Below header

ଅଧାରେ ରହିଗଲା ଫଟୋ ସାମ୍ବାଦିକ ଦାନିଶ ସିଦ୍ଦିକିଙ୍କ ପ୍ରତଶୃତି, ଘଞ୍ଚ ଜଙ୍ଗଲ ଘେରା କୋରାପୁଟର ରିନାଙ୍କୁ ଦେଇଥିଲେ ଏଇ କଥା

ଜୟପୁର(କେନ୍ଯୁଜ୍): ସୁଦୁର ଆଫଗାନିସ୍ତାନରେ ଚାଲିଗଲା ଜୀବନ । ହେଲେ ପାହାଡି କୋରାପୁଟ ଘଞ୍ଚ ଜଙ୍ଗଲ ଭିତରେ ମୃତକଙ୍କୁ ନେଇ କୋହ ଥମିବାର ନା ଧରୁନି । କାରଣ କିଛି ଫଟୋରେ ଆଉ ପ୍ରତଶୃତିର କଥାରେ ରହିଥିଲା ସମ୍ପର୍କ । ଏ ହେଉଛି ଜଣାଶୁଣା ଆନ୍ତର୍ଜାତୀୟ ଫଟୋ ସାମ୍ବାଦିକ ଦାନିଶଙ୍କ କଥା । ଯାହାର ଗୋଟିଏ ଫଟୋ କୋଟିଏ ଶବ୍ଦର କଥା କୁହେ । ଅନେକ କଥା କୁହା ଫଟୋକୁ ନିଜ କ୍ୟାମେରାରେ କଏଦ୍ କରି ସାରା ବିଶ୍ୱରେ ଚର୍ଚ୍ଚିତ ଥିଲେ ମୁମ୍ବାଇର ଖ୍ୟାତନାମା ଫଟୋ ସାମ୍ବାଦିକ ଦାନିଶ ସିଦ୍ଦିକି।  ଆଫଗାନିସ୍ତାନରେ ତାଲିବାନ ବିରୋଧି ଅପରସେନ୍ ଖବର ସଗ୍ରହ ବେଳେ ଗୁଳିବାଜି ନିହତ ହୋଇଛନ୍ତି ୪୧ ବର୍ଷିୟ ସାମ୍ବାଦିକ ଦାନିଶ । ଯାହାଙ୍କୁ ସାରା ବିଶ୍ବ ଖୋଜୁଛି ହେଲେ ସେଥିରୁ ବାଦ ପଡିନି ବଣ ପାହାଡ଼ ଘେରା ନକ୍ସଲ ଅଧ୍ୟୁଷିତ କୋରାପୁଟର ପେଣ୍ଡାଜାମ ଗାଁ ।

picକୋରାପୁଟର ମାଥାଲପୁଟ ନିକଟ ଅପହଞ୍ଚ ଆଦିବାସୀ ଗାଁ ପେଣ୍ଡାଜାମ । ଏଠାକାର ଜଣେ ଆଶା କର୍ମୀ ହେଉଛନ୍ତି ରିନା ଜାନି। ଆଶ୍ଚର୍ଯ୍ୟର କଥା ରିନା ଜାଣନ୍ତିନି ଦାନିଶ ସିଦ୍ଦିକି କିଏ? ଆଉ କେମିତି ମଲେ ?  ସେ ଏକଥା ବି ଜାଣନ୍ତିନି ଯେ, ଦାନିଶ ଉଠାଇଥିବା ତାଙ୍କର ଫଟୋ ସାରା ଦୁନିଆ ଦେଖିଛି । ଖାଲି ଏତିକି ଜାଣନ୍ତି, ଯେଉଁ ଗାଁକୁ ଠିକ୍‌ରେ ମୋବାଇଲ୍ ନେଟଓ୍ୱର୍କ ବି ଆସେନି, ସେଠାକୁ ଓଡ଼ିଶା ବାହାରୁ ଜଣେ ବାବୁ ଆସି ବଡ଼ କ୍ୟାମେରାରେ ଫଟୋ ଉଠାଇଥିଲେ। ହିନ୍ଦୀ ଓ ଇଂରାଜୀରେ କଥା ହେଉଥିଲେ । ସବୁଠୁ ବଡ କଥା ହେଲା ଦାନିଶ ତାଙ୍କ ଝିଅକୁ ଦେଇଥିଲେ ପ୍ରତିଶୃତି ଯେ, ଦଶମ ପରେ ଆଗକୁ ପାଠପଢ଼ା ପାଇଁ ସେ ସାହାଯ୍ୟ କରିବେ । ହେଲେ ଏବେ ସେ ଆଶା ଆଉ ପୁରଣ ହବନି । କାରଣ ଆଫଗାନିସ୍ତାନ ତାଲିବାନୀ ଗୁଳିରେ ସବୁ ପ୍ରତଶୃତି ଲିଭି ଯାଇଛି।

shotକରୋନା ମହାମାରୀ ବେଳେ ଟିକା କେମିତି କଂପାନୀରୁ ବାହାରି ଶହ ଶହ କିଲୋମିଟର ଯାତ୍ରା କରି ଏକ ଅପହଞ୍ଚ ଇଲାକାରେ ଲୋକଙ୍କ ହାତରେ ଲାଗୁଛି, ତାହାର ପୁରା ଘଟଣାକ୍ରମ କ୍ୟାମେରାରେ କଏଦ କରିବାକୁ ଗତ ଜାନୁଆରୀରେ ପେଣ୍ଡାଜାମ ଆସିଥିଲେ ଦାନିଶ।  ସହଯୋଗୀ ଓଡ଼ିଆ ସାମ୍ବାଦିକ ଯତୀନ ଦାଶଙ୍କ ସହ ଯାଇ କୋରାପୁଟ ସିଡିଏମ୍ଓ ଏବଂ ମାଥାଲପୁଟ ସିଏଚ୍ସି ଡାକ୍ତରଙ୍କୁ ବି ଭେଟିଥିଲେ । ୨ଦିନର ରହଣୀ ଭିତରେ ରିନା ଓ ତାଙ୍କ ପରିବାର ପାଇଁ ସେ ପାଲଟିଯାଇଥିଲେ ଜଣେ ଚିହ୍ନା ଲୋକ । ଆଉ ଏବେ ତାଙ୍କ ଅକାଳ ବିୟୋଗ କଥା ସମସ୍ତଙ୍କୁ ଚକିତ କରିବା ସହ ମର୍ମାହତ କରିଛି ।

photoମୁମ୍ବାଇର ଦାନିଶ ସିଦ୍ଦିକ ଦୀର୍ଘ ୧୦ ବର୍ଷ ଧରି ଅନ୍ତର୍ଜାତୀୟ ଗଣମାଧ୍ୟମ ରୟଟର୍ସ୍ ପାଇଁ କାର୍ଯ୍ୟ କରୁଥିଲେ ଏବଂ ସଂସ୍ଥାର ଇଣ୍ଡିଆ ହେଡ୍ ଥିଲେ । ରୋହିଙ୍ଗ୍ୟା ଶରଣାର୍ଥୀ ସମସ୍ୟା ଠୁ ଆରମ୍ଭ କରି ହକଙ୍ଗ ଆନ୍ଦୋଳନ ଓ ନେପାଳ ଭୂକମ୍ପ ସହ ଭାରତରେ କରୋନାର ବିଭୀଷିକା ଯାଏଁ  ସେ ସବୁ କିଛି ନିଜ କ୍ୟାମେରାରେ କଏଦ୍ କରିଥିଲେ। ତାଙ୍କର ପ୍ରତିଟି ଛବି ଜୀବନ୍ତ ଓ ହୃଦୟସ୍ପର୍ଶୀ ଯାହା ଅନେକ କଥା କୁହେ । ସାମ୍ବାଦିକତା ପାଇଁ ୨୦୧୮ରେ ତାଙ୍କୁ ସମ୍ମାନଜନକ ପୁଲିତଜର ପୁରସ୍କାର ମଧ୍ୟ ମିଳିଥିଲା ।

ହେଲେ ଗତ ଗୁରୁବାର ଆଫଗାନିସ୍ତାନରେ ସ୍ପେଶାଲ ଫୋର୍ସ ସହ ଯୋଡ଼ି ହୋଇ ତାଲିବାନ ବିରୋଧି ଅପରେସନ ଖବର ସଂଗ୍ରହ ବେଳେ ଗୁଳିବାଜି ତାଙ୍କ ମୃତ୍ୟୁ ହୋଇଛି। ହେଲେ କିଏ ଜାଣିଥିଲା ଯେ ତାଙ୍କ କର୍ମମୟ ଜୀବନରେ କୋରାପୁଟ ସହ ମଧ୍ୟ ତାଙ୍କ ନା ଜୋଡି ହୋଇ ଯିବ ବୋଲି । କାହିଁ କେଉଁ ସୁଦୁର ମୁମ୍ବାଇ ରୁ ଆସି ଏଠିକା ପାହାଡି ଲୋକଙ୍କ ସହ ତାଙ୍କ କାମ ଓ କିଛି ପ୍ରତିଶ୍ରୁତି ଦାନିଶ ଙ୍କୁ ଏଇ ପାହାଡି ଲୋକଙ୍କ ଭିତରେ ସବୁଦିନ ପାଇଁ ଜୀବନ୍ତ କରି ରଖିବ ଏଥିରେ ସନ୍ଦେହ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.