Below header

ରୋଜଗାର ମେଳା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧ ଲକ୍ଷରୁ ଅଧିକ ଯୁବକଙ୍କୁ ଦେଲେ ସରକାରୀ ଚାକିରି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ରୋଜଗାର ମେଳା ମାଧ୍ୟମରେ ୧ ଲକ୍ଷରୁ ଅଧିକ ଯୁବକଙ୍କୁ ସରକାରୀ ଚାକିରିର ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି । ଏହି ଯୁବକମାନଙ୍କୁ ସରକାରୀ ବିଭାଗ ଏବଂ ସଂଗଠନରେ ନିଯୁକ୍ତି ଦିଆଯିବ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ରୋଜଗାର ମେଳା ମାଧ୍ୟମରେ ୧ ଲକ୍ଷରୁ ଅଧିକ ଯୁବକଙ୍କୁ ସରକାରୀ ଚାକିରିର ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି । ଏହି ଯୁବକମାନଙ୍କୁ ସରକାରୀ ବିଭାଗ ଏବଂ ସଂଗଠନରେ ନିଯୁକ୍ତି ଦିଆଯିବ । କହି ରଖୁଛୁ ଯେ ପ୍ରଧାନମନ୍ତ୍ରୀ ମୋଦି ସମସ୍ତ ଯୁବକଙ୍କୁ ଭର୍ଚୁଆଲ ଭାବରେ ସମ୍ବୋଧିତ କରିଥିଲେ । ଲୋକସଭା ନିର୍ବାଚନ ପୂର୍ବରୁ ଏହା ହେଉଛି ଦ୍ୱାଦଶ ତଥା ଶେଷ ରୋଜଗାର ମେଳା ।

ରୋଜଗାର ମେଳାରେ ଯେଉଁମାନଙ୍କୁ ନିଯୁକ୍ତି ପତ୍ର ବଣ୍ଟାଯାଉଛି, ସେମାନଙ୍କୁ କେନ୍ଦ୍ର ସରକାରୀ ବିଭାଗ ଏବଂ ରାଜ୍ୟ ସରକାର / କେନ୍ଦ୍ରଶାସିତ ଅଞ୍ଚଳରେ ନିଯୁକ୍ତି ଦିଆଯାଉଛି । ଏହି ଯୁବକମାନଙ୍କୁ ରାଜସ୍ୱ ବିଭାଗ, ଗୃହ ମନ୍ତ୍ରଣାଳୟ, ଉଚ୍ଚଶିକ୍ଷା ବିଭାଗ, ପରମାଣୁ ଶକ୍ତି ବିଭାଗ, ପ୍ରତିରକ୍ଷା ମନ୍ତ୍ରଣାଳୟ, ଆର୍ଥିକ ସେବା ବିଭାଗ, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ, ଜନଜାତି ବ୍ୟାପାର ମନ୍ତ୍ରଣାଳୟ ଏବଂ ରେଳ ମନ୍ତ୍ରଣାଳୟରେ ସେବା ଦେବା ପାଇଁ ପଠାଯିବ ।

ନିଜ ସମ୍ବୋଧନରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜି ୧ ଲକ୍ଷରୁ ଅଧିକ ଯୁବକଙ୍କୁ ସରକାରୀ ଚାକିରି ପାଇଁ ନିଯୁକ୍ତି ପତ୍ର ଦିଆଯାଇଛି । ଆପଣଙ୍କୁ ଏବଂ ଆପଣଙ୍କ ପରିବାରକୁ ବହୁତ ଅଭିନନ୍ଦନ ଜଣାଉଛି । ସେ ଆହୁରି ମଧ୍ୟ କହିିଥିଲେ, ଆଜି ପ୍ରତ୍ୟେକ ଯୁବକ ଜାଣନ୍ତି ଯେ ଯଦି ସେମାନେ କଠିନ ପରିଶ୍ରମ କରନ୍ତି, ତେବେ ନିଜ ପାଇଁ ସ୍ଥାନ ସୃଷ୍ଟି କରିପାରିବେ ।

ରୋଜଗାର ମେଳା ୨୦୨୨ ଅକ୍ଟୋବର ୨୨ରୁ ଆରମ୍ଭ ହୋଇଥିଲା । ପ୍ରଧାନମନ୍ତ୍ରୀ ମୋଦି ୧୦ ଲକ୍ଷ ସରକାରୀ ଚାକିରି ଯୋଗାଇଦେବା ଲକ୍ଷ୍ୟରେ ଏହି ଅଭିଯାନ ଉଦଘାଟନ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.