“ଚାନ୍ନା ମେରେୟା” ଗୀତରେ ପୁଣି ନାଚିଲେ ରଣବୀର, ସୋସିଆଲ ମଡିଆରେ ଭିଡିଓ ହେଉଛି ଭାଇରାଲ

ରଣବୀର କପୁର ତାଙ୍କ ଫିଲ୍ମକୁ ପ୍ରୋମୋଟ କରିବା ପାଇଁ ଅରିଜିତ ସିଂଙ୍କ କନସର୍ଟ ଚଣ୍ଡିଗଡ଼ରେ ପହଞ୍ଚିଥିଲେ । ସେଠାରେ ରଣବୀର କପୁର ତାଙ୍କ ଫିଲ୍ମର ସୁପରହିଟ୍ ଗୀତ "ଚାନ୍ନା ମେରେୟା" ରେ ନାଚୁଥିବାର ନଜର ଆସିଛନ୍ତି । ଯାହାର ଏକ ଭିଡିଓ ସୋସିଆଲ ମିଡିଆରେ ଜୋରସୋର ଭାଇରାଲ ହେଉଛି ।

ବଲିଉଡ ଅଭିନେତା ରଣବୀର କପୁର ବର୍ତ୍ତମାନ ତାଙ୍କ ଅପ୍‌କମିଂ ଫିଲ୍ମ ‘ଆନିମଲ’କୁ ନେଇ ସବୁ ବେଳେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହୁଛନ୍ତି । ଯଦି ରଣବୀରଙ୍କ ବ୍ୟକ୍ତିଗତ ଜୀବନ କଥା କହିବା ତାହେଲେ ସେ ପ୍ରାୟତଃ ସୋସିଆଲ ମିଡିଆରୁ ଦୂରେଇ ରହିବା ପାଇଁ ଚେଷ୍ଟା କରନ୍ତି, ହେଲେ କିଛି ନା କିଛି କାରଣରୁ ସେ ଇନ୍‌ଣ୍ଟରନେଟ୍‌ରେ ଭାଇରାଲ ହୋଇଯାଆନ୍ତି । ଏହି କିଛି ହେବ ରଣବୀରଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି । ଯାହା ସୋସିଆଲ ମିଡିଆରେ ଜୋରସୋର ଭାଇରାଲ ହେଉଛି ।

ରଣବୀର କପୁର ତାଙ୍କ ଫିଲ୍ମକୁ ପ୍ରୋମୋଟ କରିବା ପାଇଁ ଅରିଜିତ ସିଂଙ୍କ କନସର୍ଟ ଚଣ୍ଡିଗଡ଼ରେ ପହଞ୍ଚିଥିଲେ । ଏହି କନସର୍ଟରେ ରଣବୀର ଓ ଅରଜିତ ଦୁଇ ଜଣ ବୁହତ ମଜା କରୁଥିବାର ମଧ୍ୟ ଭିଡିଓରେ ନଜର ଆସିଛି । ସେଠାରେ ଦୁଇଜଣଙ୍କୁ ଏକାଠି ଦେଖିବା ପରେ ଫ୍ୟାନ୍ସଙ୍କ ପାଗଳାମି ମଧ୍ୟ ଦେଖିବାକୁ ମଧ୍ୟ ମଳିଥିଲା । ତେବେ ସେହି ସମୟର ଏକ ଭିଡିଓ ସାମ୍ନାକୁ ଆସିଛି । ଏହି ଭିଡିଓରେ ରଣବୀର କପୁର ପୁଣି ଥରେ ତାଙ୍କ ବ୍ଲକବଷ୍ଟର ଫିଲ୍ମ ‘ଏ ଦିଲ ହେ ମୁଶକିଲ’ ବିଷୟରେ ମନେ ପକାଇ ଦେଇଛନ୍ତି ।

ଭିଡିଓରେ ରଣବୀର କପୁର ତାଙ୍କ ସେହି ଫିଲ୍ମର ସୁପରହିଟ୍ ଗୀତ “ଚାନ୍ନା ମେରେୟା” ରେ ନାଚୁଥିବାର ନଜର ଆସିଛନ୍ତି । ଅଭିନେତାଙ୍କ ଏହି ଡ୍ୟାନ୍ସ ଦେଖିବା ପରେ କନ୍ସର୍ଟର ଦର୍ଶକ କ୍ରେଜି ହୋଇଯାଇଥିଲେ । ସେହି ସମୟରେ ଅରିଜିତ୍ ସିଂ ଫିଲ୍ମ ‘ବ୍ରହ୍ମାସ୍ତ୍ରର’ର ‘ରସିୟା’ ଗୀତ ମଧ୍ୟ ଗାଇଥିଲେ । ଏହି ଗୀତରେ ରଣବୀର ମଧ୍ୟ ତାଙ୍କୁ ସମର୍ଥନ କରିଥିଲେ । ତେବେ ରଣବୀର କପୁର ତାଙ୍କ ଫିଲ୍ମ ‘ଆନିମଲ’ର ପ୍ରମୋସନ ପାଇଁ ଚଣ୍ଡିଗଡ଼ରେ ପହଞ୍ଚିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.