Below header

ପାଟକୁରା ବିଧାନସଭା ନିର୍ବାଚନ ପାଇଁ ଆରମ୍ଭ ହୋଇଯାଇଛି ଭୋଟ ଗ୍ରହଣ

ପାଟକୁରା(କେନ୍ୟୁଜ୍): ପାଟକୁରା ବିଧାନସଭା ନିର୍ବାଚନ ପାଇଁ ଚାଲିଛି ଭୋଟ ଗ୍ରହଣ । ସକାଳ ୭ଟାରୁ ଆରମ୍ଭ ହୋଇଥିବା ମତଦାନ ପ୍ରକ୍ରିୟା ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ । ମୈଦାନରେ ଅଛନ୍ତି ୧୦ ଜଣ ପ୍ରାର୍ଥୀ । ଏମାନଙ୍କ ଭିତରେ ଅଛନ୍ତି ୯ ଜଣ ପୁରୁଷ ଓ ଜଣେ ମହିଳା ପ୍ରାର୍ଥୀ । ଏମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ୨ ଲକ୍ଷ ୪୪ ହଜାର ୭୪୭ ଭୋଟର । ଏମାନଙ୍କ ଭିତରେ ଅଛନ୍ତି ୧ ଲକ୍ଷ ୨୭ ହଜାର ୪୩୧ ପୁରୁଷ ଓ ୧ ଲକ୍ଷ ୧୭ ହଜାର ୩୦୬ ମହିଳା ଭୋଟର । ଭୋଟ ପାଇଁ ପାଟକୁରାରେ ମୋଟ୍‌ ୩୦୯ଟି ପୋଲିଂ ଷ୍ଟେସନ କରାଯାଇଛି । ଏହା ଭିତରୁ ୨୩୫ଟି ବୁଥ୍‌ ସମ୍ବେଦନଶୀଳ ଚିହ୍ନଟ ହୋଇଛି । ସୁରକ୍ଷା ବ୍ୟବସ୍ଥାକୁ ବି କଡ଼ାକଡ଼ି କରାଯାଇଛି । ୬୪ଟି ବୁଥରେ ମୁତୟନ ହୋଇଛନ୍ତି କେନ୍ଦ୍ରୀୟ ସୁୁରକ୍ଷା ବଳ । ୪୦ଟି ବୁଥରେ ସିସିଟିଭି ଓ ୩୧ଟି ବୁଥରେ ୱେବ କାଷ୍ଟିଂ କରାଯାଉଥିବା ବେଳେ ୫୨ ଜଣ ମାଇକ୍ରୋ ଅବଜରଭର ରହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.