ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ଘଟଣାରେ ରିମାରାଣୀଙ୍କ ସାକ୍ଷ୍ୟ ଗ୍ରହଣ

ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ଘଟଣାରେ ରିମାରାଣୀଙ୍କ ସାକ୍ଷ୍ୟ ଗ୍ରହଣ। ମୃତ ସୌମ୍ୟଶେଖରଙ୍କ ସ୍ତ୍ରୀ ରିମାରାଣୀ ସାକ୍ଷ୍ୟ ଦେବା ପାଇଁ ପାଟଣାଗଡ଼ ଜିଲ୍ଲା ଦୌରାଜଜଙ୍କ କୋର୍ଟ ହାଜର ହୋଇଛନ୍ତି । ଗତ ୭ ତାରିଖରେ ମଧ୍ୟ କୋର୍ଟରେ ହାଜର ହୋଇଥିଲେ ରିମାରାଣୀ । ହେଲେ ଅସୁସ୍ଥତା ଅନୁଭବ କରିବାରୁ ସାକ୍ଷ୍ୟ ଗ୍ରହଣ ସ୍ଥଗିତ ରହିଥିଲା ।

ପାଟଣାଗଡ଼(କେନ୍ୟୁଜ): ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ଘଟଣାରେ ରିମାରାଣୀଙ୍କ ସାକ୍ଷ୍ୟ ଗ୍ରହଣ । ମୃତ ସୌମ୍ୟଶେଖରଙ୍କ ସ୍ତ୍ରୀ ରିମାରାଣୀ ସାକ୍ଷ୍ୟ ଦେବା ପାଇଁ ପାଟଣାଗଡ଼ ଜିଲ୍ଲା ଦୌରାଜଜଙ୍କ କୋର୍ଟ ହାଜର ହୋଇଛନ୍ତି । ଗତ ୭ ତାରିଖରେ ମଧ୍ୟ କୋର୍ଟରେ ହାଜର ହୋଇଥିଲେ ରିମାରାଣୀ । ହେଲେ ଅସୁସ୍ଥତା ଅନୁଭବ କରିବାରୁ ସାକ୍ଷ୍ୟ ଗ୍ରହଣ ସ୍ଥଗିତ ରହିଥିଲା ।

ବିସ୍ପୋରଣରେ ସୌମ୍ୟଶେଖର ଓ ତାଙ୍କ ଜେଜେମା ମୃତ୍ୟୁ ହୋଇଥିବା ବେଳେ ରିମାରାଣୀଙ୍କ ଶରୀରର ୭୦ ପ୍ରତିଶତ ପୋଡ଼ିଯାଇଥିଲା । ପାର୍ସଲ ବୋମା ଘଟଣାର ମୁଖ୍ୟଅଭିଯୁକ୍ତ କୁହାଯାଉଥିବା ପୁଞ୍ଜିଲାଲ ମେହେର ବଲାଙ୍ଗିର ଜେଲରେ ବିଚରାଧୀନ କଏଦୀ ଭାବରେ ରହିଥିବା ବେଳେ ପାଟଣାଗଡ଼ ଜିଲ୍ଲା ଦୌରାଜଜଙ୍କ କୋର୍ଟରେ ଚାଲିଛି ବିଚାର । ୬୮ ଜଣ ସାକ୍ଷୀ ଙ୍କ ମଧ୍ୟରୁ ରିମାରାଣୀ ହେଉଛନ୍ତି ୫୧ ନଂ ସାକ୍ଷୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.