Below header

ପାରଳାଖେମୁଣ୍ଡି ମହାରାଜାଙ୍କ ୭୮ ବର୍ଷ ବୟସରେ ପରଲୋକ, ଶୋକସନ୍ତପ୍ତ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ସମବେଦନା

ଭୁବନେଶ୍ୱର: ପରଲୋକରେ ପାରଳା ଗଜପତି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ୭୮ ବର୍ଷ ବୟସରେ ଗୋପୀନାଥ ଗଜପତିଙ୍କ ଦେହାନ୍ତ । ଦୀର୍ଘ ବର୍ଷ ଧରି ଅସୁସ୍ଥ ଥିଲେ ଗଜପତି। ଆଜି ଭୋର ୪ଟାରେ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ୧୯୪୩ ମସିହାରେ ଜନ୍ମଗ୍ରହଣ କରିଥିବା ଗଜପତି ଚେନ୍ନାଇରେ ମେକାନିକାଲ ଇଞ୍ଜିନିୟର ଭାବେ କାର୍ଯ୍ୟ କରିଥିଲେ। ତେବେ ୧୯୭୪ରେ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଦେହାନ୍ତ ପରେ ସେ ସିଂହାସନ ଆରୋହଣ କରିଥିଲେ। ପରେ ନବମ ଓ ଦଶମ ଲୋକସଭା ନିର୍ବାଚନରେ ବ୍ରହ୍ମପୁର ଲୋକସଭା ଆସନରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ।

୧୯୮୯ରୁ ୧୯୯୧ ଓ ୧୯୯୧ ରୁ ୧୯୯୬ ଭାବେ ସେ ସାଂସଦ ଭାବେ ଲୋକଙ୍କ ସେବା କରିଥିଲେ। ୨୦୧୬ରେ ଅସୁସ୍ଥ ହୋଇପଡ଼ିବା ପରେ ପ୍ରଥମେ ତାଙ୍କୁ ଚେନ୍ନାଇ ଓ ପରେ ଭୁବନେଶ୍ୱରରେ ଚିକିତ୍ସା କରାଯାଉଥିଲା। ବହୁ ବିଶିଷ୍ଟ ବ୍ୟକ୍ତି ହସ୍‌ପିଟାଲରେ ପହଞ୍ଚି ପାରଳା ମହାରାଜାଙ୍କ ଶେଷ ଦର୍ଶନ କରିଛନ୍ତି। ତେବେ ମହାରାଜାଙ୍କ ଦେହାନ୍ତରେ ଗଭୀର ଶୋକପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଶୋକସନ୍ତପ୍ତ ପରିବାରକୁ ମୁଖ୍ୟମନ୍ତ୍ରୀ ସମବେଦନା ଜଣାଇଛନ୍ତି। ତାଙ୍କ ମୃତ୍ୟୁ ରାଜ୍ୟ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ନବୀନ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.