Below header

ଧୂଆଁରେ ଅଣନିଃଶ୍ୱାସୀ ହେଲେଣି ଲୋକେ: ସରକାରୀ ନିୟମକୁ ଫୁ କରି ରାସ୍ତା କଡରେ ଖୋଲିଛି ପିଚୁ ଫ୍ୟାକ୍ଟ୍ରି

ସରକାରୀ ନୀତି ନିୟମକୁ ଫୁ କରି ରାସ୍ତା କଡରେ ଖୋଲିଛି ପିଚୁ ଫ୍ୟାକ୍ଟ୍ରି। ହେଲେ ଫାକ୍ଟ୍ରି ପାଖରେ ରହିଛି କି ପ୍ରଦୂଷଣ ସାର୍ଟିଫିକେଟ? ପ୍ରଦୂଷଣ ବିଭାଗର ନୀତି ନିୟମ ମଧ୍ୟରେ ଚାଲୁଛି ତ ଏହି ଫାକ୍ଟ୍ରି ? ଯାହା କୁହାଯାଉଛି କି,  ବେନିୟମ ଭାବେ ଚାଲିଛି ଏଠି ପିଚୁ ଫାକ୍ଟ୍ରି ।

ମାହାଙ୍ଗା(କେନ୍ୟୁଜ୍): ସରକାରୀ ନୀତି ନିୟମକୁ ଫୁ କରି ରାସ୍ତା କଡରେ ଖୋଲିଛି ପିଚୁ ଫ୍ୟାକ୍ଟ୍ରି। ହେଲେ ଫାକ୍ଟ୍ରି ପାଖରେ ରହିଛି କି ପ୍ରଦୂଷଣ ସାର୍ଟିଫିକେଟ? ପ୍ରଦୂଷଣ ବିଭାଗର ନୀତି ନିୟମ ମଧ୍ୟରେ ଚାଲୁଛି ତ ଏହି ଫାକ୍ଟ୍ରି ? ଯାହା କୁହାଯାଉଛି କି,  ବେନିୟମ ଭାବେ ଚାଲିଛି ଏଠି ପିଚୁ ଫାକ୍ଟ୍ରି । ନିର୍ଗତ କଳା ଧୂଆଁରେ ଅଣ ନିଃଶ୍ୱାସ ହେଉଛନ୍ତି ଅଞ୍ଚଳବାସୀ । ଏପରିକି ନିର୍ଗତ ପିଚୁର କଳା ପାଣି ଅଳିଆ ଆବର୍ଜନାରୁ ଚାଷୀଙ୍କ ଫସଲ ନଷ୍ଟ ହେଉଥିବା ଅଭିଯୋଗ ପରେ ବି ହେଉନି କାର୍ଯ୍ୟାନୁଷ୍ଠାନ । କାହା ଛତ୍ରଛାୟା ତଳେ ଚାଲିଛି ଏହି ଫାକ୍ଟ୍ରି?

ଏମିତି ବେନାମୀ ପିଚୁ ଫାକ୍ଟ୍ରି ଦେଖିବାକୁ ମିଳିଛି କଟକ ଜିଲ୍ଲା ମାହାଙ୍ଗା ବ୍ଲକ ବାସୁଦେବପୁର ପଂଚାୟତ କୋଉଡ଼କୋଲ ଠାରେ । ସାରା ମାହାଙ୍ଗା ଅଞ୍ଚଳର ମୁଖ୍ୟ ରାସ୍ତାର ଦୁରବସ୍ଥା ପାଇଁ ପିଚୁଫାକ୍ଟ୍ରି ହିଁ ଦାୟୀ । ଏହି ପିଚୁ ଫାକ୍ଟ୍ରିରୁ ନିର୍ମିତ ନିମ୍ନ ମାନର ପିଚୁ ଆର୍ ଡି ବିଭାଗ ଠାରୁ ଆର୍ ଆଣ୍ଡ ବି ବିଭାଗ ସମସ୍ତେ ରାସ୍ତାରେ କରୁଛନ୍ତି ବ୍ୟବହାର । ଯାହା ଫଳରେ ଅତି କମ ଦିନରେ ନିର୍ମାଣ ଧୀନରାସ୍ତାରୁ ଉଠି ଯାଉଛି ପିଚୁ। ସୃଷ୍ଟି ହେଉଛି ରାସ୍ତାରେ ଖାଲ ଖମା । ପଥଚାରି ହେଉଛନ୍ତି ହିନସ୍ତା ।

ଅପରପକ୍ଷେ ଏହି ପିଚୁ ଫାକ୍ଟ୍ରିରୁ ନିର୍ଗତ ଧୂଆଁ ଅଞ୍ଚଳକୁ କରୁଛି ପ୍ରଦୂଷଣ କରିବା ସହ ପିଲା ଠାରୁ ବୁଢା ହେଉଛନ୍ତି ରୋଗଗ୍ରସ୍ତ । ଫାକ୍ଟ୍ରିରୁ ନିଷ୍କାସନ ଦୂଷିତ ପାଣି ମଧ୍ୟ ଚାଷୀଙ୍କ ଚାଷଜମି ନଷ୍ଟ କରୁଥିବା ହେଉଛି ଅଭିଯୋଗ । ତେବେ ଦୈତାରୀ ପାରଦୀପ ଜାତୀୟ ରାଜ ପଥରୁ ମାତ୍ର ୨୦୦ ମିଟର ଦୂରରେ ଏହି ଫାକ୍ଟ୍ରି ଥିଲେ ମଧ୍ୟ କିଭଳି ପ୍ରଦୂଷଣ ବିଭାଗ କିମ୍ବା ମାହାଙ୍ଗା ପ୍ରଶାସନ ନଜରକୁ ଆସୁନି ତାହାକୁ ନେଇ ଉଠିଛି ବଡ ପ୍ରଶ୍ନ । ଘଟଣାକୁ ନେଇ ବାରମ୍ବାର ସ୍ଥାନୀୟ ଲୋକେ ସ୍ଥାନୀୟ ପ୍ରତିନିଧି ଠାରୁ ଆରମ୍ଭ କରି ଉଚ୍ଚ ପ୍ରଶାସନିକ ଅଧିକାରୀଙ୍କୁ ଅବଗତ କଲେ ମଧ୍ୟ ହେଉନି କାର୍ଯ୍ୟାନୁଷ୍ଠାନ।

ପ୍ରଦୂଷଣ ବିଭାଗର ନିୟମ ଅନୁଯାୟୀ ଯେଉଁଠି ଫାକ୍ଟ୍ରି ହେବ ସେଠି ଫାକ୍ଟ୍ରି ତରଫରୁ ପର୍ଯ୍ୟାପ୍ତ ଗଛ ଲଗେଇବା କଥା କିନ୍ତୁ ଏଠି ହାତ ଗଣତି କେଇଟା ଗଛ ଲଗାଇ ବସି ପଡିଛନ୍ତି ଫାକ୍ଟ୍ରି ମାଲିକ ଏବଂ ସବୁ ଠାରୁ ବଡ଼ କଥା ହେଲା ଖବର ସଂଗ୍ରହ କରିବା ସମୟରେ ପିଚୁ ଫାକ୍ଟ୍ରି ର କର୍ମଚାରୀ ମାନେ ଗଣମାଧ୍ୟମକୁ ଦୁର୍ବ୍ୟବହାର କରି ବୁମ ଠେଲି ଦେଇଥିଲେ। ଯଦି ପିଚୁ ଫାକ୍ଟ୍ରି ର ନିୟମ ଅନୁଯାୟୀ ଚାଲୁଛି ତାହାଲେ ଫାକ୍ଟ୍ରି ର କର୍ମଚାରୀଙ୍କ ଏତେ ରାଗ କାହିଁକି? ଯେଉଁ ରାସ୍ତାରେ ପିଚୁ ଫାକ୍ଟ୍ରିର ହାଇୱା ବୋଝେଇ ପିଚୁ ଗାଡି ଯାଉଛି ସେହି ରାସ୍ତା ବି କମ୍ ଦିନରେ ଖରାପ ହେଉଛି । ଏ ନେଇ ଆମେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓଡିଶାଙ୍କ ପ୍ରତିକ୍ରିୟା ନେଇଥିଲୁ ସେ କହିଥିଲେ ଏମିତି ଫାକ୍ଟ୍ରି ଉପରେ ଖୁବ ଶୀଘ୍ର କାର୍ଯ୍ୟାନୁଷ୍ଠାନ ନିଆଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.