ଆଜି ଭାରତ-ଶ୍ରୀଲଙ୍କା ପ୍ରଥମ ଦିନିକିଆ ମ୍ୟାଚ, ଯୁବ ବାହିନୀ ଉପରେ ରହିବ ନଜର

ଶ୍ରୀଲଙ୍କା ଗସ୍ତରେ ଭାରତୀୟ କ୍ରିକେଟ ଟିମ୍ । ଆଜି ଦୁଇ ଦଳ ଭାରତ ଓ ଶ୍ରୀଲଙ୍କା ପ୍ରଥମ ଦିନିକିଆ ମ୍ୟାଚ । କଲମ୍ବୋର ଆର ପ୍ରେମଦାସା ଷ୍ଟାଡିୟମରେ ଆମ୍ନାସାମ୍ନି ହେବେ ଦୁଇ ଦଳ । ଅପରାହ୍ନ ୩ଟାରେ ଆରମ୍ଭ ହେବ ମ୍ୟାଚ ।୧୩ରେ ହେବାକୁ ଥିବା ଏହି ମ୍ୟାଚ୍ କୋଭିଡ୍ କାରଣରୁ ସ୍ଥଗିତ ରହିଥିଲା । ବିରାଟ କୋହଲିଙ୍କ ନେତୃତ୍ବରେ ଭାରତୀୟ ଟେଷ୍ଟ ଦଳ ଇଂଲଣ୍ଡ ଗସ୍ତରେ ଥିବାରୁ ପ୍ରଥମ ଥର ପାଇଁ ଦିନିକିଆ ମ୍ୟାଚ ଅଲଗା ହୋଇ ଖେଳିବାକୁ ପଡୁଛି । ତଥାପି ଶିଖର ଧାୱନଙ୍କ ନେତୃତ୍ବାଧୀନ ଦିନିକିଆ ଟିମରେ ଅନେକ ନବାଗତ ସ୍ଥାନ ପାଇଛନ୍ତି । ନବାଗତଙ୍କୁ ନେଇ ଭାରତୀୟ ଟିମ୍ ପ୍ରଥମ ବିଜୟ ଆଶାରେ ପଡିଆକୁ ଓହ୍ଲାଇବ ।

ଇଂଲଣ୍ଡ ମ୍ୟାଚ ସମୟରେ ଶ୍ରୀଲଙ୍କାର କୁସାଲ ମେଣ୍ଡିଜ୍ ଓ ନିରୋଶାନ ଡ୍ବିକୱାଲା ବାୟୋ ବବଲ୍ସ କାରଣରୁ ନିଲମ୍ବିତ ହୋଇ ଥିବାବେଳେ କୁସାଲ ପେରେରା ଆହତ ହୋଇ ମ୍ୟାଚରୁ ବାଦ୍ ପଡିଛନ୍ତି । ଏ ଦୃଷ୍ଟିରୁ ଭାରତକୁ ମ୍ୟାଚ୍ ଅକ୍ତିଆର କରିବା ପାଇଁ ସହଜ ହେବ ବୋଲି ଆକଳନ କରାଯାଉଛି । ସେପଟେ ଇଂଲଣ୍ଡ ଠାରୁ ପରାସ୍ତ ହୋଇଥିବା ଶ୍ରୀଲଙ୍କା ଟିମ୍ ଅନ୍ୟୁନ ଗୋଟିଏ ମ୍ୟାଚ୍ ଜିତିବା ଲକ୍ଷ୍ୟରେ ଜୋରଦାର୍ ପ୍ରଦର୍ଶନ କରିବ ।ତେବେ ଚାପଶୂନ୍ୟ ଭାରତୀୟ ଯୁବ ଦଳ କିପରି ପ୍ରଦର୍ଶନ କରୁଛି ତାହା ଉପରେ ସମସ୍ତଙ୍କ ନଜର

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.