ମେସେଜ୍ ଆପ୍ ପ୍ରତିଦିନ ମାର୍କେଟିଂ ଠାରୁ ଆରମ୍ଭ କରି ରିଚାର୍ଜ ଏବଂ ଟ୍ରାଞ୍ଜାକ୍ସନ ପର୍ଯ୍ୟନ୍ତ ସମସ୍ତ ପ୍ରକାରର ମେସେଜ ଆସିଥାଏ । ନୂଆ ଅପଡେଟ ପରେ ଗୋଟିଏ ପ୍ରକାରର ମେସେଜ ଗୋଟିଏ ଫୋଲ୍ଡରରେ ଦେଖାଯିବ । ଏହାର ଲାଭ ହେଉଛି ଏକ ମେସେଜ୍ ଦେଖିବାକୁ ଆପଣଙ୍କୁ ସମସ୍ତ ମେସେଜ୍ ଚେକ କରିବାକୁ ପଡ଼ିବ ନାହିଁ । ଉଦାହରଣ ସ୍ୱରୂପ, ଯଦି ଆପଣ କୌଣସି ଟ୍ରାଞ୍ଜାକ୍ସନର ମେସେଜ ଦେଖିବାକୁ ଚାହାଁନ୍ତି, ତେବେ ଆପଣ ସିଧାସଳଖ ଟ୍ରାଞ୍ଜାକ୍ସନ କାଟାଗୋରି ଉପରେ କ୍ଲିକ୍ କରିପାରିବେ ଏବଂ ଏକକାଳୀନ ସମସ୍ତ ଟ୍ରାଞ୍ଜାକ୍ସନ ମେସେଜ ଦେଖିପାରିବେ ।

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.