Below header

ଡିସେମ୍ବର ୫ରେ ପଦ୍ମପୁର ଉପନିର୍ବାଚନ, ପ୍ରକାଶ ପାଇଲା ବିଜ୍ଞପ୍ତି

ପଦ୍ମପୁର(କେନ୍ୟୁଜ୍): ଘୋଷଣା ହେଲା ପଦ୍ମପୁର ଉପନିର୍ବାଚନ ତାରିଖ । ଡିସେମ୍ବର ୫ ତାରିଖରେ ପଦ୍ମପୁର ଉପନିର୍ବାଚନ ପାଇଁ ଭୋଟ୍‌ ନିଆଯିବ । ଏନେଇ ନିର୍ବାଚନ କମିଶନଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି ।

ବିଜୟ ରଞ୍ଜନ ସିଂ ବରିହାଙ୍କ ଦେହାନ୍ତ ପରେ ପଦ୍ମପୁର ଆସନ ଖାଲି ପଡ଼ିଛି । ଏଥିପାଇଁ ଆସନ୍ତା ୧୦ ତାରିଖରେ ବାହାରିବ ବିଧିବଦ୍ଧ ବିଜ୍ଞପ୍ତି । ନାମାଙ୍କନର ଶେଷ ତାରିଖ ନଭେମ୍ବର ୧୭ । ୧୮ ତାରିଖରେ ପ୍ରାର୍ଥିପତ୍ର ଯାଞ୍ଚ ହେବ । ନଭେମ୍ବର ୨୧ ତାରିଖ ପ୍ରାର୍ଥିପତ୍ର ପ୍ରତ୍ୟାହରର ଶେଷ ତାରିଖ । ଡିସେମ୍ବର ୮ରେ ଭୋଟିଂ ପରେ ୮ ତାରିଖରେ ଗଣତି କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.