ଇତିହାସର ସବୁଠାରୁ ଭୟଙ୍କର ‘ଲ୍ୟାବ୍’: ଯେଉଁଠାରେ ଜୀବନ୍ତ ମଣିଷଙ୍କ ଉପରେ ହେଉଥିଲା ଅତ୍ୟାଚାର

‘ୟୁନିଟ୍ ୭୩୧’ ବୋଧହୁଏ ଆପଣ ଏଭଳି ନାଁ ଶୁଣିନଥିବେ, କିନ୍ତୁ ଦ୍ବିତୀୟ ବିଶ୍ବଯୁଦ୍ଧ ବେଳେ ଏହା ବିଶ୍ବର ସବୁଠାରୁ ବିପଦଜନକ ଲାବୋରେଟୋରୀ ଭିତରୁ ଗୋଟିଏ ଥିଲା। ପ୍ରକୃତରେ ଏହା ଜାପାନ ସେନା ଦ୍ବାରା ତିଆରି କରାଯାଇଥିବା ଏକ ଗୁପ୍ତ ଲ୍ୟାବ୍ ଥିଲା, ଯାହାକୁ ଇତିହାସର ସବୁଠାରୁ ଭୟଙ୍କର ଟର୍ଚର ହାଉସ ବୋଲି କୁହାଯାଉଥିଲା। କାରଣ ସେଠାରେ ଜୀବନ୍ତ ମଣିଷଙ୍କୁ ଏଭଳି ବିପଦଜନକ ଲ୍ୟାବ୍‌ରେ ରଖାଯାଉଥିଲା। ଏ ବିଷୟରେ ଜାଣିଲେ ଲୋକଙ୍କର ଆତ୍ମା ଥରିଯିବ। ଏହି ଲ୍ୟାବ୍ ଚୀନ୍‌ର ପିଙ୍ଗକଙ୍ଗ ଜିଲ୍ଲାରେ ଥିଲା, କିନ୍ତୁ ଏହାର ସଞ୍ଚାଳନ ଜାପାନ ସେନା କରୁଥିଲା।

‘ୟୁନିଟ୍ ୭୩୧’କୁ ଜାପାନ ସେନା ଜୈବିକ ହତିଆର ତିଆରି କରିବା ପାଇଁ ବ୍ୟବହାର କରିଥିଲା। ଯାହାଫଳରେ ସେ ନିଜର ଶତ୍ରୁଙ୍କ ଉପରେ ତାକୁ ବ୍ୟବହାର କରିପାରିବ। ସେ ଜୀଅନ୍ତା ମଣିଷର ଶରୀରରେ ବିପଦଜନକ ଭାଇରସ୍ ଓ କେମିକାଲ ପକାଇ ଏହାର ବ୍ୟବହାର କରୁଥିଲେ। ମଣିଷକୁ ଏହି ବିପଦଜନକ ଲ୍ୟାବ୍‌​‌ରେ ଏଭଳି ନିର୍ଯ୍ୟାତନା ଦିଆଯାଉଥିଲା, ଯାହା ବିଷୟରେ ଜାଣିଲେ ଲୋମ ଟାଙ୍କୁରୀ ଉଠିବ। ଚୀନ୍, ଆମେରିକା ଓ ବ୍ରିଟେନ୍ ଭଳି ଦେଶରୁ ଧରାଯାଇଥିବା ଲୋକଙ୍କୁ ଏହି ଲ୍ୟାବ୍‌ରେ ପଶୁଙ୍କ ଭଳି ବ୍ୟବହାର କରାଯାଉଥିଲା। ବହୁ ଲୋକ ଲ୍ୟାବ୍‌ରେ ଟେଷ୍ଟି ବେଳେ ଛଟପଟ ହୋଇ ମରିଛନ୍ତି, ଆଉ ଯେଉଁମାନେ ବଞ୍ଚିଯାଉଥିଲେ ତାଙ୍କୁ ମାରି ଦିଆଯାଉଥିଲା। ବଞ୍ଚି ଯାଉଥିବା ଲୋକଙ୍କୁ ମଧ୍ୟ କଟାକଟି କରି ଜାଣିବାକୁ ଚେଷ୍ଟା କରୁଥିଲେ ସେମାନେ କିପରି ବଞ୍ଚିଯାଉଛନ୍ତି? ଏଭଳି ପ୍ରାୟ ୩୦୦୦ରୁ ଅଧିକ ଲୋକଙ୍କୁ ହତ୍ୟା କରାଯାଇଛି।

‘ୟୁନିଟ୍ ୭୩୧’ ଲ୍ୟାବ୍‌ରେ ଫ୍ରଷ୍ଟବାଇଟ୍ ଟେଷ୍ଟିଂ ନାମକ ବେଳେ ମଣିଷର ହାତ-ପାଦ ପାଣିରେ ବୁଡାଇ ଦିଆଯାଉଥିଲା ଯେଉଁ ପର୍ଯ୍ୟନ୍ତ ତାହା ଜମି ନଯାଏ। ସେ ପର୍ଯ୍ୟନ୍ତ ପାଣିକୁ ଥଣ୍ଡା କରାନଯାଏ। ଏହାପରେ ଜମିଥିବା ହାତ-ପାଦକୁ ଗରମ ପାଣିରେ ତରଳା ଯାଇଥାଏ, ଯାହାଫଳରେ ଜାଣିହେବ ଅଲଗା ଅଲଗା ତାପମାତ୍ରାରେ ମଣିଷ ଶରୀର ଉପରେ କିଭଳି ପ୍ରଭାବ ପଡିଥାଏ। ଏହି ଟେଷ୍ଟିଂ ବେଳେ ଅନେକ ଲୋକଙ୍କର ଜୀବନ ଚାଲି ଯାଉଥିଲା।

ମଣିଷ ଶରୀର ଭିତରେ ବିପଦଜନକ ଭାଇରସ୍ ଦିଆଯିବା ପରେ ଏହାର ପ୍ରଭାବିତ ଅଙ୍ଗକୁ କାଟି ଦିଆଯାଉଥିଲା। ରୋଗ ଆଗକୁ ବ୍ୟାପୁଛି କି ନାହିଁ ତାହା ଦେଖାଯାଉଥିଲା। ଚୀନ୍‌ର ପିଙ୍ଗକଙ୍ଗରେ ଥିବା ‘ୟୁନିଟ୍ ୭୩୧’ ଲ୍ୟାବ୍‌ ବିପଦନକ ଟେଷ୍ଟିଂ କରୁଥିବା ଏକମାତ୍ର ଲ୍ୟାବ୍ ନୁହେଁ। ଚୀନ୍‌ରେ ଏହାର ଅନେକ ଶାଖା ମଧ୍ୟ ଥିଲା, ଯେଉଁଥିରେ ଲିଙ୍କୋଉ(ବ୍ରାଞ୍ଚ ୧୬୨) ,ମୁଡନାଜିୟାଙ୍ଗ(ବ୍ରାଞ୍ଚ ୬୪୩), ସୁନଭୁ(ବ୍ରାଞ୍ଚ ୬୭୩) ଓ ହେଲର (ବ୍ରାଞ୍ଚ ୫୪୩) ରହିଥିଲା। ତେବେ ଦ୍ବିତୀୟ ବିଶ୍ବଯୁଦ୍ଧ ବେଳେ ଏହି ସବୁ ଲ୍ୟାବ୍‌ରେ ବିପଦଜନକ ଟେଷ୍ଟିଂ କାମ ବନ୍ଦ କରି ଦିଆଯାଇଥିଲା।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.