ଟ୍ଵିଟରେ ମୁଖ୍ୟମନ୍ତ୍ରୀ ନବୀନଙ୍କୁ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା , ନବୀନଙ୍କୁ ସମଭାବାପନ୍ନ କହିଲେ ଅମରିନ୍ଦର ସିଂହ

ପଞ୍ଜାବ(କେନ୍ୟୁଜ୍) : ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହଙ୍କ ମୁଖ୍ୟମନ୍ତ୍ରୀ ନବୀନଙ୍କୁ ପ୍ରଶଂସା। ନବୀନଙ୍କ ଉଦ୍ଦେଶ୍ୟରେ ଟ୍ଵିଟ କରିଛନ୍ତି ଅମରିନ୍ଦର। ବିଧାନ ସଭା ଠାରୁ ସଂସଦ ଯାଏ ୩୩ପ୍ରତିଶତ ମହିଳାଙ୍କ ସ୍ଥାନ ସଂରକ୍ଷଣ ଟ୍ଵିଟର ଉତ୍ତର ରଖିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ। ନବୀନଙ୍କୁ ସମଭାବାପନ୍ନ କହିଛନ୍ତି। ପଞ୍ଚାୟତ ଠାରୁ ପୌରପାଳିକା ଯାଏ ମହିଳାଙ୍କ ପାଇଁ ୫୦ପ୍ରତିଶତ ସ୍ଥାନ ସଂରକ୍ଷଣ ନେଇ ପଞ୍ଜାବ ବିଧାନସଭାରେ ମଧ୍ୟ ସଂକଳ୍ପ ପାରିତ ହୋଇଛି। ପଞ୍ଜାବ ସରକାର ମଧ୍ୟ ମହିଲା ସଶକ୍ତିକରଣ ପାଇଁ ପ୍ରତିଶ୍ରୁତିବଦ୍ଧ। ଡିସେମ୍ବର ୬ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଳା ସଂରକ୍ଷଣରେ ସମର୍ଥନ ନେଇ ସମସ୍ତ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଥିଲେ। ଚିଠିର ଉତ୍ତରରେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.