ମାଲକାନଗିରି: ପୋଲିସ ଓ ବିଏସଏଫର ମିଳିତ ଅପରେସନରେ ବଡ ଧରଣର ମାଓ କ୍ୟାମ୍ପ ଠାବ

ମାଲକାନଗିରି(କେନ୍ୟୁଜ୍):  ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳରେ ପୋଲିସକୁ ବଡ଼ ସଫଳତା। ମାଲକାନଗିରି ପୋଲିସ ଓ ବିଏସଏଫର ମିଳିତ ଅପରେସନରେ ବଡ ଧରଣର ମାଓ କ୍ୟାମ୍ପ ଠାବ। ଗୋରାସେତୁ ନିକଟରୁ ଦୁଇଟି ଏସଏଲଆର ବନ୍ଧୁକ, ଗୋଟିଏ ଥ୍ରୀନଟ୍‌ ଥ୍ରୀ ବନ୍ଧୁକ, ତିନିଟି ଏସଏଲଆର ମାଗାଜିନ, ୯ଟି ଜୀବନ୍ତ ଗୁଳି, ବିପୁଳ ପରିମାଣର ବିସ୍ଫୋରକ ଏବଂ ମାଓ ବ୍ୟବହୃତ ସାମଗ୍ରୀ, ମାଓ ପୁସ୍ତିକା ଜବତ ହୋଇଛି। ଏହାସହ ସିନ୍ଧିପୁଟ ରାସ୍ତାରୁ ଲ୍ୟାଣ୍ଡମାଇନ ମଧ୍ୟ ଉଦ୍ଧାର ହୋଇଛି।

ମାଓବାଦୀମାନେ କୌଣସି ବଡ଼ ଧରଣର ଅଘଟଣ ଘଟାଇବାକୁ ଯୋଜନା କରୁଥିବା ବେଳେ ପୋଲିସ ଓ ବିଏସଏଫ ଏହାକୁ ପଣ୍ଡ କରିଛି । ଏହି ସଫଳତାରେ ପୋଲିସ ଡିଜି ଟ୍ଵିଟ ମାଧ୍ୟମରେ ଶୁଭେଚ୍ଛା ଜଣାଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.